ଜିସୁ ଜାଇରସାର୍ ଜିସିକେ ବାଚାୟ୍ଲା
35 ଜିସୁ ଇ କଃତା କଃଉତା ବଃଳ୍, ସେ ପାର୍ତ୍ନା ଗଃରାର୍ ମୁଳିକା ଜାଇରସାର୍ ଗଃରେହୁଣି କଃତି ଲକ୍ ଆୟ୍ଲାୟ୍ ଆର୍ କୟ୍ଲାୟ୍, "ତର୍ ଜିଦି ମଃଲିନି, ଗୁରୁକ୍ ଆର୍ କାୟିତାକ୍ କଃସ୍ଟ ଦେଉଁଲିସ୍ ?"
36 ମଃତର୍ ଜିସୁ ସେମଃନାର୍ କଃତା ସୁଣ୍ଲା ନଃସୁଣ୍ଲା ହର୍ ଅୟି ପାର୍ତ୍ନା ଗଃରାର୍ ମୁଳିକାକେ କୟ୍ଲା, "ଡିରା ନାୟ୍, ମଃତର୍ ବିସ୍ୱାସ୍ କଃର୍ ।" 37 ତାର୍ହଃଚେ ଜିସୁ ପିତର୍, ଜାକୁବ ଆର୍ ତାର୍ ବାୟ୍ସି ଜହନ୍କେ ଚାଡି କାକେ ହେଁ ତାର୍ ସଃଙ୍ଗ୍ ନଃନିଲା । 38 ଆର୍ ସେମଃନ୍ ମୁଳିକା ଜାଇରସାର୍ ଗଃରେ ହଚ୍ଲାୟ୍, ସେତି ଜିସୁ ଲକ୍ମଃନ୍ କାଲାହୁଲି ଆର୍ କାନ୍ଦାବାଳା ଅଃଉତି ରିଲାର୍ ଦଃକ୍ଲାୟ୍ । 39 ଜିସୁ ବିତ୍ରେ ଗଃଲା ଆର୍ କୟ୍ଲା, "କାୟିତାକ୍ କାଲାହୁଲି ଆର୍ କାନ୍ଦାବାଳା ଅଃଉଁଲାସ୍ । ଇ ଟକି ନଃମେରେ, ମଃତର୍ ସଇଆଚେ ।" ଇ କଃତା ସୁଣି ଲକ୍ମଃନ୍ ଟାହ୍ରା କଃରୁକେ ଦଃର୍ଲାୟ୍ ।
40 ମଃତର୍ ଜିସୁ ସଃବ୍କେ ହଃଦାୟି ବାର୍କଃରି, ସେ ହିଲାର୍ ଉବାସି, ଆୟ୍ସି ଆର୍ ଅଃହ୍ଣାର୍ ଲକ୍ମଃନାର୍ ସଃଙ୍ଗ୍ ସେ ଟକିହିଲା ଜୁୟ୍ତି ସୟ୍ରିଲି, ସେତି ଗଃଳାୟ୍ । 41 ତାର୍ହଃଚେ ଜିସୁ ସେ ଟକିହିଲାର୍ ଆତେ ଦଃରି ତାକ୍ କୟ୍ଲା, "ଟଲିତାକୁମ୍ !" ବଃଲେକ୍, "ଏ ନୁନି, ମୁଁୟ୍ ତକେ କଃଉଁଲେ, ଉଟ୍ ।"
42 ସେଦାହ୍ରେ ସେ ଟକିହିଲା ଉଟ୍ଲି ଆର୍ ଚାଲାବୁଲା କଃରୁକେ ଦଃର୍ଲି, ବଃଲେକ୍ ତାକ୍ ବାର ବଃର୍ସ୍ ଅୟ୍ରିଲି । ଇରି ଦଃକି କଃରି ସେମଃନ୍ କାବା ଅୟି ଗଃଳାୟ୍ । 43 ମଃତର୍ କେଏ ହେଁ ଜଃନ୍କଃରି ଇ କଃତା ନଃଜାଣତ୍, ଇତାର୍ ଗିନେ ଜିସୁ ସେମଃନ୍କେ କାକେହେଁ କଃଉଆ ନାୟ୍ ବଃଲି କୟ୍ଲା, ଆର୍ ସେ କୟ୍ଲା, "ଇ ଟକି ହିଲାକ୍ କାୟିରି ଅଲେ କାଉଁକେ ଦିଆସ୍ ।"