ଜିସୁର୍ ଜଃଲମ୍ ଅଃଉତାର୍ ଦୁତ୍ ଜାଣାୟ୍ଲା
26 ଏଲିସାବେତ୍ ଆଙ୍ଗେ ଅୟି ଚଅ ମାସ୍ ଅୟ୍ଲା ହଃଚେ, ଗାବ୍ରିଏଲ୍ ଦୁତ୍ ଇସ୍ୱର୍ ଲଃଗେହୁଣି ଗାଲିଲି ରାଜିର୍ ନାଜରିତ୍ ନାଉଁଆର୍ ଗଃଳେ ଗଟେକ୍ ଦଃଙ୍ଗ୍ଳି ଟକିର୍ ଚଃମେ ଆୟ୍ଲା । 27 ୧:୨୭ ମାତି ୧:୧୮.ସେ ଦଃଙ୍ଗ୍ଳି ଟକିକେ ଦାଉଦ୍ ବଃଉଁସାର୍ ଜସେପ୍ ନାଉଁଆର୍ ଗଟେକ୍ ମାନାୟ୍ ସଃଙ୍ଗ୍ ବିବା ଅଃଉଁକେ ମାଗ୍ଣି କଃରି ରିଲାୟ୍, ସେ ଦଃଙ୍ଗ୍ଳି ଟକିର୍ ନାଉ ମରିୟମ୍ । 28 ସେ ଦୁତ୍ ଗଃରେ ହୁରି ତାର୍ ଲଃଗେ ଆସି କୟ୍ଲା, "ଏ ଦଃୟାର୍ ଜୟ୍ଗ୍ ଟକି, ତର୍ ସୁସ୍ତା ଅଃଉଅ, ମାପୁର୍ ତର୍ ସଃଙ୍ଗ୍ ଆଚେ ।"
29 ମଃତର୍ ମରିୟମ୍ ଇ କଃତାକ୍ ସୁଣି ଜଃବର୍ କାବା ଅୟ୍ଲି ଆର୍ ଇ କଃତାର୍ ବାବ୍ କାୟିରି ବଃଲି ମଃନେ ମଃନେ ବାବୁକ୍ ଦଃର୍ଲି । 30 ସେତାର୍ ଗିନେ ଦୁତ୍ ତାକ୍ କୟ୍ଲା, "ଏ ମରିୟମ୍, ଡିର୍ ନାୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ତକେ ଦଃୟା କଃରି ଆଚେ । 31 ୧:୩୧ ମାତି ୧:୨୧.ଆର୍ ଦଃକ୍, ତୁୟ୍ ଆଙ୍ଗେ ଅୟ୍କଃରି ଗଟେକ୍ ହିଲା ଜଃଲମ୍ କଃର୍ସି, ଆର୍ ତାର୍ ନାଉ ଜିସୁ ବଃଲି ଦିଆସ୍ । 32 ସେ ସଃବ୍କେ ଉଟ୍ୟା ଅୟ୍ଦ୍, ଆର୍ ସେ ସଃବ୍କେ ବଃଡ୍ ମାପୁରାର୍ ହୟିସି ବଃଲି ଡାକେ ହୁଟେଦ୍; ଆର୍ ଇସ୍ୱର୍ ତାକ୍ ତାର୍ ଦାଦିବାବୁ ଦାଉଦାର୍ ହର୍ ସିଙ୍ଗାସଣ୍ ଦଃୟ୍ଦ୍ । 33 ସେ ଜାକୁବକ୍ ବଃଉଁସ୍ ଉହ୍ରେ ଜୁଗେଜୁଗେ ରାଜ୍ କଃରେଦ୍, ଆର୍ ତାର୍ ରାଇଜ୍ କଃବେ ସେସ୍ ନହୟ୍ ।"
34 ମଃତର୍ ମରିୟମ୍ ଦୁତ୍କେ କୟ୍ଲି, "ଇରି କଃନ୍କଃରି ଅୟ୍ଦ୍ ? ମୁଁୟ୍ ତ କୁୟି ଅଃଣ୍ଡ୍ରାକେ ହେଁ ନଃଜାଣି ।"
35 ଦୁତ୍ ତାକ୍ ଉତୁର୍ ଦିଲା, "ପବିତ୍ର ଆତ୍ମା ତର୍ ଉହ୍ରେ ଉତ୍ରେଦ୍ ଆର୍ ସଃବ୍କେ ଉଟ୍ୟା ଇସ୍ୱର୍ ସଃକ୍ତି ତକେ ଦଃରେଦ୍, ଆର୍ ସେତାର୍ଗିନେ ଜୁୟି ହିଲା ଜଃଲମ୍ ଅୟ୍ଦ୍, ସେ ପବିତ୍ର ଆର୍ ସେ ମାପୁରାର୍ ହୟିସି ବଃଲାୟ୍ ଅୟ୍ଦ୍ ।
36 ଆରେକ୍ ଦଃକ୍, ତର୍ ନିଜାର୍ ଲକ୍ ଏଲିସାବେତ୍ ହେଁ ବୁଡି ବଃଇଁସେ ଗଟେକ୍ ହିଲାକ୍ ହେଟେ ଦଃରିଆଚେ । ଜେ ବାଞ୍ଜି ବଃଲି ଡାକେ ହୁଟିରିଲି, ତାକ୍ ଅଃବେ ଆଙ୍ଗେ ଅୟ୍କଃରି ଚଅ ମାସ୍ ଅୟ୍ଲିନି । 37 କାୟିତାକ୍ବଃଲେକ୍ ଇସ୍ୱରାର୍ କୟ୍ଲା ଟଣ୍ଡାର୍ କଃତା କଃବେ ହେଁ ନଃହିଟେ ।"
38 ଆର୍ ମରିୟମ୍ କୟ୍ଲି, "ଦଃକ୍, ମୁଁୟ୍ ତ ମାପୁରାର୍ ଗଟେକ୍ ଗତିଦଃଙ୍ଗ୍ଳି; ତୁୟ୍ କୟ୍ଲା କଃତା ହର୍ ମର୍ ଜିବନେ ଗଃଟ ।" ତାର୍ହଃଚେ ଦୁତ୍ ତାର୍ ଚଃମେହୁଣି ବାରାୟ୍ ଗଃଲା ।