14 ମଃତର୍ କାଲି କାୟିରି ଗଃଟେଦ୍, ସେରି ତୁମିମଃନ୍ ନଃଜାଆସ୍ । ତୁମାର୍ ଜିବନ୍ କୁଳି ଦୁଆଁ ହର୍, ଚଃନେକ୍ସେ ରଃୟ୍ଦ୍ ଆର୍ ତାର୍ ହଃଚେ କେଣେକି ମଃୟାଅୟ୍ଦ୍ । 15 ଇତାର୍ ଗିନେ ମାପୁରାର୍ ଇଚା ଅୟିଲେକ୍ ଅଃମିମଃନ୍ ଜିବନ୍ ରଃୟ୍ ଇରି କଃରୁଆଁ କି ସେରି କଃରୁଆଁ, ଇବାନ୍ୟା କଃଉତାର୍ ତୁମାର୍ ଦଃର୍କାର୍ ।