1 ଏନ୍ଇଡ଼ିଂ ଲେବୀ ବଂସନେ ମୁଇଙ୍ଗ୍ ରେମୁଆଁ ୱେଚେ ଲେବି ବଂସନେ ମୁଇଁଙ୍ଗ୍ ସେଲାମ୍ବଃଅକେ ବିଏକେ । 2 ତେସାଃ ଆତାନ୍ ସେଲାମ୍ବୁଏଃ ଗାଗ୍ଡ଼େଚେ ମୁଇଙ୍ଗ୍ ଗଡ଼େଅକେ ଜନମ୍ ବିକେ; ଆରି ଗଡ଼େଅନେ ଜାବର୍ ସବା କେଚେ ମେଁ ଆମେକେ ଞ୍ଜି ଆର୍କେ ଜାକ ବୁଃଡ଼ିଚେ ବଗେ । 3 ତେନ୍ଇଡ଼ିଂ ମେଁ ବୁଃଡ଼ି ମାୟାଚେ ମେଁ ମୁଇଙ୍ଗ୍ ଅଜାଲ୍ ରକମ୍ ଆରେକ୍ନେ ପେଡ଼ି ଡୁଙ୍ଗ୍ପାଙ୍ଗ୍ଚେ ମାଟିଆଚୁ ଆରି ଦୁପ୍ ଚୁଃଡ଼େଗ୍ଚେ ଆତ୍ଅରିଆ ଆତାନ୍ ଗଡ଼େଅକେ ବଚେ ନିଲ ଲଣ୍ଡିଆଃ ଆଃଡ଼ା ନାଡ଼ା ସ୍ଲାଃ ପାକା ଆଃଡୁଙ୍ଗ୍ଡ୍ୟାଃ ବିଃକେ । 4 ଆରି ମେଁନେ ମେଃନି ଅବସ୍ତା ଡିଙ୍ଗ୍ଏଁ, ଆତେନ୍ କିକେନ୍ସା ମେଁନେ ବ୍ଲୁଙ୍ଗ୍ଡେ ସୁଲ ତୁଆଁଚେ କିକେଡିଂଗେ ।
5 ଏନ୍ଇଡ଼ିଂ ଫାରୋନେ ସେଲାମ୍ବୁଏଃଉଂ କୁମାଡ଼ିଆଃ ନ୍ସା ଲଣ୍ଡିଆଃ ପାଙ୍ଗ୍କେ, ମେଁ ଏତେ ଲେଃଡିଂକ୍ନେ ଚାକର୍ବୁଏଃ ଲଣ୍ଡିଆ ଆଡ଼ା ଅଲେଙ୍ଗ୍ଡିଂଗେ । ଆତ୍ବାନ୍ ଆତେନ୍ ଲଣ୍ଡିଆଃନେ ନାଲ୍ଅରିଆ ମୁଇଙ୍ଗ୍ ପେଡ଼ି କେଚେ ଆତେନ୍ ବାଏରେ ଆଃତାର୍ ନ୍ସା ନିଜର୍ ଚାକର୍ବୁଏଃକେ ବେକେ । 6 ଆତାନ୍ ପେଡ଼ି ରଚେ ଆତାନ୍ ଗଡ଼େଅକେ କେକେ; ଆରି କେଲା, ଆତେନ୍ ଗଡ଼େଅ ଅଅଃଡିଂକେ; ଆତ୍ବାନ୍ ମେଁ ଲିବିସଃଚେ ବାସଙ୍ଗ୍କେ, "ଆକେନ୍ ମୁଇଙ୍ଗ୍ ଏବ୍ରୀୟ ଗଡ଼େଅ ।"
7 ଅଃତେନ୍ ବେଲା ବ୍ଲୁଙ୍ଗ୍ଡେ ଫାରୋନେ ସେଲାମ୍ବୁଏଃଉଂକେ ବାସଙ୍ଗ୍କେ, ନେଙ୍ଗ୍ ୱେଚେ ନା ନ୍ସା ଆକେନ୍ ଗଡ଼େଅକେ ତ୍ରାଃଡ଼ିଆଃ ଆଃବୁନେ ନ୍ସା କି ଏବ୍ରୀ ଜାତିନେ ସେଲାମ୍ବୁଏଃଇଂବାନ୍ ମୁଇଙ୍ଗ୍ ସେବା ଡିଂନେ ସେଲାମ୍ବୁଏଃକେ ୱାରାଙ୍ଗ୍ଉଁୱିଗ୍ଏ ?
