1 "ବିନ୍ ରେମୁଆଁନେ ବିସଏରେ ମିଚ୍ ଆବାସଙ୍ଗ୍ପା । ଜା ଆତ୍ଲା ଡିଗ୍ ମିଚ୍ ସାକି ବିଚେ ଆମେକେ ଅସୁବିଦାରେ ତ୍ଲାଗ୍ ନ୍ସା କରାପ୍ ରେମୁଆଁଇଂ ଏତେ ଜଜନା ଆଡିଂଗ୍ପା । 2 ପେ କରାପ୍ କାମ୍ ଡିଂନ୍ସା ଜାବର୍ ରେମୁଆଁ ପ୍ଲା ପ୍ଲା ଆୱେଗ୍ପା, ଆରି ନ୍ୟାୟ୍କେ ଅନ୍ୟାୟ୍ ଆଡିଂନେସା ଜାବର୍ ରେମୁଆଁନିଆ କୁଡ଼େଚେ ସପଟ୍ ପେଡିଙ୍ଗ୍ ଣ୍ଡୁ । 3 ମେଁ ଅର୍କିତ୍ ରେମୁଆଁ ଡାଗ୍ଚେ ନ୍ୟାୟ୍ ବିଚାର୍ନିଆ ଆମେକେ ଜାବର୍ ଆରାବୁଟଗ୍ପା ।"
4 "ଜଦି ପେ ଗାଲିନିଆ ବକ୍ନେ ଅରେଃ ଣ୍ଡୁଲା ଗଦକେ ପେକେଏ, ତେଲା ଆମେକେ ମେଁନେ ସାକାର୍ ଡାଗ୍ରା ୱେବପା, ଜଦି ମେଁ ପେନେ ସତ୍ରୁ ଡିଂଲାଏଲା । 5 ପେ ପେନେ ଶତ୍ରୁନେ ଗଦକେ ଲିଗିଙ୍ଗ୍ ଡୁଙ୍ଗ୍ଚେ ଲଲେକ୍ନେ ପେକେଏ, ଆମେକେ ଆନ୍ତାର୍ଚେ ଆୱେଗ୍ପା । ପେ ଆମେକେ ଡିଲାଡିଗ୍ ମେଁ ଏତେ ଆମେକେ ଉଦାର୍ ପେରାଡିଂଏ ।"
6 "ଅର୍କିତ୍ନେ ବିଚାର୍ନିଆ ପେ ମେଁ ଆଡ଼ାତ୍ରା ଅନ୍ୟାୟ୍ ପେଡିଂ ଣ୍ଡୁ । 7 ମିଚ୍ ସାମୁଆଁବାନ୍ ପେ ସୁଲ ଲାଃଲାପା; ବାରି ଦସ୍ ଣ୍ଡୁନେ ରେମୁଆଁକେ ଆରି ଦରମ୍ ରେମୁଆଁକେ ଡଣ୍ଡ୍ ଆବିଗ୍ପା । ମେଃଡାଗ୍ଲା ନେ ଦୁସ୍ଟ ରେମୁଆଁକେ ଦସି ନେରାଡିଂ । 8 ପେ ଲାଞ୍ଚ୍ ରାଙ୍ଗ୍ଆଡଗ୍ପା, ମେଃଡାଗ୍ଲା ଲାଞ୍ଚ୍ ରାଂଡଣ୍ଡ୍ରେ ମୁଆଃ ଲେକ୍ନେ ରେମୁଆଁଇଂକେ କାନା ଆଡିଂବିଏ ଆରି ଦରମ୍ ରେମୁଆଁଇଂନେ ବେବଆର୍କେ ଆବଦ୍ଲେ ବିଏ ।"
