32 ସେତାକ୍ ଜିସୁ ସେମଃନ୍କେ କୟ୍ଲା, "ମୁୟ୍ ସଃତ୍ କଃଉଁଲେ, ଜାୟ୍ରି ମସା ତୁମିମଃନ୍କେ ଦଃୟ୍ରିଲା, ସେରି ସଃର୍ଗେ ହୁଣି ଆୟ୍ଲା କାଦି ନାୟ୍; ମଃତର୍ ମର୍ ଉବା ତୁମିମଃନ୍କେ ସଃର୍ଗେ ହୁଣି ସଃତ୍ୟା କାଦି ଦଃୟ୍ଦ୍ । 33 ଜେ ସଃର୍ଗେ ହୁଣି ଉତ୍ରି ଆସି ଜଃଗତାର୍ ଜିବନ୍ ଦଃୟ୍ଦ୍, ସେ ଅଃଉଁଲା ସେ ଇସ୍ୱର୍ ଦେତା କାଦି ।"
34 ସେମଃନ୍ ଜିସୁକେ କୟ୍ଲାୟ୍, "ମାପୁର୍, ଅଃମିକ୍ ସଃବୁବଃଳ୍ ଇ କାଦି ଦେ ।"
35 ଜିସୁ ସେମଃନ୍କେ କୟ୍ଲା, "ମୁୟ୍ ସେ ଜିବନ୍ ଦେତା କାଦି, ଜେ ମର୍ ତଃୟ୍ ଆସେଦ୍, ତାକ୍ କଃବେ ହେଁ ବୁକ୍ ନୟ୍ । ଜେ ମକେ ବିସ୍ୱାସ୍ କଃରେଦ୍, ତାକ୍ କଃବେ ହେଁ ସସ୍ ନୟ୍ ।