ଜିସୁ ଗଟେକ୍ କାଣା ବିକାରିକେ ଆକି ଦଃକାୟ୍ଲା
35 ଜିସୁ ଜିରିହର୍ ଲଃଗେ ଅଃଉତି ରିଲା ବଃଳ୍ ଗଟେକ୍ କାଣା ମାନାୟ୍ ବାଟ୍ଲଃଗେ ବଃସିକଃରି ବିକ୍ ମାଗ୍ତିରିଲା । 36 ସେ କାଣା ଲକ୍ମଃନ୍ଦା ଉଲ୍ଗାଟ୍ ଅୟି ଜାତାର୍ ସୁଣିକଃରି, "କଃତା କାୟିରି ?" ବଃଲି ହଃଚାରୁକ୍ ଦଃର୍ଲା ।
37 ଲକ୍ମଃନ୍ ତାକ୍ କୟ୍ଲାୟ୍, "ନାଜରିତ୍ ଜିସୁ ଇ ବାଟ୍ ଅୟି ଜଃଉଁଲା ।"
38 ସେତାକ୍ କାଣା ବଃଡ୍ ଟଣ୍ଡେ ଅୟି କୟ୍ଲା, "ଏ ଦାଉଦାର୍ ହୟିସି ଜିସୁ ମକ୍ ଦଃୟା କଃର୍ ।"
39 ମଃତର୍ ଆଗାଳି ଜାତିରିଲା ଲକ୍ମଃନ୍ ତାକ୍ ତୁନ୍ ହାଳୁକ୍ ଦଃକା ଦେଉଁକେ ଦଃର୍ଲାୟ୍, ମଃତର୍ ସେ ଆରେକ୍ ଅଃଦିକ୍ ବଃଡ୍ ଟଣ୍ଡେ କଃଉଁକେ ଦଃର୍ଲା "ଏ ଦାଉଦାର୍ ହୟିସି, ମକ୍ ଦଃୟା କଃର୍ ।"
40 ସେତାକ୍ ଜିସୁ ସେତି ତେବିକଃରି ତାକେ ମର୍ ହାକ୍ ଆଣା ବଃଲି କୟ୍ଲା; ଆରେକ୍ ସେ ଚଃମେ ହଚ୍ଲାକ୍, ଜିସୁ ତାକ୍ ହଃଚାର୍ଲା, 41 "ମୁଁୟ୍ ତର୍ ଗିନେ କାୟିରି କଃରିନ୍ଦ୍ ବଃଲି ତୁୟ୍ ମଃନ୍ କଃରୁଲିସ୍ ?"
ସେ କୟ୍ଲା, "ଏ ମାପୁର୍ ମୁଁୟ୍ ଜଃନ୍କଃରିକି ଆରେକ୍ ଦଃକୁକ୍ ହାରିନ୍ଦ୍ ।"
42 ଜିସୁ ତାକ୍ କୟ୍ଲା, "ତଃବେ ଦଃକ୍ ! ତର୍ ବିସ୍ୱାସ୍ ତକେ ଉଜ୍ କଃରିଆଚେ ।"
43 ସେଦାହ୍ରେ ସେ ଆକି ହାୟ୍ଁ ଇସ୍ୱରାର୍ ଗୁଣ୍ କଃତା କୟ୍ କୟ୍ କଃରି ଜିସୁର୍ ହଃଚେ ହଃଚେ ଜଃଉଁକେ ଦଃର୍ଲା ଆର୍ ସଃବୁଲକ୍ ସେରି ଦଃକିକଃରି ମାପୁରାର୍ ଗୁଣ୍ଗିତ୍ କୟ୍ଲାୟ୍ ।