38 ଆର୍ ସେମଃନ୍ ମୁଳିକା ଜାଇରସାର୍ ଗଃରେ ହଚ୍ଲାୟ୍, ସେତି ଜିସୁ ଲକ୍ମଃନ୍ କାଲାହୁଲି ଆର୍ କାନ୍ଦାବାଳା ଅଃଉତି ରିଲାର୍ ଦଃକ୍ଲାୟ୍ । 39 ଜିସୁ ବିତ୍ରେ ଗଃଲା ଆର୍ କୟ୍ଲା, "କାୟିତାକ୍ କାଲାହୁଲି ଆର୍ କାନ୍ଦାବାଳା ଅଃଉଁଲାସ୍ । ଇ ଟକି ନଃମେରେ, ମଃତର୍ ସଇଆଚେ ।" ଇ କଃତା ସୁଣି ଲକ୍ମଃନ୍ ଟାହ୍ରା କଃରୁକେ ଦଃର୍ଲାୟ୍ ।
40 ମଃତର୍ ଜିସୁ ସଃବ୍କେ ହଃଦାୟି ବାର୍କଃରି, ସେ ହିଲାର୍ ଉବାସି, ଆୟ୍ସି ଆର୍ ଅଃହ୍ଣାର୍ ଲକ୍ମଃନାର୍ ସଃଙ୍ଗ୍ ସେ ଟକିହିଲା ଜୁୟ୍ତି ସୟ୍ରିଲି, ସେତି ଗଃଳାୟ୍ । 41 ତାର୍ହଃଚେ ଜିସୁ ସେ ଟକିହିଲାର୍ ଆତେ ଦଃରି ତାକ୍ କୟ୍ଲା, "ଟଲିତାକୁମ୍ !" ବଃଲେକ୍, "ଏ ନୁନି, ମୁଁୟ୍ ତକେ କଃଉଁଲେ, ଉଟ୍ ।"
42 ସେଦାହ୍ରେ ସେ ଟକିହିଲା ଉଟ୍ଲି ଆର୍ ଚାଲାବୁଲା କଃରୁକେ ଦଃର୍ଲି, ବଃଲେକ୍ ତାକ୍ ବାର ବଃର୍ସ୍ ଅୟ୍ରିଲି । ଇରି ଦଃକି କଃରି ସେମଃନ୍ କାବା ଅୟି ଗଃଳାୟ୍ ।