9 "ପେ ଅଃନାଡିଗ୍ ବିଦେସି ଆଡ଼ାତ୍ରା ଅନ୍ୟାୟ୍ ଆଡିଂଗ୍ପା, ମେଃଡାଗ୍ଲା ପେ ବିଦେସିନେ ମନ୍କେ ମ୍ୟାଃପେଲେକେ, ଆତେନ୍ସା ପେ ମିସର୍ ଦେସ୍ନିଆ ବିଦେସ୍ ରେମୁଆଁ ଡିଂଚେ ପେଲେଗେ ।"
10 "ଆରି ପେ ପେନେ ଲିଜନ୍ନିଆ ତୁର୍ମୁଆଁ ଜାକ କିଆ ବିଗ୍ଚେ ୱେଃପା ଆରି ଆତ୍ବାନ୍ ପେବାକ୍ନେ କିଆକେ ରାସିଂଚେ ପେବଏ । 11 ମାତର୍ ଗୁ ମୁଆଁ ବେଲା ଆମେକେ ପୁଣ୍ଡେନେ ପେବିଏ ଆରି ଟିକ୍ରା ଆନ୍ତାର୍ ପେବିଏ; ଆତ୍ନିଆ ପେନେ ଅର୍କିତ୍ ରେମୁଆଁଇଂ ଚଂନେସା ବାଆର୍ଏ; ମେଇଂ ଉଡ଼ି ଅଗ୍ଲେ ଲାଏକ୍ନେ ବଆର୍ଏ, ଅତେନ୍ କଣ୍ଡାନେ ପସୁଇଂ ଚଂଆର୍ଏ । ବାରି ପେନେ ଅଙ୍ଗୁର୍ ଲିଜ ଆରି ଜୀତ ସ୍ଲାଃନିଆ ଡିଗ୍ ଦେତ୍ରକମ୍ ପେଡିଂଏ ।"
12 "ପେ ତୁର୍ ଦିନା ସ୍ଲେଚେ ଗୁ ଦିନାକେଲା ପେପୁଣ୍ଡେଏ । ଦେତ୍ରକମ୍ ପେନେ ଅରେଃ ଆରି ଗଦଇଂ ଡିଗ୍ ପୁଣ୍ଡେଆର୍ଏ । ବାରି ପେନେ ଚାକର୍ବୁଏଃନେ ଉଂଡ଼େଇଂ ଆରି ବିଦେସ୍ନେ ରେମୁଆଁଇଂ ପୁଣ୍ଡେଆର୍ଏ ।"
13 "ନେଙ୍ଗ୍ ଆପେକେ ମେଃ ମେଃନି ବାସଙ୍ଗ୍ମ୍ୱକେ, ଆତେନ୍ ସାପା ବିସଏରେ ସାବ୍ଦାନ୍ ଲାଲାପା । ବିନ୍ ଦେବ୍ତାଇଂନେ ମିନି ଆସାଗ୍ପା, ବାରି ପେନେ ତୁମୁଆଃନିଆ ମେଙ୍ଗ୍ନେ ମିନି ଆସାଗ୍ପା ।"
14 "ପେ ମେମୁଆଁ ବିତ୍ରେ ଞ୍ଜି ତର୍ ନେ ମିନିରେ ପାଣ୍ଡୁଏ ପେଡିଂଏ । 15 ଖମୀର୍ ଆମିସୁଃକ୍ନେ ରୁଟିନେ ପାଣ୍ଡୁଏ ପେଡିଂଏ । ଆକେନ୍ ନେଙ୍ଗ୍ନେ ଆଦେସ୍ ଅନୁସାରେ ଆବୀବ୍ ଆର୍କେନେ ସମାନ୍ ବେଲା ଗୁ ଦିନା କମିର୍ ଆଃମିସୁକ୍ନେ ରୁଟି ପେଚଙ୍ଗ୍ଏ, ମେଃଡାଗ୍ଲା ପେ ଆତେନ୍ ବେଲା ମିସର୍ ଦେସ୍ବାନ୍ ମୁକ୍ତି ବାପେଲେକେ । ଆତେନ୍ ଜା ଡିଗ୍ ନେ ଡାଗ୍ରା ସରାନ୍ତି ପେପାଙ୍ଗ୍ଆର୍ ଣ୍ଡୁ ।"
