1 ଆରି ପେ ଆକେନ୍ ସାପା ନିଅମ୍ ଆମେଇଂକେ ପେରାମ୍ୟାଃଏ । 2 ପେ ଏବ୍ରୀୟ ଚାକର୍କେ ପେବେହାର୍ଲା, ମେଁ ତୁର୍ ମୁଆଁ ସେବା ଡିଂଏ; ବାରି ଗୁ ମୁଆଁ ବେଲା ମେଁ ବିନା ଡାବୁରେ ମୁକ୍ତି ବାଏ । 3 ଜଦି ମେଁ ମୁଇଂଜା ପାଂଲେଃଏ ତେଲା ମେଁ ମୁଇଂଜା ୱେଏ; ଆରି ଜଦି ମେଁ ବିବା ଡିଂଚେ ପାଂଲେଃଏ, ତେଲା ମେଁନେ କୁନେଃଡ଼େ ନିଜର୍ ଆଣ୍ଡା ଏଃତେ ତାର୍ୱେଏ । 4 ବାରି ଜଦି ମେଁନେ ମାପ୍ରୁ ଆମେକେ ବିବା ଡିଂବିବଏ ଆରି ଆତେନ୍ ସେଲାମ୍ବୁଏଃବାନ୍ ଗଗିସିଆ ଜନମ୍ ଡିଂଲେଃଏ, ତେଲା ଆତେନ୍ ସେଲାମ୍ବୁଏଃ ଆରି ମେଁନେ ଉଂଡେଇଂନେ ଆଡ଼ାତ୍ରା ମାପ୍ରୁନେ ଅଦିକାର୍ ଡିଂଏ ଆରି ମେଁ ମୁଇଂଜା ତାର୍ୱେଏ । 5 ମାତର୍ ନେଙ୍ଗ୍ ନେଙ୍ଗ୍ନେ ମାପ୍ରୁକେ, ଆରି ନେକୁନେକେ ଆରି ଉଂଡେଇଂକେ ବଲ୍ ବାମ୍ୟାକେ, ଆତେନ୍ସା ନେଙ୍ଗ୍ ନ୍ନାତାର୍ ଣ୍ଡୁ, ଦେକ୍ରକମ୍ ସାମୁଆଁ ଜଦି ଆତେନ୍ ଚାକର୍ ନିମାଣ୍ଡା ବାବ୍ରେ ବାସଙ୍ଗ୍ଏ । 6 ତେଲା ମେଁନେ ସାକାର୍ ଆମେକେ ପର୍ମେସର୍ ଡାଗ୍ରା ରାଙ୍ଗ୍ୱେଏ, ବାରି ଆମେକେ କାପାଟ୍ ବା ଦୁଆର୍ ବନ୍ଦ୍ ଆଲ ଡୁଂପାଂଚେ ମେଁନେ ସାକାର୍ ବିନ୍ଧଣୀନିଆ ମେଁନେ ନ୍ଲୁଗ୍ ପାଃଲଗ୍ଏ; ତେଲା ମେଁ କାଲାଆଃ ମେଁନେ ସେବା ଡିଂଏ ।
7 ଆରି ଜଦି ଜାଣ୍ଡେ ନିଜେନେ ସେଲାକେ ଚାକର୍ବୁଏଃ ରକମ୍ ସଏ, ତେଲା ମେଁ ଗୁତିରେ ରକମ୍ ତାର୍ ଆୱେ ଣ୍ଡୁ । 8 ମେଁନେ ସାକାର୍ ଆମେକେ ଜଦି ବିଏ ଡିଂଏ, ବାରି ଜଦି ମେଁ ଆଡ଼ାତ୍ରା ଅସନ୍ତୁଷ୍ଟ ଡିଂଏ, ତେଲା ମେଁ ଆମେକେ ଆନ୍ତାର୍ବିଏ ! ଆମେକେ ମେଁ ଜଟେ ବଲା ବିନ୍ ଦେସ୍ଇଂନିଆ ଆମେକେ ସନେ ଅଦିକାର୍ ଆବା ଣ୍ଡୁ । 