6 ୧:୬ ୧ ତିମ ୩:୨-୭.ଜୁୟ୍ଲକ୍ ନିର୍ଦସି ଆର୍ ଗଟେକ୍ ମାୟ୍ଜିର୍ ଅଃଣ୍ଡ୍ରା ଅୟି ରିବାର୍ଆଚେ, ତାର୍ ହିଲାମଃନ୍ ମାପୁରାର୍ ବିସ୍ୱାସି ଅୟି ରିବାର୍ଆଚେ । ଆର୍ କଃରାପ୍ କାମେ ଲିନ୍ଦା ହାୟ୍ଁ ନଃରେବାର୍ ଆଚେ କି ଅମାନ୍ୟାର୍ ଅୟି ନଃରେବାର୍ ଆଚେ, ତାକେ ବାଚା । 7 ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକା ଇସ୍ୱରାର୍ ବଃଣ୍ଡାର୍ଗଃରିଆ ହର୍ ଲିନ୍ଦା ନାହାୟାଲା ଲକ୍ ଅୟ୍ବାର୍ ଆଚେ; ସେ ନିଜାର୍ ଇଚାୟ୍ ଚାଲ୍ତା ଲକ୍ କି ବେଗି ରିସା ଅଃଉତା ଲକ୍ ଅୟି ନଃରେବାର୍ ଆଚେ, କି ମଃଦୁଆ କି କୁନ୍ଦିକାଡୁ, କି ଦଃନ୍ଲଃବି ଅୟି ନଃରେବାର୍ ଆଚେ । 8 ନିକରି ବଃଲ୍ହାଉ ଲକ୍ସସି ଅୟ୍ରେବାର୍ ଆଚେ, ନିକ କଃତାକ୍ ଲାଡ୍କଃର୍ତା ଲକ୍, ନିକ ବୁଦିର୍ ଲକ୍, ନ୍ୟାୟ୍ ବଃଲ୍ହାଉତା ଲକ୍, ପବିତ୍ର ଆର୍ ମଃଦୁର୍ କଃତା ଅଃଉତା ଲକ୍ । 9 ଆରେକ୍ ଜଃନ୍କଃରି ସେ ଉହ୍କାର୍ ଅଃଉତା ସିକ୍ୟା ଦଃୟି ବଃର୍ସା ଦେଉଁକ୍ ଆର୍ ବିରୁଦେ କଃଉତା ଲକ୍ମଃନ୍କେ ଉତୁର୍ ଦେଉଁକେ ହାର୍ତି, ଇତାର୍ ଗିନେ ହାୟ୍ରିଲା ସିକ୍ୟା ହଃର୍କାରେ ବିସ୍ୱାସ୍ ଜୟ୍ଗ୍ ମାପୁରାର୍ କଃତାକ୍ ନିକକଃରି ଦଃରି ରେଉଅତ ।