ସୁଣ୍ତାର୍ ଆର୍ କାମ୍ କଃର୍ତାର୍
19 ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ତୁମିମଃନ୍ ଇରି ଜାଣି ଆଚାସ୍ । ହଃତି ଲକ୍ ସୁଣୁକେ ଚଃଚଲ୍ ଅଃଉଆ, କଃତା କଃଉଁକେ ଦିର୍ ଆର୍ ରିସା ଅଃଉଁକେ ଦିର୍ ଅଃଉଆ । 20 କାୟିତାକ୍ବଃଲେକ୍ ମାନାୟ୍ର୍ ରିସା ଇସ୍ୱର୍ ମଃନ୍ କଃର୍ତା ଦଃର୍ମ୍ କାମ୍ ହୁରୁଣ୍ ନଃକେରେ ।