1 ଆତ୍ବାନ୍ ମାପ୍ରୁ ମୋଶାକେ ବାସଙ୍ଗ୍କେ, "ନେ ଅବ୍ରହାମ୍ ବାରି ଇସ୍ହାକ୍ ବାରି ଯାକୁବ୍ ଡାଗ୍ରା ପାର୍ମାନ୍ ଡିଂଚେ ଆଣ୍ଡିନେ ଦେସ୍ ବିସଏରେ ବାସଙ୍ଗ୍ନେବକେ, ନାନେ ବଂଶକେ ଆକେନ୍ ଦେସ୍ ନେବିଏ, ଆତେନ୍ ଦେସ୍ ୱେନ୍ସା ପେ ବାରି ମିସର୍ବାନ୍ ରାଙ୍ଗ୍ପାଂନାବକ୍ନେ ରେମୁଆଁଇଂ ଆକେନ୍ ଜାଗାନ୍ନିଆ ୱେଆର୍ଲେ । 2 ନେ ନା ସିସେ ସିସେ ମୁଇଂ ଦୁତ୍ ନେବେଏ; ବାରି ନେ କିଣାନିୟ ଆରି ଇମୋରୀୟ ଆରି ହିତ୍ତୀୟ ଆରି ପରିଷୀୟ ଆରି ହିବ୍ବୀୟ ଆରି ଯିବୂଷୀୟ ରେମୁଆଁଇଂକେ ନୁଆଁନେବିଏ । 3 ଆତେନ୍ସା ଆତେନ୍ ତ୍ରାଃଡ଼ିଆ ଆରି ଞ୍ଜୁଙ୍ଗ୍ ତାର୍ନେ ଦେସ୍ନିଆ ୱେଲାପା; ମାତର୍ ନେ ପେନେ ମଜେ ମଜେ ଡିଂଚେ ନେୱେ ଣ୍ଡୁ; ୱେଲା ନେ ଗାଲି ମଜେ ଆପେକେ ନେବାଗୁଏଃଏ, ମେଃଡାଗ୍ଲା ପେ ଅବୁଜା ରେମୁଆଁ ।"
4 ରେମୁଆଁଇଂ ଆକେନ୍ ଦୁକ୍ କବର୍ ଅଁଚେ ଦୁକ୍ ଡିଂଆର୍କେ; ମାତର୍ ଜା ଡିଗ୍ ଗାଗ୍ଡ଼େନିଆ ସୁନା ବାନାଇଂ ଆତାଙ୍ଗ୍ଆର୍କେ । 5 ମେଃଡାଗ୍ଲା ମାପ୍ରୁ ମୋଶାକେ ବାସଙ୍ଗ୍ବଗେ, ପେ ଇସ୍ରାଏଲ୍ ରେମୁଆଁଇଂକେ ଆକେନ୍ ସାମୁଆଁ ବାସଙ୍ଗ୍ପା, ପେ ଅବୁଜା ରେମୁଆଁ; ଜଦି ନେ ଏବେ ପେ ଡାଗ୍ରା ନେପାଂଏ, ତେଲା ଆପେକେ ବିନାସ୍ ନେରାଡିଂଏ; ପେ ଏବେ ନିଜର୍ ଗାଗ୍ଡ଼େବାନ୍ ସଲେକ୍ନେ ସୁନାବାନା ତଃବିପା, ତେଲା ପେ ଆଡ଼ାତ୍ରା ମେଃ ଡିଂନେ ଦର୍କାର୍ ଆତେନ୍ ନେମ୍ୟାଃଏ । 6 ଆତ୍ବାନ୍ ଇସ୍ରାଏଲ୍ନେ ରେମୁଆଁଇଂ ହରେବ୍ କଣ୍ଡା ଡାଗ୍ରାବାନ୍ ଚିଣ୍ଡେଂଚେ ୱେକେଲା ନିଜର୍ ନିଜର୍ନେ ସାପା ସୁନାବାନା ତଃବିଆର୍କେ ।
7 ଆକେନ୍ ବେଲା ଦେକ୍ରକମ୍ ଲେଃଗେ ଯେ, ମୋଶା କୁଡ଼ିଆ ରାଙ୍ଗ୍ୱେଚେ ବ୍ଲେସାଙ୍ଗ୍ନେ ବାଏରେ ବାରି ବ୍ଲେସାଙ୍ଗ୍ବାନ୍ ସୁଲ ଆଃରେଡିଂଗେ ଆରି ମେଁନେ ମିନି କୁକପାର୍ କୁଡ଼ିଆ ବିଃକେ । ମାପ୍ରୁକେ ତୁର୍ମ୍ୟାକ୍ନେ ରେମୁଆଁ ସାପାରେ ବ୍ଲେସାଙ୍ଗ୍ ବାଏରେ ଲାଏକ୍ନେ ଆତେନ୍ କୁକପାର୍ କୁଡ଼ିଆ ଡାଗ୍ରା ୱେମ୍ୟାଃକେ । 