1 ବାରି ମାପ୍ରୁ ଜେ ମଙ୍ଗଲ୍ମୟ ସାପା ରକମ୍ନେ ନାଲେ ବିସଏବାନ୍ ନାଲେ ଆରି ଇର୍ସା ଆରି ନିନ୍ଦା ଆନ୍ତାର୍ପା । 2 ଚିର୍ଲାଃଅ ରକମ୍ ଡିଂପା । କାଲାଆଃ ସତ୍ ଆତ୍ମିକ ତ୍ରାଡ଼ିଆ ଉଗ୍ ନ୍ସା ଇକ୍ଚା ଡିଂପା । ଡେତ୍ଲା ପେଇଂ ବୁଦି ବାଚେ ଉଦାର୍ ପେବାଏ । 3 ସାସ୍ତର୍ନ୍ନିଆ ଗ୍ନୁଆର୍ ଲେଃକେ ।
"ଇସ୍ପର୍ ଜେ ଉଡ଼ି ଲିବିସଃଣ୍ଡ୍ରେ ।
ଆତାନ୍ ପେ ନିଜେ ମ୍ୟାପେଲେଃକେ ।"
4 "ରେମୁଆଁଇଂ ଆଣ୍ଡିନେ ମ୍ବ୍ରକ୍ନେ ଚାପ୍ଟାବାର୍ ସୁଗୁଆ ମାପ୍ରୁକେ ଦାମ୍ଣ୍ଡୁନେ ନେଃଗାଚେ ମନା ଡିଂଆର୍କେ ମେଃନେ ଡାଗ୍ରା ପାଂଲାପା ମେଃଡାଗ୍ଲା ମାପ୍ରୁ ନ୍ସା ଗୁଲେ ଦାମ୍ନେ ବିଚାର୍ ଡିଂଚେ ଆଃସ୍ରିବକେ । 5 ପେଇଂ ମୁଇଂ ଆତ୍ମିକ ଦେଉଲ୍ ଆଃରେନ୍ନିଆ ମ୍ବ୍ରକ୍ନେ ଚାପ୍ଟାବାର୍ ସୁଗୁଆ ଆଃସୁଏନେ ନ୍ସା ଇଲାପା । ଆତାନ୍ ଦେଉଲ୍ଡାଗ୍ରା ପେଇଂ ଜିସୁ କିସ୍ଟନେ ମଞ୍ଜେଣ୍ଡ୍ରେନେ ଇସ୍ପର୍ନେ ସାଃନେ ଜୁଗ୍ ଆଦ୍ୟାତ୍ମିକ ଉଃଡ଼ିରୁଆ ମାନେଃନେ ନ୍ସା ପବିତ୍ର ଜଜ୍ନାଣ୍ଡ୍ରେନେ କାମ୍ ଡିଂଏ । 6 ସାସ୍ତର୍ ଡାଗ୍ରା ଡେକ୍ରକମ୍ ଗ୍ନୁଆର୍ଲେଃକେ:
ନେ ମୁଇଂ ଗ୍ଲୋଏଦାମ୍ ଚାପ୍ଟାବାର୍ ନେସ୍ରିକେ;
ଆତାନ୍ନେଇଂ ସିୟୋନନେ କନ୍ ଚାପ୍ଟାବାର୍ ସୁଗୁଆ ନେରାକକେ ।
ଜେ ଜା ମେଁ ଡାଗ୍ରା ବିସ୍ବାସ୍ ଡିଂଏ, ମେଁ ଅଃନା ଆଗ୍ୟାସ ଣ୍ଡୁ ।"
7 ପେଇଂ ବିସ୍ବାସ୍ ଡିଂପେଲେଃକେସାଃ ପେ ନ୍ସା ଏନ୍ ବେବଆର୍ ଗ୍ଲୋଏଦାମ୍ ଡିଂଲେଃକେ । ଡାଗ୍ଲା ଜା ବିସ୍ବାସ୍ ଆଡିଂଆର୍ ଣ୍ଡୁ,
"ଆଣ୍ଡିନେ ଚାପ୍ଟାବାର୍କେ ଆଃରେଣ୍ଡ୍ରେଇଂ ମନ୍ ବିଃଆର୍କେ
ଆତାନ୍ କନ୍ନେ ମୁଲ୍ ବ୍ରି ଡିଙ୍ଗ୍ଲେକେ ।"
8 ପବିତ୍ର ସାସ୍ତର୍ ଡାଗ୍ରା ବିନ୍ ମୁଇଂ ଜାଗାଡାଗ୍ରା ଗୁଆର୍ବକେ,
"ଏନ୍ ବ୍ରି ଆରାତ୍ରା ଉଃଡ଼ିରୁଆ ଟେପ୍ଲଃଚେ ଲଃଆର୍ଏ
ଏନ୍ ଚାପ୍ଟାବାର୍ ମେଇଂନେ ଡାନେ ମେଃଡାଗ୍ଲା ଡିଂଏ ।"
