22 ଆର୍ ହେରଦିଆର୍ ନିଜାର୍ ଜିସି ବିତ୍ରେ ଆସି ନାଚ୍ଲି, ଆର୍ ହେରଦ୍ ଆର୍ ତାର୍ ସଃଙ୍ଗ୍ ବଜିୟେ ବଃସିରିଲା ଲକ୍ମଃନ୍କେ ସଃର୍ଦା କଃରାୟ୍ଲି । ସେତାର୍ଗିନେ ହେରଦ୍ ରଃଜା, ଜିସିକେ କୁଦି କୟ୍ଲା, "ଜାୟ୍ରି ମଃନ୍ କଃରୁଲିସ୍, ସେରି ମାଗ୍, ମୁଁୟ୍ ତକେ ସେରି ଦଃୟ୍ନ୍ଦ୍ ।" 23 ରଃଜା ଜିସିକେ କୟ୍ଲା, "ମୁଁୟ୍ ହଃର୍ମାଣ୍ କଃରି କଃଉଁଲେ, ତୁୟ୍ ଜାୟ୍ରି ମାଗ୍ଲେକ୍, ଆର୍ ରାଇଜାର୍ ଆଦ୍ବାଗ୍ ମାଗ୍ଲେକ୍ ହେଁ ମୁଁୟ୍ ସେରି ଦଃୟ୍ନ୍ଦ୍ ।"
24 ସେତାକ୍ ସେ ଜିସି ବାରାୟ୍ ଜାୟ୍ ତାର୍ ଆୟ୍ସିକ୍ ହଃଚାର୍ଲି, "ମୁୟ୍ଁ କାୟିରି ମାଗିନ୍ଦ୍ ?"
ତଃବେ ତାର୍ ଆୟ୍ସି ତାକ୍ କୟ୍ଲି, "ବାପ୍ତିସମ୍ ଦେତା ଜହନାର୍ ମୁଣ୍ଡ୍ ମାଗ୍ ।"
25 ସୁଣ୍ଲା ଦାହ୍ରେ ଜିସି ରଃଜାର୍ ହାକ୍ ବାଉଳି ଆୟ୍ଲି ଆର୍ ଇରି କୟ୍ ମାଗ୍ଲି, "ମର୍ ମଃନ୍, ତୁୟ୍ ବାପ୍ତିସମ୍ ଦେଉ ଜହନାର୍ ମୁଣ୍ଡ୍ ଗଟ୍ ତାଳି ତଃୟ୍ ମକ୍ ଇ ଦାହ୍ରେ ଦେ ।"
26 ସେତାର୍ଗିନେ ରଃଜା ବଃଡେ ଦୁକ୍ କଃଲା, ମଃତର୍ ରଃଜା ଅଃହ୍ଣାର୍ ହଃର୍ମାଣ୍ ଆର୍ କାଉଁକେ ବଃସିରିଲା ଲକାର୍ ଗିନେ ନାୟ୍ ବଃଲି କଃଉଁକେ ନଃହାର୍ଲା । 27 ସେତାର୍ଗିନେ ରଃଜା ସେଦାହ୍ରେ ଗଟ୍ ସଃଇନ୍ ହଃଟାୟ୍ ଜହନାର୍ ମୁଣ୍ଡ୍କାଟି ଆଣୁକେ କୟ୍ଲା । ତାର୍ହଃଚେ ସଃଇନ୍ ଜଃଇଲ୍ ଗଃରେ ଜାୟ୍ ତାର୍ ମୁଣ୍ଡ୍କାଟି ଆଣ୍ଲା । 28 ଆର୍ ସେରି ଗଟ୍ ତାଳି ତଃୟ୍ ଜିସିକେ ଦିଲା, ଆର୍ ଜିସି ସେରି ନଃୟ୍ ତାର୍ ଆୟ୍ସିକ୍ ଦିଲି ।