16 "ଆରି ପେ କିଆଉଁଆଃ ୱେଃନେ ପାଣ୍ଡୁଏ, ଆରି ଲିଜନ୍ନିଆ ମେଃନେ ପେବିଗ୍କେ, ଆତେନ୍ ପର୍ତୁମ୍ ରାଃସିଙ୍ଗ୍କ୍ନେ ଚୁଚୁନେ ପାଣ୍ଡୁଏଃ ପେପାଲେଏ ବାରି ମେମୁଆଁ ଡ୍ଡା ଜାକ ଲିଜବାନ୍ କିଆଉଁଆଃ ରାସିଂନେ ବେଲା କିଆଉଁଆଃ ରାସିଂନେ ପାଣ୍ଡୁଏଃ ପେପାଲେଏ । 17 ମେମୁଆଁ ବିତ୍ରେ ଞ୍ଜି ତର୍ ପେନେ ସାପା ଙ୍ଗିର୍ବୁଏଃ ଜାତି, ମାପ୍ରୁ ପେନେ ମାପ୍ରୁନେ ସେଃମଁ ତୁଆଁଆର୍ଏ ।"
18 "ଉଡ଼ିବେଲା ପେ ପସୁକେ ପେବାଗୁଏଃଏ ଆରି ମେଁନେ ମିଆଁ ନେଙ୍ଗ୍ ମିନିରେ ପେବିଏ । ପେ କମିର ମିସୁକ୍ନେ ରୁଟି ଆନେଙ୍ଗ୍କେ ପେବି ଣ୍ଡୁ । ଆରି ପେ ଅଃନା ଗିମିଃ ସିଃକ୍ନେ ଚିଲି ପେଚଂଏ ଆତେନ୍ ବେଲା ଆତେନ୍ ଚିଲିକେ ମୁଇଂ ଦିନ୍ ବିତ୍ରେ ଚଙ୍ଗ୍ ପେରାଡାଏ । ତେନ୍ ମାର୍ତଡ଼େ ଆରି ଲୁଆଁକ୍ନେ ଚିଲି ପେବ ଣ୍ଡୁ ।"
19 ପେ ଲିଜନେ ପର୍ତୁମ୍ ଚୁଚୁ ପେ ମାପ୍ରୁ ପର୍ମେସର୍ନେ ଡୁଆନିଆ ରାଙ୍ଗ୍ପେପାଙ୍ଗ୍ଏ । "ପେ ମେଃଡିଗ୍ ଉଂମିଃନେ ଚିଲିକେ ମେଁନେ ଇୟାଙ୍ଗ୍ଡେନେ ତ୍ରାଡ଼ିଆଅରିଆ ପେଡୁଏ ଣ୍ଡୁ ।"
20 "କେଲା, ନେ ଆପେକେ ଗାଲିବ ରକ୍ୟା ଡିଂନେସା ଆରି ଆପେକେ ନେ ଆର୍ମେନେବକ୍ନେ ଜାଗାନ୍ନିଆ ରାଙ୍ଗ୍ପାଂନେସା ପେନି ସିସେ ସିସେ ମୁଇଂ ଦୁତ୍କେ ବେଣ୍ଡିଙ୍ଗ୍ । 21 ସରଗ୍ ଦୁତ୍ନେ ସାମୁଆଁ ପେ ପେମାନେଏ ଆରି ମେଁ ପ୍ଲା ପ୍ଲା ପେୱେଏ । ଆମେକେ ବିରଦ୍ ଡିଂଚେ ପାପ୍ କାମ୍ ଆଡିଂଗ୍ପା । ମେଃଡାଗ୍ଲା ମେଁ ପେନେ ଅଦରମ୍ କାମ୍ ଡିଂପେବକ୍ନେ କେମା ଆଡିଂ ଣ୍ଡୁ । 