ମେଇଂ ମାପ୍ରୁନେ ସାମୁଆଁ ବିସ୍ବାସ୍ ଆଡିଂଆର୍କେ ତେସାଃ ମେଇଂ ଟେପ୍ଲଃଚେ ଲଃଆର୍କେ । ଏନ୍ ଲେଃଗେ ମେଇଂନେ ନ୍ସା କିତଂନେ ସାମୁଆଁ ।
9 ପେଇଂ ମୁଇଂ ସ୍ରିକ୍ନେ ବଂସ ଇଃସାଙ୍ଗ୍ଇଂନେ ଜଜ୍ନାଣ୍ଡ୍ରେ ମୁଇଂ ପବିତ୍ର ଜାତି ଆରି କିତଂନେ ନିଜର୍ ରେମୁଆଁ ଡିଂପେଲେଃକେ । କିତଂ ଆପେକେ ତାଂକିଗ୍ବାନ୍ ମେଁନେ ଇରିଆଃତୁଗ୍ ତ୍ନାର୍କିଗ୍ ଡାଗ୍ରା ୱାବକେ । ପେଇଂ ମେଃନେ କାବା ରକମ୍ କାମ୍ ସାପା ଆଃଅଁନେ ନ୍ସା ସ୍ରିବଗେ । 10 ଅଃସେ ପେଇଂ କିତଂନେ ରେମୁଆଁ ପେଲେଃଗେ ଏଃକେ ଡିଂପେଲେଃକେ । ଅଃସେ ପେଇଂ ଇସ୍ପର୍ନେ ଲିବିସଃ ବିସୟ୍ରେ ମ୍ୟାଃପେଲେଗେ ଏଃକେ ମେଃନେ ଲିବିସଃନେ ଡିଂପେଲେଃକେ ।
11 ଅ ବୟାଁ ଆରି ତନାଇଂ ପେଇଂ ଏନ୍ ଦର୍ତନିନେ ବିନ୍ ଦେସ୍ଇଂ ଆରି ସାଇ ସୁଗୁଆ । ତେସାଃ ଗୁଆରେ ନେଡିଂ, ସାପା ଆତ୍ମା ବିରଦ୍ରେ ରିଂଡିଂକ୍ନେ ଗାଗ୍ଡ଼େନେ ଇକ୍ଚା ଆସା ଆଡିଙ୍ଗେପା । 12 ପେଇଂ ଅଣଜିଉଦିଇଂନେ ବିତ୍ରେ ପେଇଂନେ ସତ୍ କାମ୍ ତ୍ନାଲେ, ତେଲା ମେଇଂ ଆପେକେ ଦଦିଆ ସ୍ଲେଣ୍ଡ୍ରେ ଡାଗ୍ଚେ ନିନ୍ଦା ବିଃଡିଙ୍ଗ୍ଲା ଡିଗ୍ ପେଇଂନେ ସତ୍ କାମ୍ କେଚେ କ୍ରିସ୍ଟ ପାଙ୍ଗ୍ନେ ଦିନା ଇସ୍ପର୍ନେ ପ୍ରସଂସା ଡିଙ୍ଗ୍ଆର୍ଏ ।
13 ମାପ୍ରୁନେ ମ୍ନିରେ ଗୁଆରେ ଣ୍ଡିଂକେ ମ୍ନାଣ୍ଡ୍ରେଇଂନ୍ନେ ସାଃବିଃର୍ଣ୍ଡ୍ରେଇଂନେ ଡିଂପା । 14 ଦେସ୍ନେ ମ୍ନା ସାଃବିର୍ଣ୍ଡ୍ରେ ଇଃସାଙ୍ଗ୍କେ ଆରି ବିନ୍ବିନ୍ନେ ସାଃବିର୍ଣ୍ଡ୍ରେକେ ମାନେଃପା । ସାଃବିର୍ଣ୍ଡ୍ରେଇଂ ଅପ୍ରାଦିଇଂକେ ଡଣ୍ଡ୍ ବିଃ ନ୍ସା ଆରି ସତ୍କାମ୍ ଡିଂଡିଂକ୍ନେ ରେମୁଆଁଇଂକେ ଉସ୍ଉସେ ନ୍ସା ଇଃସାଙ୍ଗ୍ ନ୍ସା ସ୍ରିକେ । 15 ପେଇଂ ନିମାଣ୍ଡା କାମ୍ ଡିଂଚେ ନିର୍ବୁଦିଇଂନେ ସାମୁଆଁ ଆବୁଂବିପା ଏନ୍ ଇସ୍ପର୍ନେ ଇକ୍ଚା ।
