48 ମେଇଙ୍ଗ୍ ଆମେକେ କେଚେ କାବା ଡିଙ୍ଗ୍ ୱେଗେ ଆରି ମେଁନେ ଇୟାଙ୍ଗ୍ଡେ ଆମେକେ ବାସଙ୍ଗ୍କେ, "ବାବୁରେ ନେନେ ଆଡ଼ାତ୍ରା ମେଃନ୍ସା ଦେକ୍ ରକମ୍ ନାଡିଂକେ ? କେଲା ନାନେ ପେମ୍ବା ଆରି ନେଙ୍ଗ୍ ତେରେପେତେ ଡିଙ୍ଗ୍ଚେ ଆନାକେ ତୁର୍ନେଡିଙ୍ଗ୍ ।"
49 ଆତ୍ବା ଜିସୁ ଆମେକେ ବାସଙ୍ଗ୍କେ "ମେଃନ୍ସା ପେ ଆନେଙ୍ଗ୍କେ ତୁର୍ ପେଡିଙ୍ଗ୍ ? ନେଙ୍ଗ୍ନେ ଆବାନେ ଡୁଆନିଆ ଲେଃନେ ଜେ ନେଙ୍ଗ୍ନେ ଅଦିକାର୍ ଲେଃକେ ଏନ୍ ମେଁନେ ପେ ପେମ୍ୟାକେ ?" 50 ମାତର୍ ମେଁ ଆମେଇଂକେ ଆଣ୍ଡିନେ ସାମୁଆଁ ବାସଙ୍ଗ୍କେ, "ଆତେନ୍ ମେଇଂ ଆବୁଜେକେ ଣ୍ଡୁ ।"
51 ଇଡ଼ିଙ୍ଗ୍ ମେଁ ମେଇଙ୍ଗ୍ ଏତେ ଆଣ୍ଡେଚେ ନାଜରିତନ୍ନିଆ ପାଙ୍ଗ୍କେ ଆରି ମେଁ ଏତେ ସାମୁଆଁ ସାଚେ ଲେଃଆର୍କେ; ଆରି ମେଁନେ ଇୟାଙ୍ଗ୍ଡେ ମେଁନେ ସାପା ସାମୁଆଁ ରାଃସିଙ୍ଗ୍ଚେ ନିଜେନେ ଜିବନ୍ନିଆ ବକେ ।