46 ୪:୪୬ ଜହ ୨:୧-୧୧. ତାର୍ ହଃଚେ ଗାଲିଲିର୍ କାନା ଗାଉଁଏ ବାଉଳ୍ଲା, ସେତି ସେ ହାଣିକ୍ ଅଙ୍ଗୁର୍ ରଃସ୍ କଃରିରିଲା । ସେତି ଗଟ୍ ରାଜ୍ ଗୁମୁସ୍ତା ରିଲା ଆର୍ ତାର୍ ହୟିସି କପୁର୍ନାହୁମ୍ ଗଃଳେ ମଃଳୁ ହଃଳି ରିଲା । 47 ସଃଡେବଃଳ୍ ସେ ରାଜ୍ ଗୁମୁସ୍ତା ଜିସୁ ଜିଉଦା ତଃୟ୍ହୁଣି ଗାଲିଲି ଆୟ୍ଲା ଆଚେ ବଃଲି ସୁଣି, ସେ ଜିସୁର୍ ଚଃମେ ଆୟ୍ଲା ଆର୍ କପୁର୍ନାହୁମ୍ ଜାୟ୍ ତାର୍ ହୟ୍ସିକ୍ ଉଜ୍ କଃରୁକେ ଗଃଉଆରି କଃରୁକେ ଦଃର୍ଲା, ବଃଲେକ୍ ତାର୍ ହୟିସି ମଃରୁକ୍ କଃଣ୍ଡେକ୍ ରିଲା ।
48 ସେତାକ୍ ଜିସୁ ତାକେ କୟ୍ଲା, "ଚିନା ଆର୍ କାବା ଅଃଉତା କାମ୍ମଃନ୍ ନଃଦେକ୍ଲେକ୍ ତୁମିମଃନ୍ କଃବେ ହେଁ ସଃତ୍ ନଃକେରାସ୍ ।"
49 ରାଜ୍ ଗୁମୁସ୍ତା ଜିସୁକେ କୟ୍ଲା, "ଏ ମାପୁର୍, ମର୍ ହିଲା ମଃର୍ତା ଆଗ୍ତୁ ମର୍ ସଃଙ୍ଗ୍ ଆଉ ।"
50 ଜିସୁ ତାକେ କୟ୍ଲା, "ଜା, ତର୍ ହୟ୍ଦି ବଚ୍ଲାବେ ।" ଜିସୁ ସେ ଲକେ ଜୁୟି କଃତା କୟ୍ଲା, ସେ କଃତା ସଃତ୍କଃରି ସେତି ହୁଣି ଗଃଲା । 51 ଆର୍ ସେ ଜଃଉଁଜଃଉଁ ତାର୍ ଗତିଦଃଙ୍ଗ୍ଳାମଃନ୍ ବାଟେ ବେଟ୍ଅୟ୍ ତର୍ ହିଲା ବଚ୍ଲାବେ ବଃଲି କୟ୍ଲାୟ୍ ।
52 ସେତାକ୍ ରାଜ୍ ଗୁମୁସ୍ତା ସେମଃନ୍କେ ହଃଚାର୍ଲା, "କଃଡେବଃଳ୍ ହିଲା ଉଜ୍ ଅୟ୍ଲା ।"
ସେତାକ୍, ତାର୍ ଦଃଙ୍ଗ୍ଳାମଃନ୍ କୟ୍ଲାୟ୍, "ଗଃଲା କାଲି ସାତ୍ ଗଃଟା ବେଳାୟ୍ ତାର୍ ଜଃର୍ ଚାଡ୍ଲି ।" 53 ଇତାକ୍ ଉବାସି ବୁଜ୍ଲା ଜେ, ଜିସୁ ଜୁୟି ବେଳାୟ୍ ତର୍ ହୟ୍ଦି ବଚ୍ଲାବେ ବଃଲି ତାକ୍ କୟ୍ରିଲା, ଟିକ୍ ସଃଡେବଃଳ୍ ଇ ଗଃଟ୍ଣା ଗଃଟ୍ଲି । ଆର୍ ସେ ନିଜେ ଆର୍ ତାର୍ ସଃବୁ ଗଃର୍ କୁଟୁମ୍ ଜିସୁକେ ବିସ୍ୱାସ୍ କଃଲାୟି ।
54 ଜିସୁ ଜିଉଦା ତଃୟ୍ହୁଣି ଆରେକ୍ ଗଟ୍ତର୍ ଗାଲିଲିକେ ଆୟ୍ଲା ହଃଚେ, ସେ ଇତାର୍ ସଃଙ୍ଗ୍ ଦୁୟ୍ତର୍ ଅୟ୍ଲି କାବା ଅଃଉତା ଚିନା କଃଲା ।