1 ଇସ୍ରାଏଲନେ ମୁଃଡ଼ିନେ ଗଡ଼େଇଂ ସାପାରେ ନିଜର୍ ନିଜର୍ ଡୁଆଣ୍ଡ୍ରେକେ ସାଃଚେ ଯାକୁବ ଏତେ ମିସର୍ ଦେସ୍ ପାଙ୍ଗ୍ଆର୍କେ, 2 ମେଇଂନେ ମ୍ନି, ରୁବେନ୍, ଶିମୀୟୋନ, ଲେବୀ ଆରି ଯିହୁଦା, 3 ଇଷାଖର, ସବୂଲୂନ ଆରି ବିନ୍ୟାମୀନ୍, 4 ଦାନ ଆରି ନପ୍ତାଲୀ, ଗାଦ ଆରି ଆଶେର । 5 ସାପାରେ ଯାକୁବନେବାନ୍ ଜନମ୍ ଡିଂକ୍ନେ ବଁସ୍ ସତୁରି ରେମୁଆଁ ଲେଃଆର୍ଗେ; ମାତର୍ ଯୋଷେଫ୍ ସିସେ ମିସର୍ଅରିଆ ଲେଃଗେ । 6 ଏନ୍ଇଡ଼ିଂ ଯୋଷେଫ୍ ଆରି ମେଁନେ ବୟାଁଣ୍ଡେଇଂ ଆତେନ୍ ଜୁଗ୍ନେ ସର୍ତେ ରେମୁଆଁ ଗୁଏଃଆର୍କେ । 7 ଏଲେଡିଗ୍ ଇସ୍ରାଏଲ କୁଲ୍ ଗୁଲୁଏ ଜାତି, ବୁଦି ଆରି ଗୁଲୁଏ କୁଲ୍ ଡିଙ୍ଗ୍ଚେ ଗୁଲୁଏଏଃତେ ଡିଂଆର୍କେ, ବାରି, ମେଇଂନେ ବାନ୍ ମିସର୍ ଦେସ୍ ପୁରୁନ୍ ଡିଂକେ ।
8 ଏନ୍ଇଡ଼ିଂ ଯେ ଯୋଷେଫ୍ ମ୍ୟାଃ ଆଲେଃଗେ ଣ୍ଡୁ, ଦେକ୍ରକମ୍ ମୁଇଂ ତ୍ମି ଇଃସାଙ୍ଗ୍ ମିସର୍ ଦେସ୍ଅରିଆ ଡିଂକେ । 9 ମେଁ ନିଜର୍ ରେମୁଆଁଇଂକେ ବାସଙ୍ଗ୍କେ, "କେଲାପା, ଇସ୍ରାଏଲ ରେମୁଆଁଇଂନେ କୁଲ୍ ବପୁଅରିଆ ଆରି ସଂକ୍ୟାଅରିଆ ନେନେବାନ୍ ମାଲେ ଡିଂଲେଃଆର୍କେ । 10 ମେଇଂ ଡିରକମ୍ ଜାବର୍ ଆଡିଂଆର୍ ଣ୍ଡୁ, ବାରି, ଜୁଜ୍ ଚାଃଲା, ନେନେ ସତ୍ରୁ ପାକା ଡିଙ୍ଗ୍ଚେ ନେନେ ଏତେ ଜୁଜ୍ ଆଡିଂଆର୍ ଣ୍ଡୁ ଆରି ଏନ୍ ଦେସ୍ବାନ୍ ଆଡଆର୍ ଣ୍ଡୁ, ଏନ୍ସାଃ ଏଲାପା, ନେଃ ମେଇଙ୍ଗ୍ ଏତେ ତରକ୍ ଡିଂଚେ ବାଃଲିର୍ବାଃତା ନେଃଡିଂପା । 11 ମିସର୍ନ୍ୟା ମେଇଙ୍ଗ୍ ଲିଗିଙ୍ଗ୍ ଡୁଙ୍ଗ୍ନେବାନ୍ ଆମେଇଂକେ କଷ୍ଟ ବିଃନେ ନ୍ସା ମେଇଙ୍ଗ୍ ଆରତ୍ରା କାମ୍ ଆଃଡିଂନେ ନେତାଇଂକେ ନିଯୁକ୍ତି ଆଡିଙ୍କେ, ଆରି ମେଇଙ୍ଗ୍ ବାନ୍ ଫାରୋନେ ନ୍ସାଃ କିଆଉଁଆଃ ବୁବନେ ଇନି, ଡାଗ୍ଲା ପିତମ ଆରି ରାମିଷେଷ୍ ଇନି ଆଃରେକେ । 12 ମାତର୍ ମେଇଙ୍ଗ୍ ମେଇଂକେ ଉଡି କସ୍ଟ ବିକେ, ମେଇଙ୍ଗ୍ ଅଃତେନ୍ ମାଲେ ଜାବର୍ ଡିଂଆର୍କେ, ଆରି ଅଃତେନ୍ ପାବ୍ଲେ ୱେକେ । ଆକେନ୍ ନ୍ସାଃ ଇସ୍ରାଏଲ୍ନେ ରେମୁଆଁଇଂକେ ମେଇଙ୍ଗ୍ ଉଦିକ୍ ବୁଟ ଆର୍କେ । 13 ଆତ୍ବାନ୍ ମିସର୍ନେ ରେମୁଆଁଇଂକେ ଲିବିସ ମାକେଚେ ଇସ୍ରାଏଲନେ ଗଡ଼େଇଂକେ ଗୁତି କାମ୍ ଆଲିଗ୍କେ । 14 ଆରି ବୁର୍ଦା, ଇଟା ଆରି ଲିଜନେ ସର୍ତେ କାମ୍ କସ୍ଟ ଚାକର୍ କାମ୍ ବାନ୍ ମେଇଂନେ ଜିବନ୍କେ ରିସା ଆଡିଂଆର୍କେ । ମେଇଙ୍ଗ୍ ଆଣ୍ଡିନେ ସର୍ତେ ଚାକର୍ କାମ୍ ଆଃଡିଂକେ; ତେନ୍ ସର୍ତେ ଲିବିସ ମାଡିଂ ବାବ୍ରେ ଆଃଡିଂକେ ।
