1 ନେଂ ମୁଇଂ ମ୍ନାଃ ସାଃବିର୍ଣ୍ଡ୍ରେ ଇସାବ୍ରେ ପେନେ ମଣ୍ଡଲିନେ ମ୍ନା ନେତାଇଂକେ ଗୁଆରେ ବାସଙ୍ଗ୍ଣ୍ଡିଂକେ । କିସ୍ଟ ଦୁକ୍ ବାକ୍ନେ ନେଂ ମୁଇଂଞ୍ଜା ସାକି ଆରି ମେଃନେ ସାମୁଆଁ ଆତର୍ସାନେ ବେଲା ନେଂ ଆତ୍ଡାଗ୍ରା ଙ୍କୁଡ଼େଏ । 2 ଇସ୍ପର୍ ପେନେ ନ୍ତିଡାଗ୍ରା ଆଣ୍ଡିନେ ମେଣ୍ଡାରାସିନେ ଦାଇତ୍ ବିଃବଗେ । ନେଂ ଗୁଆରେ ଣ୍ଡିଂକେ, ପେ ଅଲ୍ସୁଆ ବାବ୍ରେ ମାଡିଂଚେ ଇସ୍ପର୍ନେ ଇକ୍ଚାରେ ଆମେଇଂକେ ବିଃତୁଏଃପା । ଦନ୍ଲାବ୍ ଆସାରେ ଆତାନ୍ ମାଡିଂଚେ ନିମାଣ୍ଡା ସେବା ମନ୍ ବାବ୍ନା ଏତେ ପେନେ କାମ୍ ପୁରନ୍ ଡିଂପା । 3 ପେ ଜାନେ ଦାଇତ୍ ଡୁଂଡପେବକେ ମେଇଂ ଆରାତ୍ରା ମାପ୍ରୁ ସୁଗୁଆ ମାଡିଂଚେ ମେଇଂନେ ନ୍ସା ନିଜେ ଜିବନ୍ନେ ବେବଆର୍ ଆଃସୁଏପା । 4 ଉଃଡ଼ିବେଲା ମ୍ନାଃ ମେଣ୍ଡାତୁର୍ତ୍ୟାରେ ପ୍ଲାଃ ୱେଆର୍ଏ ପେଇଂ ଆସିର୍ବାଦ୍ନେ ସାଜ ପେବାଏ । ମେଁନେ ତ୍ନାର୍କିଗ୍ ଅଃନା ସରାଃ ଆଡିଂ ଣ୍ଡୁ ।
5 ଆରି ଙ୍ଗିରେଇଂ ପେଇଂ ଅଃସେଣ୍ଡ୍ରେଇଂନେ ସାମୁଆଁ ମାନେଃପା । ପେଇଂ ସାପାରେ ନିଜେ ନିଜେକେ ସେବା ଡିଂ ନ୍ସା ମ୍ଲେଡ଼ିଆ ସୁଗୁଆନେ ସକାପାଟାଇ ସଃପା । ସାସ୍ତର୍ ଡାଗ୍ରା ଗ୍ନୁଆର୍ଲେଃକେ "ଇସ୍ପର୍ ଆଙ୍କ୍ରିଆଇଂନେ ଏଡ଼େଏ ଡାଗ୍ଲା ଗୁଆରେଣ୍ଡ୍ରେଇଂକେ ଆସିର୍ବାଦ୍ ଡିଂଏ ।" 6 ତେଲାଲେଃ ଇସ୍ପର୍ନେ ବପୁନେ ନ୍ତି ଆଲ ନିଜେ ନିଜେକେ ମାନେଃଚେ ଲାଃଲାପା; ଡିରକମ୍ ଟିକ୍ବେଲା ଆପେକେ ଉନ୍ନତି ଆଡିଂଏ । 7 ପେନେ ସାପା ଏତେକ୍ନେ ଲିଗିଙ୍ଗ୍ ଇସ୍ପର୍ନେ ଡାଗ୍ରା ସର୍ପେପା, ମେଃଡାଗ୍ଲା ମେଃ ପେନେ ଜତନ୍ ଡୁଂଡଏ ।
8 ତରକ୍ ଡିଂପା, ତରକ୍ ଲାଃଲାପା । ପେନେ ସତ୍ରୁ ସଏତାନ୍ ଗର୍ଜେକ୍ନେ ସିଂଅଁ ସୁଗୁଆ ଆଜାକେ ସାଃ ନ୍ସା ତୁର୍ ଅଲେଙ୍ଗ୍ଡିଂକେ । 9 ପେଇଂ ବିସ୍ବାସ୍ରେ ସାଆସ୍ ସାଃଲେଚେ ମେଃନେ ଆଡ଼େପା । ପେଇଂ ମ୍ୟାପେଲେଃକେ ଏନ୍ ଦର୍ତନି ପେନେ ବିସ୍ବାସ୍ ବୟାଁ ତନାଇଂ ଡେକ୍ରକମ୍ କଷ୍ଟବାନେ ବିତ୍ରେ ୱେଡିଂଆର୍କେ । 10 କିସ୍ଟନେ ଏତେ କୁଡ଼େଚେ ମେଃନେ ନିମାଣ୍ଡା ନ୍ସା ଲିବିସଃନେ ଇସ୍ପର୍ ଆପେକେ ବାସଂବକେ । ପେନେ ଇତୁଡ଼ା କଷ୍ଟବାକ୍ନେ ଇଡ଼ିଂ ମେଃ ନିଜେ ଆପେକେ ଜନମ୍ବାନ୍ ଦର୍ମ ବୁଦି, ଡାଟ୍ ୱାଡ଼ି ଆରି ନିମାଣ୍ଡା ଡିଂନେ ପେଡିଂଏ । 11 ଜୁଗ୍ ଜୁଗ୍ ସାଃବିର୍ନେ ମେଁନେ ଡିଂଲେଃ । ଆମେନ୍ !
12 ଶୀଲାକେ ବିସ୍ବାସ୍ରେ ବୟାଁ ସୁଗୁଆ ନେଂ ନ୍ଲିବିସଃଏ । ମେଃନେ ସାଇଜରେ ନେଂ କେନ୍ ଇତୁଡ଼ା ଉଲିଆ ଙ୍ଗୁଆର୍କେ । ଇସ୍ପର୍ନେ ଏକ୍ନେ ଅନୁଗ୍ରଅ ବିସୟ୍ରେ ସାକି ବିଃଚେ ଆପେକେ ଆମ୍ଲେଡ଼ିଆନେ ନେଂନେ ଉଦେସ୍ । ଆତାନ୍ ଆସିର୍ବାଦ୍ନେ ପେଇଂ ଡାଟ୍ ଲାଃଲାପା ।
13 ଇସ୍ପର୍ନେ ଲାଗ୍ରେ ସ୍ରିବକେ ବାବିଲୋନ୍ ଡାଗ୍ରା ମଣ୍ଡଲି ଆରି ନେଂନେ ଦରମ୍ ଉଂ ମାର୍କ ଣ୍ଡିଗ୍ ଆପେକେ ସାର୍ଲନେ ଆମ୍ୟାଡିଂକେ । 14 କିସ୍ଟିୟ ଆଲାଦ୍ ନିଜର୍ ନିଜର୍ ବିତ୍ରେ ସାର୍ଲନେ ଆମ୍ୟାପା । ଜିସୁ କିସ୍ଟ ଆପେ ସାପାରେକେ ସାନ୍ତି ବିଲେ ।