9 ଆରି ଜଦି ଆତେନ୍ ସାକାର୍ ମେଁ ଉଂଡେ ଆତ୍ଲା ଆମେକେ ବିଏ ଡିଂନ୍ସା ଜଜ୍ନା ଡିଂଏ; ତେଲା ମେଁ ମେଁ ଆଡ଼ାତ୍ରା ସେଲାନେ ନିଅମ୍ ଇସାବ୍ରେ ବେବଆର୍ ଡିଂଏ । 10 ଜଦି ମେଁ ବିନ୍ ସେଲାମ୍ବୁଏଃ ଏତେ ବିବା ଡିଂଏ, ତେଲା ମେଁ ପର୍ତୁମ୍ ସେଲାମ୍ବୁଏନେ କାଦି, ସକା ଆରି ସାପା ଅଦିକାର୍ ବିଃନେ ପଡ଼େଏ । 11 ଜଦି ମେଁ ଆକେନ୍ ଞ୍ଜିକିଲିଗ୍ ଜିନିସ୍ ବିତ୍ରେବାନ୍ ବିଃ ଆୟା ଣ୍ଡୁ, ତେଲା ଆତେନ୍ ସେଲାମ୍ବୁଏଃ ବିନା ଡାବୁରେ କୁଲାସ୍ ଡିଂଏ ।
12 ଜା ଜଦି ମେଃଡିଗ୍ ରେମୁଆଁକେ ଦେକ୍ରକମ୍ ବଗ୍ଲା ମେଁ ଗୁଏୱେଏ, ତେଲା ଆମେକେ ଡିଲାଡିଗ୍ ଗୁଏନେ ଡଣ୍ଡ୍ ମିଲେଏ । 13 ଜଦି ମେଃଡିଗ୍ ରେମୁଆଁ ଆଜାକେ ବଗ୍ନେସା ଚେସ୍ଟା ଆଡିଂଣ୍ଡୁ, ମାତର୍ ପର୍ମେସର୍ନେ ଇକ୍ଚାରେ ମେଁନେ ନ୍ତିଏତେ ମେଁ ଗୁଏଃଏ ତେଲା ଆଣ୍ଡିନେ ଜାଗାନ୍ନିଆ ମେଁ ଲାଗ୍ଡୟାଏ ଦେକ୍ରକମ୍ ଜାଗା ନେ ନା ଆତ୍ଲା ନେରାରେଏ । 14 ମାତର୍ ଜା ଜଦି ଅଃନା ନାଲେଚେ ମେଁ ଡୁଆଡାଗ୍ରାଣ୍ଡ୍ରେକେ ବାଗୁଏନ୍ସା ଚେସ୍ଟା ଡିଂଏ; ତେଲା ପେ ଆମେକେ ବାଗୁଏନ୍ସା ନେ ବେଦି ଡାଗ୍ରା ଆମେକେ ରାଙ୍ଗ୍ପେୱେଏ ।
15 ବାରି ଜା ଜଦି ନିଜର୍ ବାଡ଼େକେ ଆରି ଇୟାଙ୍ଗ୍ଡ଼େକେ ବଗ୍ଏ, ମେଁ ଡିଲାଡିଗ୍ ଗୁଏନେ ଡଣ୍ଡ୍ ବାଏ ।
16 ଆରି ଜା ଜଦି ରେମୁଆଁକେ ଡଙ୍ଗାଚେ ସଏ, ଆରି ମେଁ ଜଦି ମେଁନି ଅଦିକାର୍ ବାଏ, ତେଲା ଆମେକେ ଡିଲାଡିଗ୍ ଗୁଏନେ ଡଣ୍ଡ୍ ବାଏ ।
17 ଜା ଜଦି ନିଜର୍ ଆବା ଣ୍ଡୁଲା ଡିୟାକେ ସାଏବ୍ ବିଏ, ମେଁ ଡିଲାଡିଗ୍ ଗୁଏନେ ଡଣ୍ଡ୍ ବାଏ ।
