1 ଆତେନ୍ସା ମାପ୍ରୁନେ ସାପା ଆଦେସ୍ ଇସାବ୍ରେ ପବିତ୍ର ଜାଗାନେ କାମ୍ ସାପା ରଚନା ଡିଂନେସା ମାପ୍ରୁ ବତ୍ସଲେଲ ଆରି ଅହଲୀୟାବ ରକମ୍ନେ ଆଜାକେ ଜ୍ଞାନ୍ ଆରି ବୁଦି ବିଃବକେ, ଆତେନ୍ ସାପା ରକମ୍ନେ କାମ୍ ଡିଂୟାନେ ରେମୁଆଁଇଂ କାମ୍ ଡିଂଆର୍ଏ ।
2 ଏନ୍ଇଡ଼ିଂ ମୋଶା ଆତେନ୍ ବତ୍ସଲେଲ ଆରି ଅହଲୀୟାବକେ ଆରି ମାପ୍ରୁନେବାନ୍ ମନ୍ଅରିଆ ଗିଆନ୍ ବାଲେଃକ୍ନେ ରେମୁଆଁ ବାରି ବିନ୍ ସାପା କାମ୍ ଡିଂୟାନେ ରେମୁଆଁଇଂକେ ଆରି ଆତେନ୍ କାମ୍ ଡିଂନ୍ସା ମନ୍ ବିତ୍ରେ ସାଆସ୍ ଲେକ୍ନେ ରେମୁଆଁଇଂକେ ୱାକେ । 3 ଆତ୍ବା ମେଇଂ ପବିତ୍ର ଜାଗାନେ କାମ୍କେ ରଚନା ଡିଂନ୍ସା ଇସ୍ରାଏଲ୍ ରେମୁଆଁଇଂ ରାଙ୍ଗ୍ପାଂବକ୍ନେ ଉପହାର୍ ସାପା ମୋଶାବାନ୍ ରାଙ୍ଗ୍ଡଆର୍କେ; ଏଲେଡିଗ୍ ରେମୁଆଁଇଂ କାଲାଆଃ ଞ୍ଜିର୍ନୁଗ୍ ମେଁ ଡାଗ୍ରା ନିଜର୍ ଇକ୍ଚାରେ ବାରି ଉପହାର୍ ଡୁଙ୍ଗ୍ପାଙ୍ଗ୍ଆର୍କେ । 4 ଆତ୍ବା ପବିତ୍ର ଜାଗାନେ ସାପା କାମ୍ ଡିଂଣ୍ଡ୍ରେ ଡିଂୟାନେ ରେମୁଆଁଇଂ ମେଙ୍ଗ୍ନେ କାମ୍ବାନ୍ ପାଙ୍ଗ୍ଚେ ମୋଶାକେ ବାଲିର୍ଆର୍କେ, 5 ମାପ୍ରୁ ମେଃ ମେଃ ଆଃରେ ନ୍ସା ଆଦେସ୍ ବିଃବକେ, ରେମୁଆଁଇଂ ଆତେନ୍ କାମ୍ ଆତ୍ଲା ଉଡ଼ି ଦର୍କାର୍ ମେଁବାନ୍ ଜାବର୍ ଡୁଂପାଂଆର୍ଡିଂକେ ।
6 ଆତ୍ବା ମୋଶା ଆଦେସ୍ ବିଃଚେ କୁଡ଼ିଆନିଆ ଆକେନ୍ ସାମୁଆଁ ବାସଙ୍ଗ୍କେ, ଙ୍ଗିର୍ବୁଏ କି ସେଲାମ୍ବୁଏଃ ପବିତ୍ର ଜାଗା ଆତ୍ଲା ବାରି ଉପହାର୍ ଡୁଂଆପାଙ୍ଗ୍ପା । ତେଲା ରେମୁଆଁଇଂ ଡୁଂପାଙ୍ଗ୍ ନ୍ସା ଆନ୍ତାର୍ ବିଃଆର୍କେ । 7 ମେଃଡାଗ୍ଲା ସାପା କାମ୍ ଡିଂନ୍ସା ମେଙ୍ଗ୍ନେ ଜିନିସ୍ ଜାବର୍ ଲେଃଗେ ବାରି ମେଙ୍ଗ୍ନେ ବାନ୍ ଅଦିକ୍ ଲେଃଗେ ।
