ଜାକୁବକ୍ ଆର୍ ଜହନାର୍ ଗଉଆରି
35 ଜେବଦିର୍ ହୟିସି ଜାକୁବକ୍ ଆର୍ ଜହନ୍ ଜିସୁ ହାକ୍ ଆସି କୟ୍ଲାୟ୍, "ଏ ଗୁରୁ, ଅଃମିମଃନ୍ ତକେ ଜାୟ୍ରି ମାଗୁନ୍ଦ୍, ସେରି ଅଃମାର୍ ଗିନେ କଃର୍ ବଃଲି ଅଃମାର୍ ଇଚା ।"
36 ସେତାର୍ଗିନେ ଜିସୁ ସେମଃନ୍କେ ହଃଚାର୍ଲା, "ମୁଁୟ୍ ତୁମାର୍ ଗିନେ କାୟିରି କଃରିନ୍ଦ୍ ବଃଲି ମଃନ୍ କଃରୁଲାସ୍ ?"
37 ସେମଃନ୍ ଜିସୁକେ ଉତୁର୍ ଦିଲାୟ୍, "ଜଃଡେବଃଳ୍ ତୁୟ୍ ତର୍ ଜଃଜ୍ମାନ୍ ଗାଦି ଉହ୍ରେ ବଃସ୍ଲେକ୍, ଅଃମିକ୍ ଏକ୍ଲାକେ କାତାବାଟ୍ୟା, ଆରେକ୍ ଗଟ୍ଲକ୍କେ ଡେବ୍ରିବାଟ୍ୟା ବଃସୁକେ ଇ ବର୍ ଦେଏ ।"