21 ଜଃନ୍କଃରି ଉବା ମଃଲା ଲକେ ଉଟାୟ୍ ସେମଃନ୍କେ ଜିବନ୍ କଃରେଦ୍, ସେରଃକମ୍ ହୟିସି ହେଁ ଜାକେ ମଃନ୍ କଃରେଦ୍ ତାକ୍ ଜିବନ୍ ଦଃୟ୍ଦ୍ । 22 ଆର୍ ଉବାସି ହେଁ କାର୍ ବିଚାର୍ ନଃକେରେ, ମଃତର୍ ସଃବୁ ଲକ୍ ଜଃନ୍କଃରି ଉବାକ୍ ଜଃଜ୍ମାନ୍ କଃରୁଲାୟ୍, ସେରଃକମ୍ ହୟ୍ସିକ୍ ହେଁ ମାନ୍ତି କଃର୍ତି, ସେତାର୍ ଗିନେ ହୟ୍ସିକ୍ ସଃବୁ ରଃକମାର୍ ବିଚାର୍ କଃର୍ତା ଅଃଦିକାର୍ ଦଃୟ୍ଆଚେ । 23 ସେବାନ୍ୟା ଅୟିଲେକ୍ ଉବା ଜଃନ୍କଃରି ମାନ୍ତି ହାଉଁଲା, ହୟିସି ହେଁ ସେନ୍କାର୍ ସଃବ୍କାର୍ ତଃୟ୍ହୁଣି ମାନ୍ତି ହାୟ୍ଦ୍; ଜେ ହୟ୍ସିକ୍ ମାୟ୍ନ୍ ନଃକେରେ, ସେ ତାକ୍ ହଃଟାୟ୍ରିଲା ଉବାସିକ୍ ହେଁ ମାନ୍ତି ନଃକେରେ ।"
24 "ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜେ ମର୍ କଃତା ସୁଣି ମକ୍ ହଃଟାୟ୍ଲା ଉବାକ୍ ବିସ୍ୱାସ୍ କଃରେଦ୍, ସେ ଅଃମ୍ବର୍ ଜିବନ୍ ହାୟ୍ଦ୍, ଆର୍ ସେ ବିଚାର୍ ଦଃଣ୍ଡେ ନଃହେଳି, ମଃର୍ନ୍କେ ଜିଣିକଃରି ଜିବନେ ଜାୟ୍ଆଚେ । 25 ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଃଡେବଃଳ୍ ମଃଲା ଲକ୍ମଃନ୍ ଇସ୍ୱରାର୍ ହୟ୍ସିର୍ ଟଣ୍ଡ୍ ସୁଣ୍ତି, ଆର୍ ଜୁୟି ଲକ୍ମଃନ୍ ସୁଣ୍ତି ସେମଃନ୍ ଜିବନ୍ ହାଉତି, ଅଃନ୍କା ବେଳା ଆସୁଲି ଆର୍ ସେ ବେଳା ଅଃବେ ହେଁ ଆୟ୍ଲିନି । 26 ବଃଲେକ୍ ଉବା ଜଃନ୍କଃରି ନିଜେ ଜିବନ୍, ସେରଃକମ୍ ହୟ୍ସିକ୍ ହେଁ ନିଜେ ଜିବନାର୍ ମୁଳ୍ ଅଃଉଁକେ ଦଃୟ୍ଆଚେ । 27 ଆର୍ ସେ ନଃରାର୍ ହୟିସି ଅୟ୍ଲାକ୍, ଇସ୍ୱର୍ ତାକ୍ ବିଚାର୍ କଃରୁକେ ଅଃଦିକାର୍ ଦିଲା । 28 ଇତାର୍ ଗିନେ କାବା ଅଃଉଆ ନାୟ୍, ବେଳା ଆସୁଲି ଜଃଡେବଃଳ୍ ଜୁୟି ଲକ୍ମଃନ୍ ମଃସୁଣ୍ ବିତ୍ରେ ମଃରିଆଚ୍ତି, ସେମଃନ୍ ତାର୍ ଟଣ୍ଡ୍ ସୁଣ୍ତି, 29 ଆର୍ ଜୁୟି ଲକ୍ମଃନ୍ ସଃତ୍ କାମ୍ କଃରିଆଚ୍ତି, ସେମଃନ୍ ଆରେକ୍ ଜିବନ୍ ହାୟ୍ଁ ମଃସ୍ଣେ ହୁଣି ଉଟ୍ତି ଆର୍ ଅଃମ୍ବର୍ ଜିବନ୍ ହାଉତି ଆର୍ ଜୁୟି ଲକ୍ମଃନ୍ ଦୁସ୍ଟ୍କାମ୍ କଃରି ଆଚ୍ତି, ସେମଃନ୍ ହେଁ ଆରେକ୍ ଉଟ୍ତି ଆର୍ ଡଃଣ୍ଡ୍ ବଗ୍ କଃରୁକେ ବିଚାର୍ ହାଉତି, ଅଃନ୍କା ବେଳା ଆସୁଲି ।"
30 "ମୁୟ୍ ଅଃହ୍ଣାର୍ ତଃୟ୍ହୁଣି କାୟିରି ହେଁ କଃରୁ ନାହାରି, ମୁୟ୍ ଜଃନ୍କଃରି ସୁଣିନ୍ଦ୍ ସେନ୍କଃରି ବିଚାର୍ କଃରିନ୍ଦ୍, ଆର୍ ମର୍ ବିଚାର୍ ଟିକ୍, କାୟିତାକ୍ବଃଲେକ୍ ମର୍ ଇଚା ହୁରୁଣ୍ କଃରୁକେ କାମ୍ ନଃକେରି, ମଃତର୍ ମକ୍ ହଃଟାୟ୍ଲା ଉବାର୍ ଇଚା ହୁରୁଣ୍ କଃରୁକେ କାମ୍ କଃରୁଲେ ।"
31 "ଜଦି ମୁୟ୍ ମର୍ ନିଜାର୍ ବିସୟେ ନିଜେ କଃତା କୟ୍ଦ୍, ତଃନ୍ଅୟ୍ଲେକ୍ ମର୍ ସାକି ଦିଲାର୍ ସଃତ୍ ନାୟ୍ ।