1 ଆତ୍ବା ମାପ୍ରୁ ମୋଶାକେ ବାସଙ୍ଗ୍କେ, କେଲା, ନେ ଆନାକେ ଫାରୋ ଡାଗ୍ରା ପର୍ମେସର୍ ରକମ୍ ଆଡିଙ୍ଗ୍ଚେ ନେସ୍ରିକେ ଆରି ନାବୟାଁ ହାରୋଣ ନାନେ ବବିସତ୍ ବକ୍ତା ଡିଂଏ । 2 ନେ ଆନାକେ ମେଃ ମେଃନି ନେବାସଙ୍ଗ୍ଏ, ଆତେନ୍ ସାପା ନା ନାବାସଙ୍ଗ୍ଏ; ବାରି ଫାରୋ ଇସ୍ରାଏଲ୍ନେ ରେମୁଆଁଇଂକେ ନିଜର୍ ଦେସ୍ବାନ୍ ଆନ୍ତାର୍ ବିନ୍ସା ନାବୟାଁ ହାରୋଣ ଆମେକେ ବାସଙ୍ଗ୍ଏ । 3 ବାରି, ନେ ଫାରୋନେ ରୁଦୟ୍ ଆବଦ୍ଲେ ନେବିଏ, ବାରି ମିସର୍ ଦେସ୍ନିଆ ନେନେ ଚିନ୍ ବାରି କାବା ଡିଂନେ କାମ୍ ଜାବର୍ ନେଡିଙ୍ଗ୍ଏ । 4 ତେଲାଡିଗ୍ ଫାରୋ ପେ ସାମୁଆଁକେ ଆହଁ ଣ୍ଡୁ; ଆତେନ୍ସା ନେ ମିସର୍ ଦେସ୍ ଆଡ଼ାତ୍ରା ନେନେ ନ୍ତି ବଚେ ମ୍ନା ଡଣ୍ଡ୍ ଏତେ ମିସର୍ବାନ୍ ନେନେ ସନ୍ୟସାମନ୍ତ, ନେନେ ରେମୁଆଁ ଇସ୍ରାଏଲ୍ନେ ରେମୁଆଁଇଂକେ ଆଃତାର୍ ଡୁଙ୍ଗ୍ନେପାଙ୍ଗ୍ଏ । 5 ବାରି ନେ ମିସର୍ନେ ବିରଦ୍ରେ ନେନେ ନ୍ତି ବଚେ ମେଙ୍ଗ୍ନେବାନ୍ ଇସ୍ରାଏଲ୍ ରେମୁଆଁଇଂକେ ଆଃତାର୍ ଡୁଙ୍ଗ୍ପାଙ୍ଗ୍ନେ ବେଲା ନେ ଯେ ମାପ୍ରୁ, ଆତେନ୍ ମେଇଂ ମ୍ୟାଃଆର୍ଏ । 6 ଆତ୍ବା ମୋଶା ଆରି ହାରୋଣ ଦେତ୍ରକମ୍ ଡିଙ୍ଗ୍ଆର୍କେ, ମାପ୍ରୁନେ ଆଦେସ୍ ଇସାବ୍ରେ ମେଇଂ କାମ୍ ଡିଂଆର୍କେ । 7 ଫାରୋ ଏତେ ବାଇର୍ବାତାନେ ବେଲା ମୋଶାକେ ଅଶେ ବରସ୍ ଆରି ହାରୋଣକେ ତେୟାଅଶି ବରସ୍ ଡିଂଲାଏଗେ ।
8 ଆରି ମାପ୍ରୁ ମୋଶା ବାରି ହାରୋଣକେ ବାସଙ୍ଗ୍କେ, 9 ପେ ପେ ଆତ୍ଲା ମେଃଡିଗ୍ ଚିନ୍ ଆଃସୁଏଃ ଡାଗ୍ଚେ ଅଃନା ଫାରୋ ଆପେକେ ବାସଙ୍ଗ୍ଏ, ତେଲା ନା ହାରୋଣକେ ନାବାସଙ୍ଗ୍ଏ, ନାନେ ଡୁଡୁ ଡୁଙ୍ଗ୍ୱେଚେ ଫାରୋନେ ଞ୍ଚ ଆଲ ଜଗ୍ତ୍ଲାଗ୍ବି; ଆତ୍ବା ଆତେନ୍ ଡୁଡୁ ବୁବଃ ଡିଂଏ । 