8 ଏନ୍ଇଡ଼ିଂ କାମ୍ ଡିଂଣ୍ଡ୍ରେବାନ୍ ସାପା ଡିଂୟାନେ ରେମୁଆଁ ୱେଁକ୍ନେ ତୁଲୁଏ ବାନା ଆରି ନିଲି ବାନା, କଃଡ଼େଆଁ ବାନା ଆରି ସିନ୍ଦୁର୍ ବାନା ସୁତା ଏତେ ଡୁଆନେ ଗୁଆକ୍ଲିଗ୍ ପର୍ଦା ତିଆର୍ ଆଃଡିଂକେ । ବାରି ଆତ୍ଅରିଆ ସାପା ରକମ୍ କାମ୍ ଡିଂଚେ କିରୂବନେ ମୁର୍ତି ରକମ୍ ଆଃରେଆର୍କେ । 9 ସାପା ପର୍ଦା ଅଟାଇଶ୍ ନ୍ତି ଚ୍ଲେ ଆରି ଅଁ ନ୍ତି ଅସାର୍ ବାରି ସାପା ପର୍ଦା ସମାନ୍ ବାବ୍ରେ ଲେଃଗେ । 10 ବାରି ମେଁ ମାଲିକିଲିଗ୍ ପର୍ଦା ମୁଇଂନୁଗ୍ ଆଃମିସୁକେ ଆରି ବିନ୍ ମାଲିକିଲିଗ୍ ପର୍ଦା ବିନ୍ ଜାଗାଅରିଆ ଆଃମିସୁକେ । 11 ବାରି, ମେଁ ଆଃମିସୁବକ୍ନେ ଜାଗାନ୍ନିଆ ପର୍ତୁମ୍ ବାରିମୁଇଂ ପର୍ଦାନେ ଦାଡ଼ିନିଆ ନିଲି ସୁତାଅରିଆ ଗୁଟି ତଗ୍କେ । ବାରି ମୁଇଂ ଡାଗ୍ରା ଆଃମିସୁବକ୍ନେ ବିତ୍ରେନେ ପର୍ଦାନେ ଦାଡ଼ିନିଆ ଡିଗ୍ ଦେତ୍ରକମ୍ ଡିଂକେ । 12 ମେଁ ପର୍ତୁମ୍ ପର୍ଦାନେ ଦାଡ଼ିନିଆ ପଚାସ୍ ଗୁଟି ଆଃକଚେ ବାରି ଆଃମିସୁବକ୍ନେ ବାରିମୁଇଂ ପର୍ଦାନେ ଦାଡ଼ିନିଆ ପଚାସ୍ଟା ଗୁଟି ଆଃକକେ । ଆତେନ୍ ଗୁଟି ସାପା ସାମ୍ନା ସାମ୍ନି ଡିଂଚେ ଲେଃଆର୍କେ । 13 ଆରି ମେଁ ପଚାସ୍ଟା ସୁନାନେ ଆକୁଡ଼ି ଡିଂଚେ ଆକୁଡ଼ିନିଆ ପର୍ଦା ସାପାକେ ଜଡ଼େକେ । ତେଲା ପବିତ୍ର ଡୁଆ ମୁଇଂ ଡିଂକେ ।
14 ଆକେନ୍ ପରେ ଆତେନ୍ ପବିତ୍ର କୁଡ଼ିଆନେ ଡାଚେ ବକ୍ନେ ପବିତ୍ର କୁଡ଼ିଆ ଆତ୍ଲା ଗିମିଃ ଉଗ୍ବନେ ଏଗାର୍ଟା ପର୍ଦା ଆଃରେଆର୍କେ । 15 ସାପା ପର୍ଦାନେ ଲମ୍ୱା ତିରିସ୍ ନ୍ତି ଆରି ଅସାର୍ ଅଁ ନ୍ତି, ଆତେନ୍ ଏଗାର୍ଟା ପର୍ଦା ସମାନ୍ ଇସାବ୍ରେ ଲେଃଗେ । 16 ବାରି ଆତେନ୍ ମାଲିକିଲିଗ୍ ପର୍ଦା ଜଡ଼େଚେ ଅଲ୍ଗା ବଆର୍ଗେ ଆରି ବିନ୍ ତୁର୍କିଲିଗ୍ ପର୍ଦା ଜଡ଼େଚେ ଅଲ୍ଗା ବଆର୍ଗେ । 17 ଜଡ଼େବକ୍ନେ ଜାଗାନେ ପର୍ତୁମ୍ ପର୍ଦାନେ ଦାଡ଼ିନିଆ ପଚାସ୍ ଗୁଟି ଆଃକଚେ ବାରି ବାରିମୁଇଂ ପର୍ଦା ଜଡ଼େବକ୍ନେ ଜାଗାନିଆନେ ଧଡ଼ିନିଆ ପଚାଶ୍ଟା ଗୁଟି ଆଃକଆର୍କେ । 18 ଆରି ମେଇଂ ଯଡ଼େ ବିଃଚେ ମୁଇଂ ପବିତ୍ର କୁଡ଼ିଆ ଆଃଡିଂନ୍ସା ପିତ୍ତଲ୍ନେ ପଚାସ୍ ଗୁଟି ଆଃକଆର୍କେ । 19 ବାରି ମେଇଂ ମିୟାଁ ଡିଂଲାଏକ୍ନେ ମେଣ୍ଡା ଉକ୍ସା ଏତେ କୁଡ଼ିଆନେ ମୁଇଂ ବ୍ଲେସାଙ୍ଗ୍ ଆରି ମେଁ ଆଡ଼ାତ୍ରା ଉଂମିଃନେ ଉକ୍ସାନେ ମୁଇଂ ବ୍ଲେସାଙ୍ଗ୍ ଆଃରେଆର୍କେ ।
