ଆତ୍ମାର୍ ଜିବନ୍
1 ଜୁୟି ଲକ୍ମଃନ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଜିବନ୍ କାଟୁଲାୟ୍, ସେମଃନାର୍ ଗିନେ ଅଃବେ କାୟି ଡଃଣ୍ଡ୍ ନାୟ୍ । 2 ପବିତ୍ର ଆତ୍ମା ଜୁୟି ବିଦି ଦଃୟି ଅଃମିକ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ମିସାୟ୍ କଃରି ଜିବନ୍ ଦଃୟ୍ଆଚେ, ସେତାର୍ ଗିନେ ଅଃମିମଃନ୍ ହାହ୍ ଆର୍ ମଃର୍ନାର୍ ବିଦି ତଃୟ୍ହୁଣି ମୁକ୍ଳି ଆଚୁ ।