22 ନେଙ୍ଗ୍ନେ ବପୁ ମେଡାଗ୍ରା ଲେଃକେ, ମେଁନେ ସାପା ସାମୁଆଁକେ ମାନେପା । ମେଁ ଆପେକେ ଆଣ୍ଡିନେ ସାପା ବାସଙ୍ଗ୍ଏ ଆତେନ୍ ସାପା ପାଲନ୍ ଡିଂପା । ଜଦି ପେ ଆତେନ୍ ପେପାଲେଏ ତେଲା ନେ ପେ ଏତେ ନେଲେଏ । ଆରି ନେ ପେନେ ସାପା ଶତ୍ରୁଇଂନେ ସତ୍ରୁ ଆରି ବିରଦିଇଂନେ ବିରଦି ନେଡିଂଏ ।" 23 ମେଃଡାଗ୍ଲା ନେନେ ଦୁତ୍ ପେ ସିସେ ସିସେ ୱେଚେ ଆପେକେ ଇମୋରୀୟ ଆରି ହିତ୍ତୀୟ ଆରି ପରିଷୀୟ ଆରି କିଣାନିୟ ଆରି ହିବ୍ବୀୟ ଆରି ଯିବୂଷୀୟଇଂନେ ଦେସ୍ନିଆ ରାଙ୍ଗ୍ପାଂଏ, ବାରି ନେ ଆମେଇଂକେ ବିନାସ୍ ନେରାଡିଂଏ । 24 ପେ ମେଙ୍ଗ୍ନେ ଦେବାଦେବିକେ ପେସାର୍ଲ ଣ୍ଡୁ ଆରି ମେଙ୍ଗ୍ନେ ସେବା ପେଡିଂ ଣ୍ଡୁ । ମେଙ୍ଗ୍ନେ କାମ୍ ଇସାବ୍ରେ କାମ୍ ପେଡିଂ ଣ୍ଡୁ । ମାତର୍ ଆମେଇଂକେ ବୁନ୍ଦେବାନ୍ ଉଟ୍କେଚେ ଜଗ୍ତ୍ଲାଗ୍ ପେବିଏ । ମେଙ୍ଗ୍ନେ ବ୍ରି ଦେବ୍ତାକେ ସାପା ପାକ୍ଚି ପେବିଏ । 25 ପେ କାଲାଆଃ ମାପ୍ରୁ ପେନେ ପର୍ମେସର୍ନେ ସେବା ପେଡିଂଏ, ତେଲା ମେଁ ଆପେକେ ଚଙ୍ଗ୍ନେ କାଦି ଆରି ଉଗ୍ନେସା ଣ୍ଡିଆକେ ଆସିର୍ବାଦ୍ ଡିଂଏ । ନେ ପେ ବିତ୍ରେବାନ୍ ରଗ୍କେ ଦୁର୍ ନେରାଡିଂଏ । 26 ପେନେ ସାପା ସେଲାମ୍ବୁଏଃଇଂ ଇୟାଙ୍ଗ୍ ଡିଂନେ ଅଦିକାର୍ ବାଆର୍ଏ । ଜା ଡିଗ୍ ବନ୍ଦି ଡିଂଚେ ଆଲେ ଣ୍ଡୁ କି ମାଣ୍ଡା ଡିଂକେଲା ଜାନେ ଚିର୍ଲାଃଅ ଡିଗ୍ ଆଗୁଏ ଣ୍ଡୁ । ବାରି ପେ ଜାବର୍ ମୁଆଁ ପେବ୍ରୁଆଏ ।