20 ଏନ୍ଇଡ଼ିଂ ମେଇଂ କୁଡ଼ିଆ ଆତ୍ଲା ଶିଟିମ୍ ସୁଆନେ ତାଃୱାଁନେ ପାଟା ଆଃରେଆର୍କେ । 21 ମୁଇଂ ମୁଇଂ ପାଟାନେ ଗୁଆ ନ୍ତି ଚ୍ଲେ ଆରି ମୁଇଂ ନ୍ତି ଅଦା ଅସାର୍ ଲେଃଗେ । 22 ସାପା ପାଟାନେ ସେଃହେଗ୍ ପ୍ଲା ମ୍ୱାର୍ ମ୍ୱାର୍ଟା ବେଦ୍ନା ଲେଃଗେ । ଦେକ୍ରକମ୍ ମେଇଂ କୁଡ଼ିଆନେ ସାପା ପାଟା ଆତ୍ଲା ଆରେ ଆର୍କେ । 23 ଆରି ମେଇଂ କୁଡ଼ିଆନେ ଦକିନ୍ ଦିଗ୍ ପାକା ଦକିନ୍ ଦିଗ୍ ଆତ୍ଲା କୁଡ଼ିଏଟା ପାଟା ଆରେ ଆର୍କେ । 24 ବାରି ମେଇଂ ଆତେନ୍ କୁଡ଼ିଏଟା ପାଟା ଆଲ ଚାଲିସ୍ଟା ରୁପାନେ କଟ୍ଲା ଆରେ ଆର୍କେ । ମୁଇଂ ପାଟା ଆଲ ଆତ୍ଅରିଆନେ ମ୍ୱାର୍ ପୁଟ୍ ଆତ୍ଲା ମ୍ୱାକ୍ଲିଗ୍ କଟ୍ଲା ଆରି ବିନ୍ ପାଟା ଆଲ ମେଙ୍ଗ୍ନେ ମ୍ୱାର୍ ମ୍ୱାର୍ ପୁଟ୍ ଆତ୍ଲା ମ୍ୱାକ୍ଲିଗ୍ ମ୍ୱାକ୍ଲିଗ୍ କଟ୍ଲା ଆରେ ଆର୍କେ । 25 ବାରି କୁଡ଼ିଆନେ ବିନ୍ ପାକା ଆତ୍ଲା ଉତ୍ତର ଦିଗ୍ନିଆ କୁଡ଼ିଏଟା ପାଟା ଆରେ ଆର୍କେ । 26 ମୁଇଂ ପାଟା ଆଲ ମ୍ୱାକ୍ଲିଗ୍ କଟ୍ଲା ବାରି ବିନ୍ ବିନ୍ ପାଟା ଆଲ ମ୍ୱାକ୍ଲିଗ୍ ମ୍ୱାକ୍ଲିଗ୍ କଟ୍ଲା, ଦେକ୍ରକମ୍ ରୁପାନେ ଚାଲିସ୍ଟା କଟ୍ଲା ଆରେ ଆର୍କେ । 27 ମେଇଂ କୁଡ଼ିଆନେ ପଶ୍ଚିମ୍ ଦିଗ୍ ଆତ୍ଲା ଛଅଟା ପାଟା ଆଃରେ ଆର୍କେ 28 ବାରି କୁଡ଼ିଆନେ ଆତେନ୍ ପ୍ଲାଃ ପାକାନେ କନ୍ ଆତ୍ଲା ମ୍ୱାକ୍ଲିଗ୍ ପାଟା ଆରେ ଆର୍କେ । 29 ବାରି ଆତେନ୍ ବୁନ୍ଦେ ମୁଇଂମାଣ୍ଡ୍ରେ ଆଡିଂଚେ ଯଡ଼େଆର୍କେ । ବାରି ଦେତ୍ରକମ୍ ଆତ୍ଅରିଆନେ ବାଆଃନିଆ ପର୍ତୁମ୍ କାଡ଼ୁ ଡାଗ୍ରା ଜଡ଼େକ୍ନେ ଲେଃଗେ; ଦେତ୍ରକମ୍ ମେଇଂ ମ୍ୱାର୍ କନ୍କେ ପାଟା ଏତେ ଯଡ଼େଆର୍କେ । 30 ଆତ୍ଅରିଆ ତ୍ମାକିଲିଗ୍ ପାଟା, ବାରି ମୁଇଂ ମୁଇଂ ପାଟା ଆଲ ମ୍ୱାକ୍ଲିଗ୍ ମ୍ୱାକ୍ଲିଗ୍ କଟ୍ଲା, ଦେତ୍ରକମ୍ ସଉଳଟା ରୁପାନେ କଟ୍ଲା ଆରେ ଆର୍କେ ।