15 ଏନ୍ଇଡ଼ିଂ ମିସର୍ନେ ରାଜା ଶିଫ୍ରା ଆରି ପୁୟା ମିନିକ୍ନେ ମ୍ୱାର୍ ଜତନ୍ ଡିଂନେ ଏବ୍ରୀ ଜାତିନେ ସେଲାମ୍ବୁଏଃଇଂକେ ଆକେନ୍ ବ୍ନାଲିର୍ ବାସଙ୍ଗ୍କେ, 16 ଆଣ୍ଡିନେ ବେଲା ପେଇଙ୍ଗ୍ ଏବ୍ରୀ ଜାତିନେ ସେଲାମ୍ବୁଏଃଇଂନେ ସେଲାନେ ଯତନ୍ ପେଡିଙ୍ଗ୍ଏ ଆରି ମେଇଂନେ ଜନମ୍ ଡିଂନେ ଜାଗାଅରିଆ ପେକେଏ; ଆତେନ୍ ବେଲା ଜଦି ଙ୍ଗିର୍ବଃଅ ଡିଙ୍ଗ୍ଏଁ, ତେଲା ଆମେକେ ପେବାଗୁଏଃଏ, ଆରି ଜଦି ସେଲା ଡିଂଏ, ତେଲା ଆମେକେ ଆନ୍ତାର୍ ପେବିଏ ।" 17 ମାତର୍ ଆତାନ୍ ଯତନ୍ ଡିଂନେ ସେଲାମ୍ବୁଏଃଇଂ ମାପ୍ରୁକେ ବୁଟକେସାଃ ମିସର୍ନେ ରାଜାନେ ଆଦେସ୍ ମାମାନେଚେ ଗଡ଼େଇଂକେ ଆମ୍ବ୍ରଚେ ବକେ । 18 ଏନ୍ସା ମିସର୍ନେ ରାଜା ଯତନ୍ ଡିଂନେ ସେଲାମ୍ବୁଏଃଇଂକେ ଡଃୱାଚେ ବାସଙ୍କେ, "ପେ ଦେକ୍ ସୁଗୁଆ କାମ୍ ମେଃନ୍ସା ଡିଂପେଡିଂକେ ? ଙ୍ଗିର୍ବଃଅଇଙ୍କେ ମେଃନ୍ସା ଆମ୍ୱ୍ର ପେବକେ ?"
19 ଆତ୍ବାନ୍ ଯତନ୍ ଡିଂନେ ସେଲାମ୍ବୁଏଃଇଂ ଫାରୋକେ ବାସଙ୍କେ, ଏବ୍ରୀ ଜାତିନେ ସେଲାମ୍ବୁଏଃଇଙ୍ଗ୍ ମିସର୍ ଦେସ୍ନେ ସେଲାମ୍ବୁଏଃ ସୁଗୁଆ ଣ୍ଡୁ; ମେଇଂ ବର୍କସ୍ରେ, ମେଇଂଅରିଆ ଯତନ୍ ଡିଂନେ ସେଲାମ୍ବୁଏଃଇଂ ପାଙ୍ଗ୍ନେ ସିସେ ମେଇଙ୍ଗ୍ ଣ୍ଡିଆଃକୁମାଆର୍ଏ । 20 ଆରି ପର୍ମେସର୍ ଆତେନ୍ ଯତନ୍ ଡିଂନେ ସେଲାମ୍ବୁଏଃଇଂନେ ମଙ୍ଗଲ୍ ଡିଂକେ, ଆତ୍ବାନ୍ ରେମୁଆଁଇଂ ଜାବର୍ ଜାବର୍ ଡିଂଚେ ଜାବର୍ ବପୁ ଡିଂଆର୍କେ । 21 ଆତେନ୍ ଯତନ୍ ଡିଂନେ ସେଲାମ୍ବୁଏଃଇଙ୍ଗ୍ ପର୍ମେସର୍କେ ବୁଟକେସାଃ ମେଁ ମେଇଂନେ କୁଲ୍ ମାଲେ ଆଃଡିଙ୍କେ । 22 ଫାରୋ ନିଜର୍ନେ ସାପା ରେମୁଆଁଇଂକେ ଆଦେସ୍ ବିକେ, "ପେ ଏବ୍ରୀୟ ରେମୁଆଁଇଂନେ ତ୍ମି ଜନମ୍ ଡିଂକ୍ନେ ସର୍ତେ ଙ୍ଗିର୍ବଃଅକେ ନିଲ ମ୍ନିକ୍ନେ ଲଣ୍ଡିଆଃଅରିଆ ଜଗ୍ତ୍ଲାଗ୍ ବିଃପା, ମାତର୍ ସର୍ତେ ସେଲାମ୍ବଃଅଇଂକେ ଆଃମ୍ବ୍ରଚେ ବପା ।"