ଜିସୁ ଆତ୍ ସୁକିରିଲା ମାନାୟ୍କେ ନିକ କଃଲା
1 ଜିସୁ ଆରେକ୍ ଗଟ୍ତର୍ ପାର୍ତ୍ନା ଗଃରେ ଗଃଲା । ସେତି ଗଟେକ୍ ମାନାୟ୍ ରିଲା, ତାର୍ ଆତ୍ ସୁକି ଜାୟ୍ରିଲି । 2 ଆର୍ ସେ କେଜାଣ୍ ବିସାଉଁଣିବାର୍ ଦିନ୍ ଉଜ୍ କଃରେଦ୍ କି ନାୟ୍ ବଃଲି କଃତେକ୍ ଲକ୍ମଃନ୍ ଦଃକ୍ତି ରିଲାୟ୍; ଜଃନ୍କଃରି ସେ ଲକ୍ମଃନ୍ ତାକ୍ ଦଃସ୍ ଦଃରୁ ହାର୍ତି । 3 ଜିସୁ ଆତ୍ ସୁକି ରିଲା ମାନାୟ୍କେ କୟ୍ଲା, "ଆଉ ମଃଜାୟ୍ ଟିଆ ଅଃଉ ।" 4 ତାର୍ହଃଚେ ଜିସୁ ଲକ୍ମଃନ୍କେ କୟ୍ଲା, "ବିସାଉଁଣିବାର୍ ଦିନ୍ କାୟି କଃର୍ତା ବିଦି ? ବଃଲ୍ କାମ୍ କଃର୍ତାର୍ କି କଃରାପ୍ କଃର୍ତାର୍ ? ଗଟ୍ ଲକାର୍ ଜିବନ୍ ବଚାଉତାର୍, କି ଗଟ୍ ଲକାର୍ ଜିବନ୍ ନଃସ୍ଟ୍ କଃର୍ତାର୍ ?" ମଃତର୍ ସେ ଲକ୍ମଃନ୍ ତୁନ୍ହଃଳି ରିଲାୟ୍ । 5 ଜିସୁ ସେମାନାୟ୍ର୍ ଅଃଟୁଆ ମଃନ୍ ଦଃକି ମଃନ୍ ଦୁକ୍ କଃରି ଚାରିହାକ୍ ଦଃକ୍ଲା, ଆର୍ ସେମାନାୟ୍କେ କୟ୍ଲା, "ତର୍ ଆତ୍ ଲାମାଉ ।" ସେ ଲକ୍ ଜିସୁର୍ ହାକ୍ ତାର୍ ଆତ୍ ଲାମାୟ୍ଲା ଆର୍ ସେଦାହ୍ରେ ତାର୍ ଆତ୍ ନିକ ଅୟ୍ଲି ।