ଇସ୍ୱରାର୍ ରାଜି ଆସୁଲି
20 ମାପୁରାର୍ ରାଜି କଃବେ ଆସେଦ୍ ବଃଲି ପାରୁସିମଃନ୍ ଜିସୁକେ ହଃଚାର୍ଲାୟ୍, ସେ ସେମଃନ୍କେ କୟ୍ଲା, "ଇସ୍ୱରାର୍ ରାଇଜ୍ ଦଃକ୍ଣେ ନାସେ; 21 ଆର୍ ଦଃକା ଇସ୍ୱରାର୍ ରାଇଜେ ଇତି ଆଚେ କି ସେତି ଆଚେ ବଃଲି ଲକ୍ମଃନ୍ ନଃକଉତି; କାୟିତାକ୍ବଃଲେକ୍ ମାପୁରାର୍ ରାଇଜେ ତୁମାର୍ ବିତ୍ରେ ଆଚେ ।"