31 ଆରି ମେଇଂ ଶିଟିମ୍ ସୁଆ ଏତେ ଗାଡ଼ା ଆରେଚେ କୁଡ଼ିଆନେ ମୁଇଂ ଆଃଡ଼ାପାକା ପାଟା ଏତେ ମାଲିକିଲିଗ୍ ଗାଡ଼ା, 32 ବାରି ବିନ୍ ଆଡ଼ାପାକା ପାଟା ଏତେ ମାଲିକିଲିଗ୍ ଗାଡ଼ା ବାରି କୁଡ଼ିଆନେ ପଶ୍ଚିମ୍ ଦିଗ୍ ପାକା ପାଟା ଏତେ ମାଲିକିଲିଗ୍ ଗାଡ଼ା ଆରେ ଆର୍କେ । 33 ବାରି ମଜେ ଲେକ୍ନେ ଗାଡ଼ା, ପାଟାନେ ମଜେନିଆ ମୁଇଂ କନ୍ବାନ୍ ବାରି ମୁଇଂ କନ୍ ଜାକ ୱେଚାକେ । 34 ଆରି, ମେଇଂ ଆତେନ୍ ସାପା ପାଟା ସୁନା ଏତେ ଲିଗ୍ ବିଃକେ ଆରି ଗାଡ଼ାକେ ଆଃଚେଣ୍ଡେଙ୍ଗ୍ନେ ସୁନାନେ କାଡ଼ୁ ଆରେ ଆର୍କେ, ଗାଡ଼ା ସାପାକେ ସୁନା ଏତେ ମଡ଼େଆର୍କେ ।
35 ଏନ୍ଇଡ଼ିଂ ମେଇଂ ନିଲି ଆରି କଃଡ଼େଆଁ ବାନା ଆରି ସିନ୍ଦୁର୍ ବାନା ଆରି ୱେଁକ୍ନେ ତୁଲୁଏ ପାତଲ୍କ୍ନେ ସୁତା ଆରି କିରୂବ ରକମ୍ନେ ମୁର୍ତିନେ ରୁପ୍ ଲେଃକ୍ନେ ମୁଇଂ ପର୍ଦା ପାଟେଇ ଆରେ ଆର୍କେ । 36 ବାରି ମେଇଂ ମେଁ ଆତ୍ଲା ଶିଟିମ୍ ସୁଆନେ ଅଁକିଲିଗ୍ ଡେଲି ଆରେଚେ ସୁନା ଏତେ ଲିଗ୍ବିକେ ଆରି ଆତେନ୍ ସାପାନେ ଆକୁଡ଼ି ସୁନା ଏତେ ଆଃରେ ଆର୍କେ ଆରି ମେଁ ଆତ୍ଲା ରୁପାନେ ଅଁକିଲିଗ୍ କଟ୍ଲା ଆଃକଆର୍କେ । 37 ଆରି, ମେଇଂ କୁଡ଼ିଆନେ ବାଜାର୍ ଆତ୍ଲା ନିଲି ଆରି କଃଡ଼େଆଁ ବାନା ଆରି ସିନ୍ଦୁର୍ ବାନା ଆରି ୱେଁକ୍ନେ ତୁଲୁଏ ବାନା ସୁତା ଏତେ ଆଃରେବକ୍ନେ କାବ୍ରା ଚିତ୍ରାକ୍ନେ ମୁଇଂ ଡିଡାନେ ପାଟେଇ ଆଃରେ ଆର୍କେ । 38 ଆତ୍ଅରିଆନେ ମାଲିକିଲିଗ୍ ଡେଲି ଆରି ଆତେନ୍ ସାପାନେ ଆକୁଡ଼ି ଆଃରେଆର୍କେ । ବାରି ଆତେନ୍ ସାପାନେ ଆଡ଼ାତ୍ରା ଲେକ୍ନେ ଟିପ୍କେ ଆରି ବନ୍ଦ୍ନି ସୁନା ଏତେ ୱେଆର୍କେ, ମାତର୍ ମେଙ୍ଗ୍ନେ ମାଲିକିଲିଗ୍ କଟ୍ଲା ପିତ୍ତଲ୍ନେ ଲେଃଗେ ।