18 ଆର୍ ତୁମିମଃନ୍କେ ମର୍ ଗିନେ ସଃର୍କାର୍ ଅଃଦିକାରି ଆର୍ ରଃଜାମଃନାର୍ ହାକ୍ ନେତି, ସେରି ସେମଃନାର୍ ଆର୍ ଅଜିଉଦି ଲକାର୍ ତଃୟ୍ ସାକି ହର୍ ଅୟ୍ଦ୍ । 19 ମଃତର୍ ଜଃଡେବଃଳ୍ ତୁମିକେ ସଃହ୍ରି ଦେତି ସଃଡେବଃଳ୍ ତୁମିମଃନ୍ କଃନ୍କଃରି କାୟି କଃତା କଃଉଆସ୍; ସେତାର୍ ଗିନେ ଚିତା କଃରାନାୟ୍, ବଃଲେକ୍ କାୟିରି କଃଉଆସ୍ ସେରି ସେଦାହ୍ରେ ତୁମିମଃନ୍କେ ଦିଆ ଅୟ୍ଦ୍ ।
Publicidade