34 ମଃତର୍ ମରିୟମ୍ ଦୁତ୍କେ କୟ୍ଲି, "ଇରି କଃନ୍କଃରି ଅୟ୍ଦ୍ ? ମୁଁୟ୍ ତ କୁୟି ଅଃଣ୍ଡ୍ରାକେ ହେଁ ନଃଜାଣି ।"
35 ଦୁତ୍ ତାକ୍ ଉତୁର୍ ଦିଲା, "ପବିତ୍ର ଆତ୍ମା ତର୍ ଉହ୍ରେ ଉତ୍ରେଦ୍ ଆର୍ ସଃବ୍କେ ଉଟ୍ୟା ଇସ୍ୱର୍ ସଃକ୍ତି ତକେ ଦଃରେଦ୍, ଆର୍ ସେତାର୍ଗିନେ ଜୁୟି ହିଲା ଜଃଲମ୍ ଅୟ୍ଦ୍, ସେ ପବିତ୍ର ଆର୍ ସେ ମାପୁରାର୍ ହୟିସି ବଃଲାୟ୍ ଅୟ୍ଦ୍ ।
36 ଆରେକ୍ ଦଃକ୍, ତର୍ ନିଜାର୍ ଲକ୍ ଏଲିସାବେତ୍ ହେଁ ବୁଡି ବଃଇଁସେ ଗଟେକ୍ ହିଲାକ୍ ହେଟେ ଦଃରିଆଚେ । ଜେ ବାଞ୍ଜି ବଃଲି ଡାକେ ହୁଟିରିଲି, ତାକ୍ ଅଃବେ ଆଙ୍ଗେ ଅୟ୍କଃରି ଚଅ ମାସ୍ ଅୟ୍ଲିନି । 37 କାୟିତାକ୍ବଃଲେକ୍ ଇସ୍ୱରାର୍ କୟ୍ଲା ଟଣ୍ଡାର୍ କଃତା କଃବେ ହେଁ ନଃହିଟେ ।"
38 ଆର୍ ମରିୟମ୍ କୟ୍ଲି, "ଦଃକ୍, ମୁଁୟ୍ ତ ମାପୁରାର୍ ଗଟେକ୍ ଗତିଦଃଙ୍ଗ୍ଳି; ତୁୟ୍ କୟ୍ଲା କଃତା ହର୍ ମର୍ ଜିବନେ ଗଃଟ ।" ତାର୍ହଃଚେ ଦୁତ୍ ତାର୍ ଚଃମେହୁଣି ବାରାୟ୍ ଗଃଲା ।