8 ବାରି ଦେକ୍ରକମ୍ ଗଟେକେ ଯେ, ମୋଶା ତାର୍ଚେ ଆତେନ୍ କୁଡ଼ିଆ ଡାଗ୍ରା ୱେନେ ବେଲା ସାପାରେ ତଡ଼ିଆଚେ ନିଜେ ନିଜେ କୁଡ଼ିଆନେ ବାଜାର୍ନିଆ ତୁଆଁ ଆର୍କେ, ଆରି ଉଡ଼ିପର୍ ଜାକ ମୋଶା ଆତେନ୍ କୁଡ଼ିଆନିଆ ଆଗାକେ, ଅତେନ୍ ପର୍ ଜାକ ମେଇଂ ମେଁନେ ପ୍ଲାଃ ଉର୍ ଲେଃଆର୍ଗେ । 9 ଆତ୍ବା ମୋଶା କୁଡ଼ିଆନିଆ ଗାକେ, ତ୍ରିଗ୍ଡ଼ିଆ ରକମ୍ ଡିଂଚେ କୁଡ଼ିଆ ବାଜାର୍ନିଆ ପାଂକେ; ଆତ୍ବା ମାପ୍ରୁ ମୋଶା ଏତେ ବାଲିର୍ବାତାକେ । 10 କୁଡ଼ିଆ ବାଜାର୍ନିଆ ଲେକ୍ନେ ତ୍ରିଗ୍ଡ଼ିଆକେ କେକେ, ସାପାରେ ତଡ଼ିଆଚେ ସାପାରେ ନିଜର୍ ନିଜର୍ନେ କୁଡ଼ିଆ ବାଜାର୍ନିଆ ଲେଃଚେ ସାର୍ଲ ଆର୍କେ । 11 ରେମୁଆଁ ଡିରକମ୍ ସାଙ୍ଗ ଏତେ ବାଲିର୍ବାତା ମ୍ୟାଃକେ; ଦେତ୍ରକମ୍ ମାପ୍ରୁ ସାମ୍ନାସାମ୍ନି ଡିଂଚେ ମୋଶା ଏତେ ବାଲିର୍ବାତାକେ; ଆତେନ୍ ବାନ୍ ମୋଶା କୁଡ଼ିଆନିଆ ଆଣ୍ଡେ ପାଂକେ, ମାତର୍ ନୂନନେ ଉଂଡେ ଯିହୋଶୂୟ ମିନିକ୍ନେ ମେଁନେ ଙ୍ଗିରେ ସେବାଡିଂଣ୍ଡ୍ରେ କୁଡ଼ିଆ ବିତ୍ରେବାନ୍ ଆତାର୍କେ ଣ୍ଡୁ ।
12 ଏନ୍ଇଡ଼ିଂ ମୋଶା ମାପ୍ରୁକେ ବାସଙ୍ଗ୍କେ, "କେଲା, ନା ଆକେନ୍ ରେମୁଆଁଇଂକେ ରାଙ୍ଗ୍ୱେନ୍ସା ଆନେଙ୍ଗ୍ ବାସଙ୍ଗ୍ନାଡିଂକେ; ମାତର୍ ନା ନେଙ୍ଗ୍ ଏତେ ଆଜାକେ ପେବେଏ, ଆକେନ୍ ନା ଆନେଙ୍ଗ୍କେ ନାରାମ୍ୟାକେ ଣ୍ଡୁ । ଏଲେଡିଗ୍ ନା ବାସଙ୍ଗ୍ନାଡିଂକେ, ନେ ମିନି ଏତେ ଆନାକେ ନେମ୍ୟାଃକେ ଆରି ନା ନେଙ୍ଗ୍ ମ୍ମୁଁଆଃନିଆ ଅନୁଗ୍ରହନେ ଉଂ ଡିଂନାଲେଃକେ । 13 ନିମାଣ୍ଡା, ନେଙ୍ଗ୍ ଜଦି ନା ମ୍ମୁଁଆଃନିଆ ଅନୁଗ୍ରହନେ ଉଂ ଡିଂନ୍ଲେକେ, ତେଲା ପାର୍ତନା ଡିଂଣ୍ଡିଙ୍ଗ୍କେ, ନେଙ୍ଗ୍ ନା ମ୍ମୁଁଆଃନିଆ ଅନୁଗ୍ରହ ବାନେ ଆଶ୍ରୟରେ ଯେନ୍ତିକି ଆନାକେ ମ୍ୟାଃଇଁୟାଏ, ଆତେନ୍ସା ଏବେ ନା ଆନେଙ୍ଗ୍କେ ନାନେ ୱେନେ ଗାଲି ଆଃସୁଏ; ବାରି ଆକେନ୍ କୁଟୁମ୍ ଯେ ନାନେ ରେମୁଆଁ, ଆକେନ୍ ନା ମନେ ଏତେ ।"
14 ଆତେନ୍ ବେଲା ମେଁ ବାସଙ୍ଗ୍କେ, "ନେନେ ସାର୍ମୁଆଃ ନା ଏତେ ଅଲେଙ୍ଗ୍ଏ, ବାରି ନେ ଆପେକେ ନେରାପୁଣ୍ଡେଏ ।"
