ଜିସୁର୍ ହଃର୍ତୁମ୍ ଚେଲାମଃନ୍
1 ୫:୧ ମାତି ୧୩:୧,୨; ମାର୍କ ୩:୯,୧୦; ୪:୧. ଗଟ୍ ଦିନ୍ ଜିସୁ ଗିନେସ୍ରଃତ୍ ସଃମ୍ନ୍ଦ୍ କଃଣ୍ଡାୟ୍ ଟିଆ ଅୟ୍ରିଲା, ସଃଡେବଃଳ୍ ଲକ୍ମଃନ୍ଦାମଃନ୍ ତାର୍ ତଃୟ୍ହୁଣି ଇସ୍ୱରାର୍ କଃତା ସୁଣୁକ୍ ତାର୍ ଉହ୍ରେ ମାଡାମାଡି ଅଃଉତି ରିଲାୟ୍; 2 ଆର୍ ସେ ସଃମ୍ନ୍ଦ୍ କଃଣ୍ଡାୟ୍ ଜଳେକ୍ ଡଙ୍ଗା ରିଲାର୍ ଦଃକ୍ଲା; ମାଚୁଆମଃନ୍ ସେତିହୁଣି ଉତ୍ରି ଜାଲ୍ ଦଃଉତି ରିଲାୟ୍ । 3 ସେତିର୍ ଡଙ୍ଗାମଃନାର୍ ବିତ୍ରେ ଜୁୟି ଡଙ୍ଗା ସିମନାର୍ ରିଲି, ସେତି ଜିସୁ ଚଃଗ୍ଲା ଆର୍ କଃଣ୍ଡାୟ୍ ହୁଣି କଃଣ୍ଡେକ୍ ଦୁରିକ୍ ଜଃଉଁକେ ଗଃଉଆରି କଃଲାୟି; ଆର୍ ସେ ଡଙ୍ଗାୟ୍ହୁଣି ଲକ୍ମଃନ୍ଦାମଃନ୍କେ ସିକ୍ୟା ଦେଉଁକେ ଦଃର୍ଲା ।
4 ଜିସୁ କଃତା ସଃରାୟ୍କଃରି ସିମନ୍କ୍ କୟ୍ଲା, "ଡେଙ୍ଗ୍ ହାଣି ଲଃଗେ ଜାୟ୍ ମାଚ୍ ଦଃରୁକ୍ ତୁମାର୍ ଜାଲ୍ ହଃକାଉଆ ।"
5 ୫:୫ ଜହ ୨୧:୩. ଆର୍ ହଃଚେ ସିମନ୍ ଉତୁର୍ ଦିଲା, "ଏ ଗୁରୁ, ଅଃମିମଃନ୍ ରାତିସଃରା କଃସ୍ଟ୍କଃରି କାୟିରି ହେଁ ନଃଦେରୁ; ମଃତର୍ ତର୍ କଃତା ମାନି କଃରି ମୁଁୟ୍ ଜାଲ୍ ହଃକାୟ୍ନ୍ଦ୍ ।" 6 ୫:୬ ଜହ ୨୧:୬.ଆର୍ ସେମଃନ୍ ଜାଲ୍ ହଃକାୟ୍କଃରି ଗାଦେକ୍ ମାଚ୍ ଦଃର୍ଲାୟ୍, ଆରେକ୍ ସେମଃନାର୍ ଜାଲ୍ ଚିଡୁକ୍ ଦଃର୍ଲି । 7 ସେତାର୍ଗିନେ ସେମଃନାର୍ ଜୁୟି ସଃଙ୍ଗୁଆଳିମଃନ୍ ବିନ୍ ଡଙ୍ଗାୟ୍ ରିଲାୟ୍, ସେମଃନ୍ ଜଃନ୍କଃରି ଆସିକଃରି ଉହ୍କାର୍ କଃର୍ତି, ସେତାର୍ ଗିନେ ସେମଃନ୍ ସେମଃନ୍କେ ଆତ୍ ମାରି କୁଦ୍ଲାୟ୍ । ତଃବେ ସେମଃନ୍ ଆସି ଜଳେକ୍ ଡଙ୍ଗା ଇବାନ୍ୟା ମାଚ୍ ବଃର୍ତି କଃଲାକ୍ ତାକାର୍ ଡଙ୍ଗାମଃନ୍ ବୁଡୁକ୍ ଦଃର୍ଲି । 8 ମଃତର୍ ସିମନ୍ ପିତର୍ ଇ ସଃବୁ ଦଃକି ଜିସୁର୍ ହାଦ୍ ତଃଳେ ହଃଳି କୟ୍ଲା, "ଏ ମାପୁର୍, ମର୍ ତଃୟ୍ହୁଣି ଦୁରିକ୍ ଜାଆ, କାୟିତାକ୍ବଃଲେକ୍ ମୁଁୟ୍ ଗଟେକ୍ ହାହି ମାନାୟ୍ ।"
9 କାୟିତାକ୍ବଃଲେକ୍ ସେମଃନ୍ ଅଃତେକ୍ ମାଚ୍ ଦଃରି ରିଲାୟ୍ ଜେ, ସେରି ଦଃକି ସିମନ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ କାବା ଅୟ୍ଲାୟ୍ । 10 ଆରେକ୍ ଜେବଦିର୍ ଜଳେକ୍ ହୟିସି ଜାକୁବକ୍ ଆର୍ ଜହନ୍, ଜୁୟ୍ମଃନ୍ କି ସିମନାର୍ ସଃଙ୍ଗ୍ ରିଲାୟ୍, ସେମଃନ୍ ହେଁ ସେରଃକମ୍ କାବା ଅୟ୍ଲାୟ୍ । ଆରେକ୍ ଜିସୁ ସିମନ୍କେ କୟ୍ଲା, "ଡିର୍ନାୟ୍, ଆଜିହୁଣି ତୁୟ୍ ମାନାୟ୍ମଃନ୍କେ ଦଃର୍ସି ।"
11 ସେତାର୍ ହଃଚେ ସେମଃନ୍ ଡଙ୍ଗାମଃନ୍ କଃଣ୍ଡାୟ୍ ଆଣି ସଃବୁ ଚାଡି କଃରି ଜିସୁର୍ ହଃଚେ ଗଃଲାୟି ।