13 ମଃତର୍ ଦୁତ୍ ତାକ୍ କୟ୍ଲା, "ଜିକରିଅ, ଡିର୍ ନାୟ୍, କାୟିତାକ୍ବଃଲେକ୍ ତର୍ ପାର୍ତନା ଇସ୍ୱର୍ ସୁଣି ଆଚେ, ଆର୍ ତର୍ ଡକୁର୍ଦି ଏଲିସାବେତ୍ ତର୍ ଗିନେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ତୁୟ୍ ତାର୍ ନାଉ ଜହନ୍ ସଃଙ୍ଗାଉସି । 14 ତାର୍ ଗିନେ ତୁମିମଃନ୍ ବଃଡେ ସଃର୍ଦା କଃରାସ୍, ଆର୍ ବିନ୍ ସଃବୁ ଲକ୍ମଃନ୍ ହେଁ ତାର୍ ଜଃଲମେ ସଃର୍ଦା କଃର୍ତି ।