21 ଜିସୁ ତାକ୍ ମୁଏଁ ଦଃକି ଲାଡ୍ କଃଲା ଆର୍ କୟ୍ଲା, "ତର୍ ଅଃବେ ହେଁ ଗଟ୍ ବିସୟ୍ ଉଣାଆଚେ, ତୁୟ୍ ଜାଆ, ତର୍ ନିଜାର୍ ଜାୟ୍ରି ଆଚେ, ସେରିମଃନ୍ ବିକିକଃରି ଗଃରିବ୍ମଃନ୍କେ ବାଟାକଃରି ଦେସ୍, ଆର୍ ତୁୟ୍ ସଃର୍ଗେ ଦଃନ୍ ହାଉସି; ଆର୍ ମର୍ ହଃଚେ ଆଉ ।" 22 ଜଃଡେବଃଳ୍ ସେମାନାୟ୍ ଇରି ସୁଣ୍ଲା, ତାର୍ ମୁଉଁ ସୁକିଗଃଲି ଆର୍ ସେ ମଃନ୍ଦୁକ୍ ଅୟି ବାରାୟ୍ଗଃଲା, କାୟିତାକ୍ବଃଲେକ୍ ସେମାନାୟ୍ର୍ ଅଲେକାର୍ ଦଃନ୍ରିଲି ।