ଆତ୍ମାର୍ ଜିବନ୍
1 ଜୁୟି ଲକ୍ମଃନ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଜିବନ୍ କାଟୁଲାୟ୍, ସେମଃନାର୍ ଗିନେ ଅଃବେ କାୟି ଡଃଣ୍ଡ୍ ନାୟ୍ । 2 ପବିତ୍ର ଆତ୍ମା ଜୁୟି ବିଦି ଦଃୟି ଅଃମିକ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ମିସାୟ୍ କଃରି ଜିବନ୍ ଦଃୟ୍ଆଚେ, ସେତାର୍ ଗିନେ ଅଃମିମଃନ୍ ହାହ୍ ଆର୍ ମଃର୍ନାର୍ ବିଦି ତଃୟ୍ହୁଣି ମୁକ୍ଳି ଆଚୁ । 3 ମାନାୟ୍ର୍ ଦୁର୍ବଳାର୍ ଗିନେ ମସା ଦିଲା ବିଦି ଜାୟ୍ରି ସାଦୁନ୍ କଃରୁକେ ନାହାର୍ଲି, ଇସ୍ୱର୍ ସେରି କଃରି ଆଚେ । ନଃର୍ ଜିବନେ ହାହ୍କେ ନାସ୍ କଃର୍ତା ହାୟ୍ଁ ସେ ନିଜାର୍ ହୟ୍ସିକେ ହାହି ମାନାୟ୍ ହର୍ କଃରି ହଃଟାୟ୍ଲା ଆର୍ କ୍ରିସ୍ଟ ଜିସୁ ହାହାର୍ ସଃକ୍ତି ନାସ୍ କଃରି ଆଚେ । 4 ଜଃନ୍କଃରି ଗଃଗାଳାର୍ ବାବ୍ନା ହଃର୍କାରେ ଚାଲାଚାଲ୍ତି ନଃକେରି ଆତ୍ମାର୍ ଗିଣେ ଚାଲାଚାଲ୍ତି କଃରି ରେଉଁନ୍ଦ୍ ଜେ ଅଃମିମଃନ୍, ଅଃମିମଃନାର୍ ତଃୟ୍ ବିଦିର୍ ଦଃର୍ମ୍ବିଦି ହୁରା ଅୟ୍ଦ୍ ।