ଜିସୁ ଗଟେକ୍ ଗୁଲା ଆର୍ ବଃୟ୍ରାକେ ଉଜ୍ କଃଲା
31 ଆରେକ୍ ଜିସୁ ସର୍ ସଃନ୍ଦିହୁଣି ସିଦନ୍ ଆର୍ ଦେକାପଲି ସଃନ୍ଦି ଅୟ୍କଃରି ଗାଲିଲି ସଃମ୍ନ୍ଦ୍ ଚଃମେ ଆୟ୍ଲା । 32 ସେତି ଲକ୍ମଃନ୍ ଗୁଲା ଆର୍ ବଃୟ୍ରା ଲକ୍କେ ଆଣ୍ଲାୟି, ଆର୍ ତାର୍ ଉହ୍ରେ ଆତ୍ ସଃଙ୍ଗାଉ ବଃଲି ଜିସୁକେ ଗଃଉଆରି କଃରି କୟ୍ଲାୟ୍ । 33 ଜିସୁ ସେମାନାୟ୍କେ ଲକ୍ମଃନାର୍ ତଃୟ୍ହୁଣି ଅଃଲ୍ଗା କଃରି ଏକ୍ଲାକେ କୁଦି ନଃୟ୍ ତାର୍ କାନେ ଜଳେକ୍ ଆଙ୍ଗଟି ହୁରାୟ୍ଲା ଆର୍ ଲାଳ୍ ତୁକି ତାର୍ ଜିବେ ଚୁୟ୍ଲା । 34 ତାର୍ହଃଚେ ଜିସୁ ସଃର୍ଗ୍ ବାଟ୍ ଦଃକି ବଃଡ୍ ହୁଣ୍ଡାଣ୍ ହୁଣ୍ଡିକଃରି ସେମାନାୟ୍କେ କୟ୍ଲା, "ଇପ୍ପତ ।" ବଃଲେକ୍, "ଇଟିଜା ।"
35 ସେଦାହ୍ରେ ସେମାନାୟ୍ର୍ କାନ୍ ଉଗାଳି ଅୟ୍ଲି ଆର୍ ତାର୍ ଜିବାର୍ ବାନ୍ଦୁଣ୍ ଇଟ୍ଲି ଲାଗି ସେ ନିକ କଃରି କଃତା ଅଃଉଁକେ ଦଃର୍ଲା ।
36 ତାର୍ହଃଚେ ଜିସୁ କାକେ ହେଁ ଇ କଃତା କଃଉଆ ନାୟ୍ ବଃଲି ସେମଃନ୍କେ ନିକ କଃରି କୟ୍ଲା; ମଃତର୍ ଜଃତେକ୍ କଃଉଁକେ ମଃନା କଃଲେକ୍ ହେଁ ସେମଃନ୍ ଅଃଦିକ୍ ସଃବୁହାକ୍ ପର୍ଚାର୍ କଃରି ବୁଲ୍ଲାୟ୍ । 37 ଇ କଃତା ଲକ୍ମଃନ୍ ସୁଣି କାବା ଅୟ୍ଗଃଲାୟ୍ ଆର୍ କୟ୍ଲାୟ୍, "ସେ ସଃବୁ କାମ୍ ନିକକଃରି କଃଲା ଆଚେ, ଆର୍ ବଃୟ୍ରା ଲକ୍କେ ସୁଣ୍ତା ସଃକ୍ତି ଆର୍ ଗୁଲା ଲକ୍କେ କଃଉତା ସଃକ୍ତି ଦେଉଁଲା ।"