43 ୧୦:୪୩ ମାତି ୨୩:୧୧; ମାର୍କ ୯:୩୫; ଲୁକ ୨୨:୨୬.ମଃତର୍ ତୁମାର୍ ବିତ୍ରେ ସେନ୍କାର୍ ନାୟ୍, ମଃତର୍ ତୁମାର୍ ବିତ୍ରେ କେଏ ବଃଡ୍ ଅଃଉଁକେ ମଃନ୍ କଃରେଦ୍, ସେ ତୁମିମଃନାର୍ ସେବାକାରି ଅଃଉଅ । 44 ଆର୍ ତୁମାର୍ ବିତ୍ରେ ଜେ ସଃବ୍କେ ବଃଡ୍ ଅଃଉଁକେ ମଃନ୍ କଃରେଦ୍, ତଃବେ ସେ ଗତିଦଃଙ୍ଗ୍ଳା ହର୍ ସଃବ୍କାର୍ ସେବା କଃର । 45 କାୟିତାକ୍ବଃଲେକ୍ ନଃରାର୍ ହୟିସି ହେଁ ସେବା ହାଉଁକ୍ ନାସେ, ମଃତର୍ ସେବା କଃରୁକେ ଆର୍ ଗାଦେକ୍ ଲକାର୍ ଗିନେ ମୁକ୍ଳାଉତା ମଲ୍ ହର୍ ଅଃହ୍ଣାର୍ ଜିବନ୍ ଦେଉଁକେ ଆସି ଆଚେ ।"