2 ଇତାକ୍ ସେ ସେମଃନ୍କେ କୟ୍ଲା, "ଜଃଡେବଃଳ୍ ତୁମିମଃନ୍ ପାର୍ତ୍ନା କଃରାସ୍, ସଃଡେବଃଳ୍ କଃଉଆ,
ଏ ଅଃମାର୍ ଉବା,
ତର୍ ନାଉ ପବିତ୍ର ବଃଲି ମାନ୍ତି ଅଃଉଅ,
ତର୍ ରାଇଜ୍ ଆସ ।
3 ହଃତି ଦିନ୍ ଅଃମାର୍ ଲଳା ରିଲା କାଦି ଦେ ।
4 ଅଃମାର୍ ହାହ୍ ସଃର୍ନେ କେମା କଃର୍,
କାୟିତାକ୍ବଃଲେକ୍ ଅଃମିମଃନ୍ ହେଁ ଅଃହ୍ଣା ଅଃହ୍ଣାର୍ ସଃବୁ ଦସିମଃନ୍କେ କେମା କଃରୁଲୁ,
ପରିକ୍ୟାୟ୍ ଅଃମିମଃନ୍କେ ଆଣ୍ନାୟ୍ ।"