ଗଟେକ୍ ମାୟ୍ଜି ଟକିର୍ ବିସ୍ୱାସ୍
24 ଇତାର୍ହଃଚ ଜିସୁ ସେ ଜଃଗାୟ୍ହୁଣି ଉଟି ସର୍ ସଃନ୍ଦିକେ ଗଃଲା ଆର୍ ତାକ୍ କେଏ ହେଁ ନଃଜାଣତ୍ ବଃଲି ଇଚା କଃରି ଗଟେକ୍ ଗଃରେ ହୁର୍ଲା, ମଃତର୍ ସେ ଲୁକ୍ଣେ ରେଉଁ ନଃହାର୍ଲା । 25 ସଃଡେବଃଳ୍ ଜିସୁର୍ କଃତା ସୁଣି ସେଦାହ୍ରେ ଗଟେକ୍ ମାୟ୍ଜି ଜାର୍ ଜିସିକେ ବୁତ୍ ଡଃସିରିଲି, ସେ ସଃଙ୍ଗେ ସଃଙ୍ଗେ ଜିସୁର୍ ଲଃଗେ ଆୟ୍ଲି ଆର୍ ତାର୍ ଗଡେ ଡୁଳ୍ଲି । 26 ସେ ମାୟ୍ଜି ସର୍ ହଲିର୍ ସୁରପଇନିକିଆ ଜାତିର୍ ଗ୍ରିକ୍ମାୟ୍ଜି ରିଲି, ଆର୍ ସେ ଜିସୁକେ ଗଃଉଆରି କଃରି ମର୍ ଜିଇର୍ ଲଃଗେହୁଣି ବୁତ୍ ଚାଡାଉ ବଃଲି କଃଉତି ରିଲି । 27 ଜିସୁ ତାକ୍ କୟ୍ଲା, "ଆଗ୍ତୁ ହିଲାମଃନ୍କେ ହେଟ୍ ହୁର୍ନେ କାଉଁକେ ଦିଆସ୍, କାୟିତାକ୍ବଃଲେକ୍ ହିଲାମଃନାର୍ କାତା କାଦି କୁକୁର୍ମଃନାର୍ ଚଃମେ ହିଙ୍ଗ୍ତାର୍ ନିକ ନାୟ୍ ।"
28 ମଃତର୍ ସେ ମାୟ୍ଜି ଉତୁର୍ ଦିଲି, "ହେଁ ମାପୁର୍, ମଃତର୍ କୁକୁର୍ମଃନ୍ ହେଁ ଟେବୁଲ୍ ତଃଳେ ଅଦ୍ରି ରିଲା ହିଲାମଃନାର୍ ଲିତା ସଃକ୍ଳିମଃନ୍ ବେଟି କାତି ।"
29 ଜିସୁ ତାକ୍ କୟ୍ଲା, "ତର୍ ଇ କଃତାର୍ ଗିନେ, ତୁୟ୍ ଗଃରେ ବାଉଳି ଜାଆ, ତର୍ ଜିଦିର୍ ଲଃଗେହୁଣି ବୁତ୍ ବାରାୟ୍ ଗଃଲିବେ ।"
30 ସେ ମାୟ୍ଜି ଗଃରେ ଜାୟ୍ ତାର୍ ଜିସି ଟାଟାୟ୍ ସଇରିଲାର୍ ଆର୍ ବୁତ୍ ବାରାୟ୍ ଜାୟ୍ରିଲାର୍ ଦଃକ୍ଲି ।