18 ଆରି ରେମୁଆଁଇଂ ମୁଇଂ ସାମୁଆଁକେ ସାଚେ ଜଦି ଉଇଂଆରିଂଆ ଡିଂ ବେଲା ମୁଇଂଜା ବାରି ମୁଇଂଜାକେ ବ୍ରି ଏତେ ଣ୍ଡୁଲା ବିଦା ଏତେ ବଗ୍ଲା, ମେଁ ମାଗୁଏଚେ ଜଦି ସିଙ୍ଗ୍ଲାନିଆ ଡୁଲେଗ୍ଲେଏ । 19 ଆରି ଜିଆ ତଡ଼ିଆଚେ ଡୁଡୁ ସାଚେ ବାଏରେ ଅଲେଙ୍ଗ୍ ୟାଏ, ତେଲା ଆତେନ୍ ବଗ୍ଣ୍ଡ୍ରେ ଦସି ଆଡିଙ୍ଗ୍ ଣ୍ଡୁ; ମାତର୍ ଆମେକେ ବଗ୍ବକ୍ନେ ରେମୁଆଁ ମେଃନେ କେତି ଡିଂଲାଏକେ ଆତେନ୍ ବିଏ ଆରି ମେଁ ପୁରାପୁରି ନିମାଣ୍ଡା ଡିଂ ଜାକ ସାଇଜ୍ୟ ଡିଂଏ ।
20 ଆରି ଜା ଜଦି ନିଜର୍ ଚାକର୍କେ ଆରି ଚାକର୍ବୁଏଃକେ ଡୁଡୁ ଏତେ ବଗ୍ଲା, ମେଁ ଜଦି ସାକାର୍ନେ ନ୍ତି ଏତେ ଗୁଏଃଏ, ତେଲା ମେଁ ଡିଲାଡିଗ୍ ଗୁଏଃନେ ଡଣ୍ଡ୍ ବାଏ । 21 ମାତର୍ ମେଁ ଜଦି ମୁଇଂ ଦିନ୍ କି ମ୍ୱାର୍ ଦିନ୍ ମ୍ବ୍ରଏ, ତେଲା ମେଁ ଗୁଏଃନେ ଡଣ୍ଡ୍ ଆବା ଣ୍ଡୁ । ମେଃଡାଗ୍ଲା ମେଁ ମେଁନେ ଦନ୍ସମ୍ପତି ରକମ୍ ।
22 ଆରି ଙ୍ଗିରେଇଂ ମେଙ୍ଗ୍ ମେଙ୍ଗ୍ ବିତ୍ରେ ଉଇଂଆରିଂଆ ଡିଂ କେଲା ଜା ଡିଗ୍ ଆବାଲେକ୍ନେ ସେଲାମ୍ବୁଏଃକେ ବଗ୍ଏ । ଜଦି ମେଁ ବିତ୍ରେ ଲାଏକ୍ନେ ଚିର୍ଲାଃଅ ନାସେୱେଏ, ମାତର୍ ଆରି ଡିରକମ୍ କି ମେଃଡିଗ୍ ଆପଦ୍ ଆଗଟେ, ତେଲା ଆତେନ୍ ସେଲାମ୍ବୁଏଃନେ ଆଣ୍ଡାଣ୍ଡେ ଡିରକମ୍ ଦାବି ଡିଂଏ, ଦେତ୍ରକମ୍ ଇସାବ୍ରେ ଆମେକେ ଡାବୁ ଗନେ ପଡ଼େଏ ବାରି ମେଁ ବିଚାର୍ ଡିଂଣ୍ଡ୍ରେଇଂନେ ନିଅମ୍ ଅନୁସାରେ ଆତେନ୍ ବିଏ । 