ଜିସୁ ସୁକ୍ଲା ଆତାର୍ ମାନାୟ୍କେ ଉଜ୍ କଃଲା
6 ଜିସୁ ଆରେକ୍ ଗଟେକ୍ ବିସାଉଁଣିବାର୍ ଦିନ୍ ପାର୍ତ୍ନା ଗଃରେ ହୁରି ସିକ୍ୟା ଦେତିରିଲା; ସେତି ଗଟେକ୍ ଲକ୍ ରିଲା, ତାର୍ କାତା ଆତ୍ ସୁକିଜାୟ୍ରିଲି । 7 ଆର୍ କେଜାଣ୍ ଜିସୁ ବିସାଉଁଣିବାର୍ ଦିନ୍ ଉଜ୍ କଃରେଦ୍ କି ବଃଲି କଃତେକ୍ ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ଦଃକ୍ତି ରିଲାୟ୍, ଜଃନ୍କଃରି ସେମଃନ୍ ତାର୍ ବିରୁଦେ ଦଃସ୍ ଦଃର୍ତାର୍ ବାଟ୍ ହାଉତି । 8 ମଃତର୍ ଜିସୁ ସେମଃନାର୍ ମଃନ୍ ବିତ୍ରାର୍ କଃତା ଜାଣୁ ହାରି, ଜୁୟି ଲକାର୍ ଆତ୍ ସୁକିଜାୟ୍ରିଲି, ତାକ୍ କୟ୍ଲା, "ଉଟ୍ ମଃଜାୟ୍ ଟିଆ ଅଃଉ ।" ଆର୍ ସେ ଉଟି ଟିଆ ଅୟ୍ଲା । 9 ତାର୍ହଃଚେ ଜିସୁ ସେମଃନ୍କେ କୟ୍ଲା, "ମୁଁୟ୍ ତୁମିମଃନ୍କେ ହଃଚାରୁଲେ, ବିସାଉଁଣିବାର୍ ଦିନ୍ କାୟି କଃର୍ତା ବିଦି ? ନିକ କଃର୍ତାର୍ କି କଃରାପ୍ କଃର୍ତାର୍ ? ଜିବନ୍ ବଚାଉତାର୍ କି ନାସ୍ କଃର୍ତାର୍ ?" 10 ଆର୍ ସେ ଚାରିହାକ୍ ସଃବ୍କେ ଦଃକିକଃରି ତାକ୍ କୟ୍ଲା, "ତର୍ ଆତ୍ ଲାମାଉ ।" ତଃବାର୍ ଗିନେ ସେ ଆତ୍ ଲାମାୟ୍ଲା, ଆରେକ୍ ତାର୍ ଆତ୍ ନିକ ଅୟ୍ଲି ।