10 ଆତ୍ବା ମୋଶା ବାରି ହାରୋଣ ପାରନେ ଡାଗ୍ରା ୱେଚେ ମାପ୍ରୁନେ ଆଦେସ୍ ଇସାବ୍ରେ କାମ୍ ଡିଂଆର୍କେ; ବାରି ହାରୋଣ, ଫାରୋ ଆରି ମେଁନେ ଗୁତିରେଇଂନେ ସେନୁଗ୍ ମେଁନେ ଡୁଡୁ ଆଲ ଜଗ୍ତ୍ଲାଗ୍ଲା, ଆତେନ୍ ବୁବଃ ଡିଂକେ । 11 ତେଲା ଫାରୋ ମେଁନେ ପଣ୍ଡିତ୍ ଆରି ଡିସାରିଇଂକେ ୱାକେ; ଆତ୍ବା ମିସର୍ନେ ଡିସାରିଇଂ ଡିଗ୍ ମେଙ୍ଗ୍ନେ ମାୟାରେ ଦେତ୍ରକମ୍ ଡିଂଆର୍କେ । 12 ଡାଗ୍ଲା, ମେଇଂ ସାପାରେ ମେଙ୍ଗ୍ ମେଙ୍ଗ୍ନେ ଡୁଡୁ ଆଲ ଜଗ୍ତ୍ଲାଗ୍ଲା, ଆତେନ୍ ସାପା ବୁବଃ ଡିଂକେ; ମାତର୍ ହାରୋଣନେ ଡୁଡୁ ମେଙ୍ଗ୍ନେ ସାପା ଡୁଡୁକେ କ୍ଲୁଗ୍ ବିକେ । 13 ଆତ୍ବା ମାପ୍ରୁନେ ବ୍ନାଲିର୍ ଇସାବ୍ରେ ଫାରୋନେ ମନ୍ ଗରବ୍ ଡିଂକେ ବାରି ମେଁ ମେଙ୍ଗ୍ନେ ସାମୁଆଁକେ ଦିଆନ୍ ଆବିକେ ଣ୍ଡୁ ।
14 ଆତ୍ବା ମାପ୍ରୁ ମୋଶାକେ ବାସଙ୍ଗ୍କେ, ଫାରୋନେ ମନ୍ ଅଜନ୍ ଡିଂଲାଏକେ, ମେଁ ରେମୁଆଁଇଂକେ ଆନ୍ତାର୍ ନ୍ସା ମନା ଡିଂଡିଂକେ । 15 ଆତେନ୍ସା ନା ଞ୍ଜିର୍ନୁଗ୍ ଫାରୋ ଡାଗ୍ରା ୱେଲା; କେଲା, ମେଁ ଣ୍ଡିଆଃ ପାକା ୱେଲା, ନା ମେଁ ଏତେ କୁଡ଼େନ୍ସା ନିଲ ଲଣ୍ଡିଆଃ ଆଃଡ଼ା ତୁଆଁ; ଆଣ୍ଡିନେ ଡୁଡୁ ବୁବଃ ଡିଂଲାଏଗେ, ଆତେନ୍ ଡୁଡୁ ସାଚେ ଡୁଂୱେଲା । 16 ବାରି ଫାରୋକେ ବାସଙ୍ଗ୍ପା,ଏବ୍ରୀୟଇଂନେ ମାପ୍ରୁ ପର୍ମେସର୍ ଆନେଙ୍ଗ୍ ନା ଅରିଆ ବେଚେ ବାସଙ୍ଗ୍କେ, ନା ନେ ରେମୁଆଁକେ ବାଲିଲଃ ଆଃଡ଼ାଃ ସେବା ଡିଂନେସା ଆନ୍ତାର୍ବି; ମାତର୍ କେଲା, ନା ଏଃ ଜାକ ଆକେନ୍ ସାମୁଆଁରେ ଦିଆନ୍ ନାବିକେ ଣ୍ଡୁ । 17 ମାପ୍ରୁ ଦେକ୍ରକମ୍ ବାସଙ୍ଗ୍ଡିଂକେ, ନେ ଜେ ମାପ୍ରୁ, ଆତେନ୍ ନା ଏବେ ନାମ୍ୟାଃଏ; କେଲା, ନେ ନେନେ ନ୍ତି ଏତେ ଆକେନ୍ ଡୁଡୁ ଏତେ ନିଲ ଲଣ୍ଡିଆଃନେ ଣ୍ଡିଆଃ ଆଡ଼ାତ୍ରା ନାବଗ୍ଏ, ଆତ୍ବା ଆତେନ୍ ସାପା ମ୍ମ୍ୟାଁ ଡିଂୱେଏ । 18 ବାରି ଲଣ୍ଡିଆଃଅରିଆ ଲେଃଡିଙ୍ଗ୍କ୍ନେ ଆଃଡ଼ ସାପା ଗୁଏୱେଏ ଆରି ଲଣ୍ଡିଆଃ ମଃଏ; ଆତ୍ବା ମିସ୍ରିୟନେ ରେମୁଆଁଇଂ ଲଣ୍ଡିଆ ଣ୍ଡିଆ ଉଗ୍ ଆୟାଆର୍ ଣ୍ଡୁ ।
