23 ସଃଡେବଃଳ୍ ଜିଉଦିମଃନାର୍ ପାର୍ତ୍ନା ଗଃରେ ବିଟାଳ୍ ଆତ୍ମା ଡସି ରିଲା ଲକ୍ ରିଲା, ସେ ଆଉଲି ଅୟ୍କଃରି କୟ୍ଲା, 24 "ଏ ନାଜରିତ୍ ବଃସ୍ତିର୍ ଜିସୁ ତୁୟ୍ ଅଃମାର୍ ତଃୟ୍ ହୁଣି କାୟିରି ମଃନ୍କଃରୁଲିସ୍ ? ତୁୟ୍ କାୟି ଅଃମିକ୍ ନାସ୍ କଃରୁକେ ଆସି ଆଚ୍ସି ? ତୁୟ୍ କେଏ ମୁଁୟ୍ ଜାଣି ଆଚି, ତୁୟ୍ ଇସ୍ୱରାର୍ ଗଟେକ୍ ପବିତ୍ର ମାନାୟ୍ ।"
25 ଜିସୁ ତାକ୍ ଦଃକା ଦଃୟ୍କଃରି କୟ୍ଲା, "ତୁନ୍ହାଳ୍, ଆର୍ ଇମାନାୟ୍ ତଃୟ୍ହୁଣି ବାରାୟ୍ ଜାଆ ।"
26 ତାର୍ହଃଚେ ସେ ବୁତ୍ ସେମାନାୟ୍କେ ମଳିକଃରି ତଃଳେ ଅଦ୍ରାୟ୍ଲି ଆର୍ ଆଉଲି ଅୟି ତାର୍ ତଃୟ୍ହୁଣି ବିଟାଳ୍ ଆତ୍ମା ବାରାୟ୍ ଗଃଲି ।