16 ଉଦାର୍ ବାକ୍ନେ ରେମୁଆଁଇଂ ସୁଗୁଆ ବ୍ରୁଆ ଡିକେଃପା । ଡାଗ୍ଲା ସ୍ୱାଦିନ୍ନେ ଦଦିଆ ବେବଆର୍ ଡିଂଚେ ଗରବ୍ କାମ୍ ଆଃଡିଂପା । ଆରି ଇସ୍ପର୍ନେ ସ୍ଲେରେ ସୁଗୁଆ ବ୍ରୁଆ ଡିକେଃପା । 17 ସାପାରେକେ ସନ୍ମାନ୍ ବିଃପା । ସାପାରେ କିସ୍ଟ ବିସ୍ବାସି ବୟାଁକୁଲାଇଂକେ ଆଲାଦ୍ ଡିଂପା । ଇସ୍ପର୍କେ ବୁଟପା ଇଃସାଙ୍ଗ୍ଇଂକେ ସନ୍ମାନ୍ ବିଃପା ।
18 ସ୍ଲେରେଇଂ ପେନେ ମାପ୍ରୁଇଂ ଲିବିସଃ ଆରି ବିଚାର୍ନ୍ନିଆ ବା ଡାଟ୍ ରକମ୍ ଡିଂଲାଃଲାପା, ମେଇଂନେ ଆଲ ଡିଂପା ଆରି ଆମେଇଂକେ ନିମାଣ୍ଡା ମାନିଆରି ବିଃପା । 19 ପେଇଂ ଇସ୍ପର୍ନେ ଇକ୍ଚା ମ୍ୟାପେଲେକେ ସାଃ ଜଦି ଅନ୍ୟାୟ୍ରେ ଡଣ୍ଡ୍ ବାଚେ କସ୍ଟ ସାମ୍ବାଲେପା, ତେଲା ଇସ୍ପର୍ ଆପେକେ ଆସିର୍ବାଦ ଡିଂଏ । 20 ପେଇଂ ଦସ୍ ଡିଂଚେ ଡଣ୍ଡ୍ ପେବାଲା ଆତ୍ନେ ଦନ୍ୟବାଦ୍ନେ ମେଃ କାରନ୍ ଲେଃକେ ? ନ୍ୟାୟ୍ କାମ୍ ଡିଂଲା ଆଃ ଜଦି ଡଣ୍ଡ୍ ପେବଗେଏ ତେଲା ଇସ୍ପର୍ ଆନେକେ ଆସିର୍ବାଦ ଡିଂଏ । 21 ଇସ୍ପର୍ ଏନ୍ ଉଦେସ୍ରେ ଆପେକେ ୱାବକେ । କିସ୍ଟ ନିଜେ ପେଇଂନେ ନ୍ସା ଡଣ୍ଡ୍ ଡିଂଚେ ନିମାଣ୍ଡା ଆଃସୁଏବକେ ଡିରକମ୍ ପେଇଂ ମେଃନେ ପାଦ୍ଚ ପେସାଃଏ । 22 ମେଁ ମେଃଡିଗ୍ ପାପ୍ ଆଡିଂକେ, କି ମେଁନେ ତୁମୁଁଆଃଅରିଆ ମେଃଡିଗ୍ ନାଲେ ସାମୁଆଁ ଆଲେଃଗେ । 23 ମେଃ ଦୁକ୍ ବାନେ ବେଲା ପ୍ରତିସଦ୍ ଡୁଂଡନେ ବୁଟମେଗ୍ ଆଃସୁଏ ଆବଗେ ଣ୍ଡୁ; ଚାଃ ନିଆୟ୍ ବିଚାର୍ ଡିଂନେ କିତଂନେ ଆଡ଼ାତ୍ରା ପୁରା ଆସା ବଗେ । 24 ନେ ଡିରକମ୍ ପାପ୍ ଡାଗ୍ରା ନେଗୁଏଃଏ ଆରି ଦରମ୍ ନେବ୍ରୁଆ ନେଡ୍କେଃଏ ତେନ୍ସା କିସ୍ଟ କୁରୁସ୍ ଆରାତ୍ରା ନିଜର୍ ଗାଗ୍ଡ଼େ ନେନେ ପାପ୍ ଅଜନ୍ ଡୁଙ୍ଗ୍କେ । ମେଃନେ ଗାଗ୍ଡ଼େ ଆତାନ୍ ଚିନାକ୍ନେ ନ୍ସା ନେ ନିମାଣ୍ଡା ଡିଂନେଲେଃ । 25 ମେଣ୍ଡାଇଂନେ ସୁଗୁଆ ପେଇଂ ବିନ୍ ଗାଲି ୱେପେଲେଃଗେ । ଏଃକେ ପେନେ ମେଣ୍ଡାତୁର୍ତ୍ୟାରେ ଆରି ଆତ୍ମାନେ ରକ୍ୟା ଡିଂଣ୍ଡ୍ରେ ଡାଗ୍ରା ଆଣ୍ଡେ ପାଂପେଲେଃକେ ।