21 ତାର୍ହଃଚେ ହେରଦିଆକେ ଗଟ୍ ବାଟ ମିଳ୍ଲି, ସେଦିନ୍ ହେରଦାର୍ ଜଃଲମ୍ ଦିନ୍, ମଃତ୍ରିମଃନାର୍ ଗିନେ, ହାଁଚ୍ କଳି ସଃଇନ୍ ଉହ୍ରେ ବଃଡ୍ ସଃଇନ୍ମଃନାର୍ ଗିନେ ଆର୍ ଗାଲିଲିର୍ ବଃଡ୍ ବଃଡ୍ ଲକାର୍ ଗିନେ ରାତ୍ୟା ଗଟେକ୍ ବଃଡ୍ ବଜି ଅୟ୍ଲି । 22 ଆର୍ ହେରଦିଆର୍ ନିଜାର୍ ଜିସି ବିତ୍ରେ ଆସି ନାଚ୍ଲି, ଆର୍ ହେରଦ୍ ଆର୍ ତାର୍ ସଃଙ୍ଗ୍ ବଜିୟେ ବଃସିରିଲା ଲକ୍ମଃନ୍କେ ସଃର୍ଦା କଃରାୟ୍ଲି । ସେତାର୍ଗିନେ ହେରଦ୍ ରଃଜା, ଜିସିକେ କୁଦି କୟ୍ଲା, "ଜାୟ୍ରି ମଃନ୍ କଃରୁଲିସ୍, ସେରି ମାଗ୍, ମୁଁୟ୍ ତକେ ସେରି ଦଃୟ୍ନ୍ଦ୍ ।"