ଜିସୁ ଗାଦି ଲକ୍ମଃନ୍କେ ଉଜ୍ କଃଲା
29 ତାର୍ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ପାର୍ତ୍ନା ଗଃରେ ହୁଣି ବାରାୟ୍ ଜାକୁବକ୍ ଆର୍ ଜହନ୍ ସଃଙ୍ଗ୍ ମିସି ସଃଳ୍କେ ସିମନ୍ ଆର୍ ଆନ୍ଦ୍ରିଅର୍ ଗଃରେ ଗଃଲାୟି । 30 ସେ ଗଃରେ ସିମନାର୍ ସଃତୁର୍ସି ଜଃରାର୍ ଗିନେ ଟାଟାୟ୍ ଡୁଳି ରିଲି, ସେତାର୍ଗିନେ ଚେଲାମଃନ୍ ସିମନାର୍ ସଃତୁର୍ସି ଜଃରୁଲି ବଃଲି ଜିସୁକେ ସେଦାହ୍ରେ କୟ୍ଲାୟ୍ । 31 ଜିସୁ ତାର୍ ଲଃଗେ ଗଃଲା ଆର୍ ତାର୍ ଆତେ ଦଃରି ତାକ୍ ଉଟାୟ୍ଲା, ସେଦାହ୍ରେ ତାର୍ ଜଃର୍ ଚାଡ୍ଲି ଆର୍ ସେ ସେମଃନ୍କେ କାଉଁକେ ହିଉଁକ୍ ଦଃୟ୍କଃରି, ତାକାର୍ ସେବା କଃରୁକେ ଦଃର୍ଲି ।