23 ହଃଚେ ଜିସୁ ସେ ଜିଉଦି ମୁଳିକାର୍ ଗଃରେ ଆସି ସୁର୍ଲି ହୁକ୍ତା ଲକ୍ମଃନ୍କେ ଆର୍ ଆଉଲି କାନ୍ଦ୍ତା ଲକ୍ମଃନ୍କେ ଦଃକି କୟ୍ଲା, "ହଃଦାୟି ବାରାଉଆ । 24 ଇ ଟକି ନଃମେରେ, ମଃତର୍ ସଇ ଆଚେ ।" ସେତାକ୍ ସେମଃନ୍ ତାକ୍ ଗେଙ୍ଗ୍ରାୟ୍କଃରି କଃଉଁକେ ଦଃର୍ଲାୟ୍ । 25 ମଃତର୍ ଲକ୍ମଃନ୍ ହଃଦାୟି ବାରାୟ୍ଲାକେ ସେ ବିତ୍ରେ ଜାୟ୍ ସେ ଟକିର୍ ଆତେ ଦଃରି ଉଟାୟ୍ଲାକ୍, ସେ ଉଟ୍ଲି ଆର୍ ଟିଅୟ୍ଲି ।