ଜିସୁ ସାନ୍ ହିଲାମଃନ୍କେ ଲାଡ୍କଃଲା
13 ଜିସୁ ଜଃନ୍କଃରି ସାନ୍ସାନ୍ ହିଲାମଃନ୍କେ ଚୁୟ୍ଦ୍, ଇତାର୍ ଗିନେ ଲକ୍ମଃନ୍ ସେମଃନ୍କେ ଜିସୁର୍ ତଃୟ୍ ଆଣୁକେ ଦଃର୍ଲାୟ୍, ମଃତର୍ ଜିସୁର୍ ଚେଲାମଃନ୍ ଲକ୍ମଃନ୍କେ ଦଃକାଦେତି ରିଲାୟ୍ । 14 ଜିସୁ ସେରି ଦଃକି ରିସା ଅୟି, ଚେଲାମଃନ୍କେ କୟ୍ଲା, "ସାନ୍ ହିଲାମଃନ୍କେ ମର୍ ଲଃଗେ ଆସୁକ୍ ଆଗଟା ନାୟ୍, କାୟିତାକ୍ବଃଲେକ୍ ଇସ୍ୱରାର୍ ରାଇଜ୍ ଇବାନ୍ୟା ଲକ୍ମଃନାର୍ ।