ଇସ୍ୱରାର୍ ନିଆୟ୍ ବିଚାର୍
1 ଏ ମାନାୟ୍ ତୁମିମଃନ୍ କାୟିରି ବିନ୍ ଲକ୍ମଃନାର୍ ବିଚାର୍ କଃରୁଲାସ୍ ? ତୁମି ଜୁୟ୍ଲକ୍ ଅୟିଲେକ୍ ହେଁ, ଇରି କଃର୍ତାର୍ ତୁମାର୍ ହାଁୟ୍ ଟିକ୍ ନୟ୍ । ବିନ୍ ଲକାର୍ ଦଃସ୍ ଦଃରି ତୁମି ଜଦି ସେରି କଃର୍ତି ରିଆସ୍, ସେତାର୍ ଗିନେ ତୁମି ନିଜ୍କେ ଦସି କଃରୁଲାସ୍ । 2 ଅଃମି ଜାଣ୍ଲୁ, ଇସ୍ୱର୍ ଇ ହର୍ କାମ୍ କଃର୍ତା ଲକ୍ମଃନାର୍ ସଃତ୍ ବିଚାର୍ କଃରେଦ୍ । 3 ଜୁୟି କଃରାପ୍ କାମ୍ ଗିନେ ତୁମି ବିନ୍ଲକ୍ମଃନ୍କେ ଦସି କଃରୁଲାସ୍, ସେରି ଜଦି ତୁମି ନିଜେ କଃର୍ତିରିଆସ୍ ତୁମି ଇସ୍ୱରାର୍ ବିଚାର୍ ତଃୟ୍ ହୁଣି ରଃକ୍ୟା ହାଉଁ ହାରାସ୍ ବଃଲି କାୟି ମଃନେ ବାବୁଲାସ୍ ?