20 ତାର୍ହଃଚେ ଚେଲାମଃନ୍ ହୁର୍ତିବିର୍ ସଃବୁ ହାକ୍ ଜାୟ୍ ଲକ୍ମଃନ୍କେ ନିକ କବୁର୍ ପର୍ଚାର୍ କଃଲାୟି, ଆର୍ ଜିସୁ ମାପୁର୍ ନିଜେ ସେମଃନାର୍ ସଃଙ୍ଗେ ରଃୟ୍, ସେମଃନାର୍ ପର୍ଚାର୍ ସଃତ୍ ବଃଲି ଲକ୍ମଃନ୍କେ ଦଃକାଉଁକ୍, ସେମଃନ୍କେ କାବା ଅଃଉତା ଚିନା କଃରୁକେ ସଃକ୍ତି ଦିଲା ।୧୬:୨୦ କଃତିଗଟ୍ ହଃର୍ନା ଲେକାୟ୍ ମାର୍କ ୧୬ ଅଃଦ୍ୟାୟ୍ ୯ ହଃଦ୍ ତଃୟ୍ହୁଣି ୨୦ ହଃଦ୍ ହଃତେକ୍ ଲେକାନାୟ୍ଁ ।
Publicidade