27 "ଉଡ଼ିବେଲା ପେ ପେନେ ସତ୍ରୁ ରେମୁଆଁଇଂ ଏତେ ଜୁଜ୍ ପେଡିଂଏ, ଆତେନ୍ ବେଲା ନେଙ୍ଗ୍ନେ ମ୍ନା ବପୁ ଆପେକେ ସାହା ଡିଂଏ । ପେ ପେନେ ସାପା ସତ୍ରୁଇଂକେ ଜୁଜ୍ଅରିଆ ପେରାଃଆରେଏ । ଜାଣ୍ଡେଃ ପେ ଏଃତେ ଜୁଜ୍ ଡିଂଆର୍ଏ ମେଇଂ ଆଙ୍କ୍ଆନ୍ତ୍ ଡିଂଚେ ଲାଗ୍ଡଆର୍ଏ । 28 ନେଙ୍ଗ୍ ପେ ସେନୁଗ୍ ସେନୁଗ୍ ତୁମ୍ଡ଼ିଇଂକେ ମ୍ୱେଏ । ମେଇଂ ହିବ୍ବୀୟ, କିଣାନିୟ, ହିତ୍ତୀୟଇଂକେ ପେ ଦେସ୍ବାନ୍ ନୁଆଁ ବିଏ । 29 ମାତର୍ ମୁଇଂ ମୁଆଁ ବିତ୍ରେ ବାରି ପେ ବିତ୍ରେବାନ୍ ଆମେଇଂକେ ନେନୁଆଁ ଣ୍ଡୁ, ଦେତ୍ ଡିଂଲା ଦେସ୍ ଶୁନ୍ୟ ଡିଂୱେଏ ଆରି ପେ ବିରଦ୍ରେ କଣ୍ଡାନେ ପସୁଇଂନେ ସଂଖ୍ୟା ଜାବର୍ ଡିଂଆର୍ଏ । 30 ପେ ଅଃନା ଜାକ ଆତ୍ଅରିଆ ପେରିସିଙ୍ଗ୍ଏ ଆରି ଦେସ୍କେ ଅଦିକାର୍ ପେଡିଂଏ, ଆତେନ୍ ବେଲା ଜାକ ନେ ପେବାନ୍ ଆମେଇଂକେ ଦିରେ ଦିରେ ନେନୁଆଁଏ । 31 ବାରି ନେ ସୂପ୍ କେଣ୍ଡିଆବାନ୍ ପଲେଷ୍ଟୀୟଇଂନେ କେଣ୍ଡିଆ ଜାକ ଆରି ବାଲିଲବାନ୍ ଫରାତ୍ ଲଣ୍ଡିଆ ଜାକ ପେନେ ଏରିଆ ଡିଂଏ । ମେଃଡାଗ୍ଲା ଆତେନ୍ ଦେସ୍ନିଆ ବାସାଲେକ୍ନେ ରେମୁଆଁଇଂକେ ପେ ନ୍ତିନିଆ ସର୍ପେ ନେବିଏ । ତେଲା ପେ ପେନେ ସାମ୍ନେବାନ୍ ଆମେଇଂକେ ନୁଆଁ ପେବିଏ । 32 ପେ ମେଇଙ୍ଗ୍ ଏତେ ମେଙ୍ଗ୍ନେ ଦେବ୍ତାଇଂ ଏତେ ମେଃଡିଗ୍ ନିଅମ୍ ପେରାଃରେ ଣ୍ଡୁ । 33 ମେଇଂ ପେ ଦେସ୍ନିଆ ଆବାସାଆର୍ ଣ୍ଡୁ, ବାସାଲା ମେଇଂ ନେ ବିରୁଦ୍ରେ ଆପେକେ ପାପ୍ ଆଡିଂଆର୍ଏ । ପେ ଜଦି ମେଇଂନେ ଦେବ୍ତାକେ ସେବା ପେଡିଂଏ, ତେଲା ଆତେନ୍ ପେନେ ବ୍ନେଗ୍ ରକମ୍ ଡିଂଏ ।"