27 ମଃତର୍ ମୁଁୟ୍ ତୁମିକେ ସଃତ୍ କଃଉଁଲେ ମାପୁରାର୍ ରାଇଜ୍ ନଃଦେକ୍ତା ହଃତେକ୍ ଇତି ଟିଆ ଅୟି ରିଲା ଲକ୍ମଃନାର୍ ବିତ୍ରେ କଃତେକ୍ ଲକ୍ ବାୟ୍ଦ୍ରେ ନଃମେର୍ତି ।"
ଜିସୁର୍ ରୁହ୍ ବାଦୁଲ୍ଲି
28 ଇ ସଃବୁ ଗଃଟ୍ଣାର୍ ଆଟ୍ଦିନ୍ ହଃଚେ ଜିସୁ ପିତର୍, ଜହନ୍, ଆର୍ ଜାକୁବକେ ସଃଙ୍ଗେ ଦଃରି ପାର୍ତ୍ନା କଃରୁକେ ଡଙ୍ଗୁର୍ ଉହ୍ରେ ଗଃଲା । 29 ଆରେକ୍ ସେ ପାର୍ତ୍ନା କଃର୍ତା ବଃଳ୍ ତାର୍ ମୁଆଁର୍ ରୁହ୍ ବାଦୁଲ୍ଲି ଆର୍ ତାର୍ ବଃସ୍ତର୍ ଚିଟ୍ଦବ୍ ଆର୍ ବଃଡେ ଉଜାଳ୍ ଅୟ୍ଲି । 30 ଆର୍ ଦଃକା, ତଃତ୍କାଣ୍, ମସା ଆର୍ ଏଲିୟ ଇ ଦୁୟ୍ ଲକ୍ ତାର୍ ସଃଙ୍ଗ୍ କଃତାବାର୍ତା ଅଃଉଁକେ ଦଃର୍ଲାୟ୍ । 31 ସେମଃନ୍ ସଃର୍ଗାର୍ ଜଃଜ୍ମାନ୍ ସଃଙ୍ଗ୍ ଦଃକାୟ୍ ଅଃଉତି ରିଲାୟ୍, ଜିସୁ ଜିରୁସାଲମେ ଜଃଉଁକେ ଜୁୟି ମଃନ୍ କଃର୍ତି ରିଲା ବିସୟ୍କ୍ ଦଃରି କଃତାବାର୍ତା ଅଃଉତି ରିଲାୟ୍ ।