8 ଇଡ଼ିଂ ଫାରୋନେ ସେଲାମ୍ବୁଏଃଉଂ ବାସଙ୍ଗ୍କେ, "ୱେଲା," ତେସାଃ ତେନ୍ ସେଲାମ୍ବୁଏଃ ୱେଚେ ଆତେନ୍ ଗଡ଼େଅନେ ଇୟାଙ୍ଗ୍ଡେକେ ୱାରାଙ୍ଗ୍ୱିଗ୍କେ । 9 ତେଲା ଫାରୋନେ ସେଲାମ୍ବୁଏଃଉଂ ଆମେକେ ବାଲିର୍କେ, ନା ଆକେନ୍ ଗଡ଼େଅକେ ଡୁଙ୍ଗ୍ୱେଚେ ନେଙ୍ଗ୍ ନ୍ସା ତ୍ରାଡ଼ିଆ ଆଃବୁବି; ନେଙ୍ଗ୍ ଆନାକେ ଡାବୁ ମ୍ବିଏ; ଆତ୍ବା ଆତେନ୍ ସେଲାମ୍ବୁଏଃ ଗଡ଼େଅକେ ଡୁଙ୍ଗ୍ୱେଚେ ତ୍ରାଡ଼ିଆ ଆଃବୁକେ । 10 ଆତ୍ବା ଆତେନ୍ ଗଡ଼େଅ ମ୍ନାଃଲା, ମେଁ ଆମେକେ ଡୁଙ୍ଗ୍ୱେଚେ ଫାରୋନେ ସେଲାମ୍ବଃଅକେ ବିଃକେ । ଆତ୍ବା ଗଡ଼େଅ ମେଁନେ ଉଙ୍ଗ୍ଡେ ଡିଙ୍ଗ୍କେ । ଆତେନ୍ସା ମେଁ ମେଁନେ ମ୍ନି ମୋଶା ବିଃକେ; ମେଃଡାଗ୍ଲା ମେଁ ବାସଙ୍ଗ୍କେ, ନେଙ୍ଗ୍ ଣ୍ଡିଆଃବାନ୍ ଆକ୍ମେକେ ଅବା ମ୍ୱକେ ।
11 ଆତ୍ବା ମୋଶା ମ୍ନାକେ ବାରି ମୁଇଂ ଦିନା ମେଁ ମେଁନେ ବୟାଁଇଂ ଡାଗ୍ରା ୱେଚେ ମେଇଂନେ ଲିଗିଙ୍ଗ୍ ଡୁଙ୍ଗ୍ନେ କେକେ; ବାରି ମୁଇଂ ମିସର୍ ଦେସ୍ନେ ମେଁ ବୟାଁଇଂନେ ବାନ୍ ମୁଇଂ ଏବ୍ରୀୟ ରେମୁଆଁକେ ବୁବଗ୍ନେ କେକେ । 12 ତେସା ମୋଶା ଆଙ୍କ୍ଆନ୍ତ୍ କେକେ, ଆତ୍ଅରିଆ ଆଜାକେ ଡିଗ୍ ମାକେଚେ ଆତେନ୍ ମିସର୍ ଦେସ୍ନେ ରେମୁଆଁକେ ବାଗୁଏଚେ ବାଲିଅରିଆ ଆତି ବିଃକେ । 13 ଆରି ଦୁତିୟ ଦିନା ମେଁ ବାଏରେ ୱେଚେ ମ୍ୱାୟା ଏବ୍ରୀ ରେମୁଆଁକେ ୱିଙ୍ଗ୍ଆଃରିଙ୍ଗ୍ଆଃ ଡିଙ୍ଗ୍ନେ କେଚେ ଅନ୍ୟାୟ୍ ଡିଂନେ ରେମୁଆଁକେ ବାସଙ୍ଗ୍କେ, "ନା ନାବୟାଁକେ ମେଃନ୍ସା ବଗ୍ ନାଡିଙ୍ଗ୍କେ ?"
