53 ସେତାକ୍ ଜିସୁ ସେମଃନ୍କେ କୟ୍ଲା, "ମୁୟ୍ ସଃତ୍ କଃଉଁଲେ, ନଃରାର୍ ହୟ୍ସିର୍ ଗଃଗାଳ୍ ନଃକାୟ୍ଲେକ୍ ଆର୍ ତାର୍ ବଃନି ନଃସୁର୍ଲେକ୍ ତୁମିମଃନ୍ ଜିବନ୍ ହାଉଁ ନାହାରାସ୍ । 54 ଜୁୟି ଲକ୍ ମର୍ ମାସ୍ କାୟ୍ଦ୍ ଆର୍ ମର୍ ବଃନି ସୁରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ଆର୍ ମୁୟ୍ ସେସ୍ ଦିନ୍ ତାକେ ଆରେକ୍ ଉଟାୟ୍ନ୍ଦ୍ । 55 କାୟିତାକ୍ବଃଲେକ୍ ମର୍ ମାସ୍ ସଃତ୍ କାଦି ଆର୍ ମର୍ ବଃନି ସଃତ୍ ସୁର୍ତାର୍ । 56 ଜୁୟି ଲକ୍ ମର୍ ମାସ୍ କାୟ୍ଦ୍ ଆର୍ ମର୍ ବଃନି ସୁରେଦ୍, ସେ ମର୍ ତଃୟ୍ ରଃୟ୍ଦ୍ ଆର୍ ମୁୟ୍ ହେଁ ତାର୍ ତଃୟ୍ ରଃୟ୍ନ୍ଦ୍ । 57 ଜିବନାର୍ ଉବା ମକେ ହଃଟାୟ୍ ଆଚେ, ଆର୍ ତାର୍ ଗିନେ ମୁୟ୍ ହେଁ ଜିବନ୍ ଆଚି, ସେବାନ୍ୟା ଜେ ମର୍ ମାସ୍ କାୟ୍ଦ୍, ମର୍ ଗିନେ ସେ ହେଁ ଜିବନ୍ ରଃୟ୍ଦ୍ । 58 ଜୁୟି କାଦି ସଃର୍ଗେ ହୁଣି ଆସି ଆଚେ, ସେରି ଇ କାଦି । ତୁମାର୍ ଦାଦିବାବୁମଃନ୍ ଜଃନ୍କଃରି ସେ କାଦି କାୟ୍କଃରି ମଃଲାୟ୍, ଇରି ସେନ୍କାର୍ ନାୟ୍; ଜେ ଇ କାଦି କାୟ୍ଦ୍, ଅଃମ୍ବର୍ ଜିବନ୍ ହାୟ୍ଁ ବାଚି ରଃୟ୍ଦ୍ ।"
Publicidade