ମାଜନ୍ ଲକ୍ ଆର୍ ବିକାରି ଲାଜାର୍
19 "ଗଟେକ୍ ମାଜନ୍ ଲକ୍ ରିଲା, ସେ ବେସିମଲାର୍ ବଃସ୍ତର୍ ହିନ୍ଦି, ସଃବୁଦିନ୍ ବଃଲ୍ କାଦି କାୟ୍କଃରି ବଃଡେ ସଃର୍ଦାୟ୍ ରେତିରିଲା । 20 ମଃତର୍ ତାର୍ ଦୁଆର୍ ମୁଏଁ ଲାଜାର୍ ନାଉଁଆର୍ ଗଟେକ୍ ବିକାରି ରେତିରିଲା, ତାର୍ ଗଃଗାଳ୍ଜାକ ଗାଉ ବଃର୍ତି ଅୟ୍ରିଲି; 21 ଲାଜାର୍ ସେ ମାଜନ୍ ଲକାର୍ ଟେବୁଲ୍ ତଃୟ୍ହୁଣି ଅଦୁର୍ଲା ଲିତାସଃକ୍ଳି କାୟି ହେଟ୍ ହୁରାୟ୍ ବଃଲି ଆସା କଃର୍ତିରିଲା । ଆର୍ କୁକୁର୍ମଃନ୍ ଆସି ତାର୍ ଗାଉକ୍ ଚାଟ୍ତି ରିଲାୟ୍ ।"
22 "ମଃତର୍ ଦିନ୍ ଆୟ୍ଲି ସେ ବିକାରି ଲାଜାର୍ ମଃରିଗଃଲା ଆର୍ ସଃର୍ଗାର୍ ଦୁତ୍ ଆସି ତାକ୍ ଅବ୍ରାହାମାର୍ କଳେ ନଃୟ୍ ବଃସାୟ୍ଲାୟ୍; ହଃଚେ ସେ ମାଜନ୍ ଲକ୍ ହେଁ ମଃରିଗଃଲା ଆର୍ ତାକ୍ ତହାଅୟ୍ଲି । 23 ଆର୍ ସେ ନଃର୍କ୍କୁଣ୍ଡେ ହଃଳି ବିସ୍ଜଃଳାକେ କିଲିବିଲି ଅୟି ଉହ୍ରେ ଦଃକି ଦୁରିକ୍ ଅବ୍ରାହାମ୍ ଆର୍ ତାର୍ କଳେ ଲାଜାର୍କେ ଦଃକ୍ଲା । 24 ସେ କୟ୍ଲା, ‘ହିଁ ଉବା ଅବ୍ରାହାମ୍ ମକ୍ ଦଃୟା କଃରି ଲାଜାର୍କେ ଅଃଳକ୍ ମର୍ ହାକ୍ ହଃଟାଉ, ଜଃନ୍କଃରି ସେ ଜାଣାୟି ତାର୍ ଆଙ୍ଗଟିର୍ ଟିହ୍ ବୁଡାୟ୍ କଃରି ମର୍ ଜିବ୍କେ କାକର୍ କଃରେଦ୍, କାୟିତାକ୍ବଃଲେକ୍ ମୁୟ୍ଁ ଇ ଜୟେ କଃଲ୍ବଃଲ୍ ଅଃଉଁଲେ ।’"
25 "ମଃତର୍ ଅବ୍ରାହାମ୍ ତାକ୍ କୟ୍ଲା, ‘ହିଲାରେ ତୁୟ୍ ଜେ ବାଚିରିଲା ବଃଳ୍ ତର୍ ଜିବନେ ସଃବୁ ବଃଲ୍ରି ହାୟ୍ଲିସ୍ ଆର୍ ଲାଜାର୍ ସେରଃକମ୍ କଃରାପ୍ ବିସୟ୍ ସଃବୁ ହାୟ୍ଲା, ଅୟିଲେକ୍ ହେଁ ସାସ୍ ଦଃର୍ଲା ଇରି ମଃନେ ଏତାଉ; ମଃତର୍ ଅଃବେ ଲାଜାର୍ ଇ ଜଃଗାୟ୍ ସୁକ୍ ହାଉଁଲା, ଆର୍ ତୁୟ୍ ସେ ଜୟେ କିଲିବିଲି ଅଃଉଁଲାସ୍ । 26 ସେରି ଚାଡି ତୁମାର୍ ଅଃମାର୍ ବିତ୍ରେ ବଃଡେ ଦୁର୍ ଆଚେ, ଜଃନ୍କଃରି ଜୁୟ୍ମଃନ୍ ଇ ଟାଣେହୁଣି ତୁମିମଃନାର୍ ହାକ୍ ଜଃଉଁକେ ମଃନ୍ କଃର୍ତି, ସେମଃନ୍ ଜଃଉଁ ନଃହାର୍ତି ଆରେକ୍ ସେ ଟାଣେହୁଣି କେଏ ଅଃମାର୍ ହାକ୍ ଲିଙ୍ଗି କଃରି ଆସୁ ନାହାର୍ତି ।’ 27 ସେତାକ୍ ସେ ମାଜନ୍ କୟ୍ଲା, ‘ଏ ଉବା ସେବାନ୍ୟା ଅୟିଲେକ୍ ମୁୟ୍ଁ ତକ୍ ଗଃଉଆରି କଃରି କଃଉଁଲେ ଲାଜାର୍କେ ମର୍ ଉବାର୍ ଗଃରେ ହଃଟାଉ । 28 କାୟିତାକ୍ବଃଲେକ୍ ମର୍ ହାଁଚ୍ ବାୟ୍ ଆଚ୍ତି ସେମଃନ୍ ହେଁ ଜଃନ୍ କଃରି ଇ ବିସ୍ଜଃଳା ଟାଣେ ନାସ୍ତି, ସେତାର୍ଗିନେ ସେ ସେମଃନାର୍ ହାକ୍ ସାକି ଦଃୟ୍ଦ୍ ।’
29 ମଃତର୍ ଅବ୍ରାହାମ୍ କୟ୍ଲା, ‘ତୁମାର୍ ବାୟ୍ମଃନାର୍ ହାକ୍ ମସା ଆର୍ ବାବ୍ବାଦିମଃନାର୍ ଦଃର୍ମ୍ସାସ୍ତର୍ ଆଚେ, ସେମଃନ୍ ସେମଃନାର୍ କଃତା ସୁଣତ୍ । 30 ସେତାର୍ଗିନେ ସେ କୟ୍ଲା, ନାୟ୍ ଉବା ଅବ୍ରାହାମ୍, ସଃତେକ୍ ସଃରି ନୟ୍, ମଃତର୍ ଜଦି ମଃଲା ଲକାର୍ ତଃୟ୍ହୁଣି ଗଟ୍ଲକ୍ ସେମଃନାର୍ ହାକ୍ ଜାୟ୍ଦ୍, ତଃବେ ସେମଃନ୍ ସଃତ୍ କଃରି ହାହ୍ ଚାଡ୍ତି ।’ 31 ମଃତର୍ ଅବ୍ରାହାମ୍ ତାକ୍ କୟ୍ଲା, ‘ଜଦି ସେମଃନ୍ ମସା ଆର୍ ବାବ୍ବାଦିମଃନାର୍ କଃତା ନଃସୁଣ୍ତି, ତଃବେ ମଃଲା ଲକାର୍ ବିତ୍ରାର୍ ଗଟ୍ଲକ୍ ଉଟିଜାୟ୍ ବୁଜାୟ୍ଲେକ୍ ହେଁ ସେମଃନ୍ ତାର୍ କଃତା ନଃଦେର୍ତି ।’"