15 ଆତ୍ବା ମେଁ ଆମେକେ ବାସଙ୍ଗ୍କେ, "ଅଃନା ନାନେ ସାର୍ମୁଆଃ ନେଙ୍ଗ୍ ଏତେ ଆଅଲେଙ୍ଗ୍, ତେଲା ଆକେନ୍ ଜାଗାବାନ୍ ଆନେଙ୍ଗ୍କେ ରାଙ୍ଗ୍ଆୱେଗେ । 16 ମେଃଡାଗ୍ଲା ନେଙ୍ଗ୍ ଆରି ନାନେ ଆକେନ୍ ରେମୁଆଁଇଂ ଯେ ନା ମ୍ମୁଁଆଃନିଆ ଅନୁଗ୍ରହନେ ଉଂ ଡିଂନେଲାଏକେ, ଆକେନ୍ ଏବେ ମେଃଅରିଆ ମ୍ୟାଃଡିଂଏ ? ଡିରକମ୍କି ନେଙ୍ଗ୍ ଆରି ନାନେ ରେମୁଆଁଇଂ ପୁର୍ତିବିନେ ସାପା ରେମୁଆଁଇଂନେବାନ୍ ମ୍ନା ରେମୁଆଁ ନେଡିଂଏ, ନେ ଏତେ ନାନେ ଅଲେଙ୍ଗ୍ନେ ବାନ୍ କି ଆକେନ୍ ମ୍ୟାଃ ଆଡିଂ ଣ୍ଡୁ ?"
17 ଏନ୍ଇଡ଼ିଂ ମାପ୍ରୁ ମୋଶାକେ ବାସଙ୍ଗ୍କେ, "ଆକେନ୍ ମୁଡ଼ି ସାମୁଆଁ ନା ନାବାସଙ୍ଗ୍କେ, ଆତେନ୍ ଆଃ ନେ ନେଡିଂଏ, ମେଃଡାଗ୍ଲା ନା ନେ ସାମ୍ନା ଅନୁଗ୍ରହନେ ଉଂ, ବାରି ନେ ମିନି ବାନ୍ ଆନାକେ ମ୍ୟାଃନେଲେଃକେ ।"
18 ବାରି ମେଁ ବାସଙ୍ଗ୍କେ, ଗୁଆରେ ଡିଂଣ୍ଡିଂକେ, ନା ଆନେଙ୍ଗ୍ ନାନେ ମହିମା ଆଃସୁଏ ।
19 ମେଁ ଉତର୍ ବିକେ, "ନେ ନା ସାମ୍ନା ବିଚେ ନେଙ୍ଗ୍ନେ ସାପା ନିମାଣ୍ଡା ବିଷୟ୍ ନେରାଅଲେଙ୍ଗ୍ଏ, ନା ସାମ୍ନେ ମାପ୍ରୁନେ ମିନି ନେୱାଏ; ନେ ଆଜାକେ ଅନୁଗ୍ରହ ନେଡିଂଏ, ଆମେକେ ଅନୁଗ୍ରହ ନେଡିଂଏ ଆରି ଆଜାକେ ଦୟା ନେଡିଂଏ, ଆମେକେ ଦୟା ନେଡିଂଏ । 20 ମେଁ ଆରି ବାସଙ୍ଗ୍କେ, ନା ନେନେ ସାର୍ମୁଆଃ କେ ପେୟା ଣ୍ଡୁ; ମେଃଡାଗ୍ଲା ରେମୁଆଁ ଆନେକେ କେଚେ ଆବଞ୍ଚେ ଣ୍ଡୁ ।" 21 ମାପ୍ରୁ ବାସଙ୍ଗ୍କେ, "କେଲା, ନେ ଡାଗ୍ରା ମୁଇଂ ଜାଗା ଲେଃକେ, ନା ଆତେନ୍ ବ୍ରି ଆଡ଼ାତ୍ରା ନାତୁଆଁଏ; 22 ଆତ୍ବା ନା ଡାଗ୍ରା ବିଚେ ନେନେ ମହିମାନେ ଅଲେଙ୍ଗ୍ନେ ବେଲା ନେ ଆନାକେ ବ୍ରିନେ ଆତେନ୍ ପ୍ଲଗ୍ନିଆ ନେବଏ ଆରି ନେ ଅଲେଙ୍ଗ୍ନେ ଡା ଜାକ ନେନେ ନ୍ତି ଏତେ ଆନାକେ ନେଡାଏ । 23 ଏନ୍ଇଡ଼ିଂ ନେ ନେନେ ନ୍ତି ଜଗ୍ ଡୁଂୱେଲା ପେ ନେନେ ଗୁଗ୍ଡ୍ୟା ପେକେଏ, ମାତର୍ ନେନେ ସାର୍ମୁଆଃ ଆତ୍ନା ଣ୍ଡୁ ।"