19 ଆତ୍ବା ମାପ୍ରୁ ମୋଶାକେ ବାସଙ୍ଗ୍କେ, ହାରୋଣକେ ଆକେନ୍ ସାମୁଆଁ ବାସଙ୍ଗ୍, ନା ଡୁଡୁ ସାଚେ ମିସର୍ ଦେସ୍ନେ ଣ୍ଡିଆ ଆଡ଼ାତ୍ରା, ବା ଆତେନ୍ ଲଣ୍ଡିଆ, କେନାଲ୍, ବନ୍ଦ୍ ବାରି ଣ୍ଡିଆ ଲେକ୍ନେଅରିଆ, ଆକେନ୍ ସାପା ଆଡ଼ାତ୍ରା ନାନେ ନ୍ତି ଲିଗ୍, ଆତ୍ବା ସାପା ଣ୍ଡିଆ ମ୍ମ୍ୟାଁ ଡିଙ୍ଗ୍ୱେଏ; ବାରି ମିସର୍ ଦେସ୍ନେ ସାପା ସୁଆ ଏତେ ତିଆର୍ ଡିଂକ୍ନେ ମୁତା ବାରି ବ୍ରି ଏତେ ତିଆର୍ ଡିଂକ୍ନେ ମୁତାଇଂଅରିଆ ଡିଗ୍ ମ୍ମ୍ୟାଁ ଡିଂୱେଏ ।
20 ଆତ୍ବା ମୋଶା ବାରି ହାରୋଣ ମାପ୍ରୁନେ ସାମୁଆଁ ଇସାବ୍ରେ ଦେତ୍ରକମ୍ ଡିଂକେ; ମେଁ ଡୁଡୁ ସାଚେ ଫାରୋ ବାରି ମେଁନେ ଗୁତିରେଇଂନେ ସାମ୍ନେ ଲଣ୍ଡିଆଃନେ ଣ୍ଡିଆଃ ଆଡ଼ାତ୍ରା ବଗ୍କେ; ଆତ୍ବା ସାପା ଲଣ୍ଡିଆଃନେ ଣ୍ଡିଆଃ ମ୍ମ୍ୟାଁ ଡିଂୱେକେ । 21 ବାରି ଲଣ୍ଡିଆଃନେ ସାପା ଆଃଡ଼ ଗୁଏୱେକେ ଆରି ଲଣ୍ଡିଆଃ ମଃକେ, ଆତ୍ବା ମିସ୍ରିୟଇଂ ଲଣ୍ଡିଆଃନେ ଣ୍ଡିଆଃ ଉଗ୍ ଆୟାଆର୍କେ ଣ୍ଡୁ; ମିସର୍ ଦେସ୍ ସାପାପାକା ମ୍ମ୍ୟାଁ ଡିଂୱେକେ । 22 ଆତେନ୍ ବେଲା ମିସର୍ନେ ଡିସାରିଇଂ ଡିଗ୍ ମେଙ୍ଗ୍ନେ ମାୟାରେ ଦେତ୍ରକମ୍ ଡିଂଆର୍କେ; ଆଥ୍ବା ମାପ୍ରୁନେ ସାମୁଆଁ ଇସାବ୍ରେ ଫାରୋନେ ମନ୍ ଗରବ୍ ଡିଂକେ ବାରି ମେଁ ମେଙ୍ଗ୍ନେ ସାମୁଆଁକେ ଆଅଁକେ ଣ୍ଡୁ । 23 ତେନ୍ଇଡ଼ିଂ ଫାରୋ ସାର୍ମୁଆଃ ପ୍ଲାଃ ପାକା କେଚେ ମେଁ ଡୁଆ ୱିଗ୍କେ, ଆକ୍ଅରିଆ ମେଁ ମନ୍ ଆବିକେ ଣ୍ଡୁ । 24 ବାରି ସାପା ମିସର୍ନେ ରେମୁଆଁଇଂ ଲଣ୍ଡିଆଃନେ ଣ୍ଡିଆଃ ଉଗ୍ ଆୟାଆର୍ଲା ଉଗ୍ନେ ଣ୍ଡିଆଃନ୍ସା ଲଣ୍ଡିଆଃନେ ପିତୁର୍ପାକା ଗଃଆର୍କେ ।
25 ମାପ୍ରୁ ଲଣ୍ଡିଆଃକେ ବଗ୍କ୍ନେ ଇଡ଼ିଂ ଗୁ ଦିନ୍ ପୁରନ୍ ଡିଂକେ ।