14 ତେଲା ମେଁ ବାସଙ୍ଗ୍କେ, "ଜା ଆନାକେ ନେ ଆଡ଼ାତ୍ରା ଇଃସାଙ୍ଗ୍ ଆରି ବିଚାର୍ ଡିଂନ୍ସା ବକେ ? ନାଁ ଡିରକମ୍ ଆତେନ୍ ମିସର୍ ଦେସ୍ନେ ରେମୁଆଁକେ ନାବାଗୁଏକେ, ଦେତ୍ରକମ୍ କି ନାଁ ଆନେଙ୍ଗ୍କେ ବାଗୁଏଃନ୍ସା ଚେସ୍ଟା ଡିଙ୍ଗ୍ନାଡିଙ୍ଗ୍କେ ?" ଆତ୍ବା ମୋଶା ବୁଟଚେ ବାସଙ୍ଗ୍କେ, "ଆକେନ୍ ସାମୁଆଁ ଡିଡିଲାଡିଗ୍ ଉଡ୍ରା ଡିଂଲାଏକେ ।" 15 ଏନ୍ଇଡ଼ିଂ ପାରୋ ଆକେନ୍ ସାମୁଆଁ ଦ୍ରିଗ୍ଚେ ମୋଶାକେ ବାଗୁଏନ୍ସା ଚେସ୍ଟା ଡିଂଆର୍କେ । ମାତର୍ ମସା ଫାରୋ ବାନ୍ ଲାଗ୍ଡଚେ ମିଦିୟନ୍ ଦେସ୍ଅରିଆ ୱେ ମ୍ୱାସାଏ ଡାଗ୍ଚେ ମୁଇଂ କୁଇଁସାଲ୍ ଡାଗ୍ରା କକେ । 16 ମିଦିୟନ୍ନେ ପୁଜାରିନେ ଗୁ ରୁଆ ସେଲାମ୍ବଃଅ ଲେଃଆର୍ଗେ; ମେଇଂ ଆତେନ୍ କୁଇଁସାଲ୍ଅରିଆ ପାଙ୍ଗ୍ଚେ ବାଡ଼େନେ ମେଣ୍ଡା ରାସିକେ ଣ୍ଡିଆଃ ଆଃଉଗ୍ ନ୍ସା ଣ୍ଡିଆଃ ବାଗ୍ଚେ ଆତେନ୍ କୁଣ୍ଡ୍କେ ଆଃତ୍ନ ଆର୍କେ । 17 ଅଃକେନ୍ ବିତ୍ରେ ମେଣ୍ଡାତୁର୍ତ୍ୟାରେଇଂ ପାଙ୍ଗ୍ଚେ ଆମେଇଂକେ ନୁଆଁଆର୍କେ, ମାତର୍ ମୋଶା ତଃଡ଼ିଆଚେ ଆମେଇଂକେ ସାଇଜ ଡିଙ୍ଗ୍ଚେ ମେଇଂନେ ମେଣ୍ଡା ରାସିକେ ଣ୍ଡିଆଃ ଆଃଉଗ୍କେ । 18 ଆତ୍ବା ମେଇଂ ନିଜର୍ ଆବା ରୁୟେଲ୍ ଡାଗ୍ରା ୱେଆର୍ଲା, ମେଁ ଆମେଇଂକେ ସାଲ୍ୟାକୁକେ, "ଏଃକେ ପେ ଅଃକେନ୍ ଦାପ୍ରେ ଡିରକମ୍ ପେପାଙ୍ଗ୍କେ ?"
