2 ଆର୍ ସଃଡେବଃଳ୍ ଦଃର୍ତି ଲଃଦ୍ବଃଦ୍ଲି, ଆର୍ ଇସ୍ୱରାର୍ ଗଟେକ୍ ଦୁତ୍ ସଃର୍ଗେହୁଣି ଉତ୍ରି ଆସି ମଃସୁଣ୍ ବାଟେ ଡାହିରିଲା ଟେଳା ଗୁଚାୟ୍ ତାର୍ ଉହ୍ରେ ବଃସ୍ଲା । 3 ସେ ଦୁତାର୍ ରୁହ୍ ବିଜ୍ଲି ହର୍ ଆର୍ ତାର୍ ହିନ୍ଦିରିଲା ବଃସ୍ତର୍ କଃରାଟେଳା ହର୍ ଚିଟ୍ ଦବ୍ ରିଲି । 4 ଆରେକ୍ ଜାଗ୍ତା ଲକ୍ମଃନ୍ ଦୁତ୍କେ ଡିରିକଃରି ତଃର୍ତଃରି ମଃଲା ଲକାର୍ ହର୍ ଅୟଃଲାୟ୍ ।