19 ଆତ୍ବା ମେଇଂ ବାସଙ୍ଗ୍ଆର୍କେ, "ମୁଇଂ ମିସର୍ ଦେସ୍ନେ ରେମୁଆଁ ମେଣ୍ଡାତୁର୍ତ୍ୟାରେଇଂନେ ନ୍ତିବାନ୍ ଆନେକେ ଆଃମ୍ବ୍ରକେ, ବାରି ନେ ଆତ୍ଲା ଣ୍ଡିଆଃ ବାଗ୍ଚେ ମେଣ୍ଡା ରାସିକେ ଣ୍ଡିଆଃ ଆଃଉଗ୍କେ ।"
20 ତେଲା ମେଁ ନିଜର୍ ସେଲାମ୍ବଃଅଇଂକେ ବାଲିର୍କେ, "ମେଁ ଆଣ୍ଡିଅରିଆ ? ପେ ମେଃନ୍ସା ଆମେକେ ଆନ୍ତାର୍ଚେ ପେପାଙ୍ଗ୍କେ ? ଆମେକେ ୱା; ମେଁ ନେ ଏଃତେ ଚଙ୍ଗ୍ଉଗ୍ଏ ।"
21 ଆତ୍ବା ମୋଶା ଆତେନ୍ ରେମୁଆଁ ଏତେ ଚଙ୍ଗ୍ବ୍ରୁଆ ନ୍ସା ରାଜି ଡିଙ୍ଗ୍କେ; ବାରି ମେଁ ମୋଶାନେ ଏତେ ନିଜର୍ ସେଲାମ୍ବଃଅ ସିପ୍ପରାନେ ବିୟେ ବିଃକେ । 22 ଆତ୍ବା ଆତେନ୍ ସେଲାମ୍ବୁଏଃ ଣ୍ଡିଆଃ କୁମାଲା, ମୋଶା ମେଁ ମ୍ନି ଗେର୍ଶମ୍ ବିଃକେ; ମେଃଡାଗ୍ଲା ମେଁ ବାସଙ୍ଗ୍କେ, "ନେଙ୍ଗ୍ ବିଦେସ୍ଅରିଆ ବାସା ନ୍ଲାଏକେ ।"
23 ଗ୍ଲୁଏ ମୁଆଁ ଡିଙ୍ଗ୍ଲା ମିସ୍ରିୟ ରାଜାନେ ମରନ୍ ଡିଙ୍ଗ୍କେ, ବାରି ଇସ୍ରାଏଲ୍ନେ ଉଂଡେଇଂ ଚାକର୍ କାମ୍ ଡିଙ୍ଗ୍ଚେ କସ୍ଟ ବାଆର୍କେ ଆରି ଅଃଆର୍କେ ଆରି ଚାକର୍ କାମ୍ ନ୍ସାଃ ମେଇଂନେ ଅଃନେ ପର୍ମେସର୍ ଡାଗ୍ରା ୱେଚାକେ । 24 ଆତ୍ବା ପର୍ମେସର୍ ମେଇଂନେ ଅଃନେ ଦ୍ରିଗ୍କେ, ଆରି ଅବ୍ରହାମ୍, ଇସ୍ହାକ୍ ବାରି ଯାକୁବ୍ ଏତେ ଡିଙ୍ଗ୍ବକ୍ନେ ନିଅମ୍ ମନେ ଏତେଚେ, 25 ଇସ୍ରାଏଲ୍ନେ ଗଡ଼େଇଂ ଆଡ଼ାତ୍ରା କେକେ ବାରି ମେଇଂନେ ଦୁକ୍ କସ୍ଟ ମ୍ୟାଃକେ ।