23 ମାତର୍ ଅଃନା ଜଦି ମେଃଡିଗ୍ ଆପଦ୍ ଗଟେଏ, ତେଲା ମେଁନେ ଜିବନ୍ ବାଦୁଲ୍ରେ ଜିବନ୍ ଡୁଙ୍ଗ୍ଡଏ, 24 ମୁଆଃ ବାଦୁଲ୍ରେ ମୁଆଃ, ଗିନି ବାଦୁଲ୍ରେ ଗିନି, ନ୍ତି ବାଦୁଲ୍ରେ ନ୍ତି, ଞ୍ଚ ବାଦୁଲ୍ରେ ଞ୍ଚ, 25 ସୁଆ ବାଦୁଲ୍ରେ ସୁଆ, ଚିନା ବାଦୁଲ୍ରେ ଚିନା, ମାଡ୍ ବାଦୁଲ୍ରେ ମାଡ୍ ଡଣ୍ଡ୍ ଡିଂଏ ।
26 ଆରି ଜା ନିଜର୍ ଚାକର୍କେ କି ଚାକର୍ବୁଏଃନେ ମୁଆଃନିଆ ବଗ୍ଲା, ଜଦି ଆତେନ୍ ମୁଆଃ ନସ୍ଟ ଡିଂଏ, ତେଲା ମେଁ ମେଁନି ମୁଆଃବାନ୍ ଆମେକେ ଆନ୍ତାର୍ ବିଏ । 27 ବାରି ବଗ୍ଚେ ପେନି ଚାକର୍ କି ଚାକର୍ବୁଏଃନେ ଗିନି ପାକ୍ଚିଲା, ମେଁ ଆତେନ୍ ଗିନି ଲାଗ୍ରେ ଆମେକେ ଆନ୍ତାର୍ ବିଏ ।
28 ଆରି ଅରେଃ ଜଦି ମୁଃଡ଼ି ଙ୍ଗିର୍ବୁଏ କି ସେଲାମ୍ବୁଏଃକେ ପଃଲା ଜଦି ମେଁ ଗୁଏଃଏ; ତେଲା ଆତେନ୍ ଅରେଃ ବ୍ରି ଏତେ ଗୁଏଃଏ, ବାରି ମେଁନେ ଚିଲି ଜାଡିଗ୍ ଆଚଂଆର୍ ଣ୍ଡୁ; ମାତର୍ ଅରେଃନେ ଆଣ୍ଡାଣ୍ଡେ ଡଣ୍ଡ୍ ଆବା ଣ୍ଡୁ । 29 ମାତର୍ ଆତେନ୍ ଅରେଃନେ ସିସେବାନ୍ ପଃନେ ଅବ୍ୟାସ୍ ଲେଃଏ, ଆତେନ୍ ପାର୍ମାନ୍ ମେଁନି ଆଣ୍ଡାଣ୍ଡେକେ ବିଃଲା ଡିଗ୍ ଆମେକେ ଗାଗ୍ ଆବଲା ମେଁ ଜଦି ମେଃଡିଗ୍ ଙ୍ଗିର୍ବୁଏ କି ସେଲାମ୍ବୁଏଃକେ ବାଗୁଏ ବିଏ, ତେଲା ଆତେନ୍ ଅରେଃ ବ୍ରି ଏତେ ଗୁଏଃଏ; ବାରି ମେଁନେ ଆଣ୍ଡାଣ୍ଡେ ଡିଗ୍ ଡଣ୍ଡ୍ ବାଏ । 30 ଜଦି ଡିଂଏ ମେଁନି ଜିବନ୍ ନ୍ସା ପ୍ରାୟଶ୍ଚିତ୍ ଉଃଡ଼ି ଡିଂଏ, ତେଲା ମେଁ ଜିବନ୍ ଆବଞ୍ଚେ ନ୍ସା ସାପା ଅଃତେନ୍ ଡାବୁ ବିଏ । 31 ଅରେଃ, ଗଡ଼େଅକେ ଣ୍ଡୁଲା ସେଲାକେ ପଃଲା ଆକେନ୍ ନିଅମ୍ ଇସାବ୍ରେ ଡଣ୍ଡ୍ ବାଏ । 32 ଜାନେ ଅରେଃ ଜଦି ମୁଡ଼ି ଚାକର୍ କି ଚାକର୍ବୁଏଃକେ ପଃଏ, ତେଲା ମେଁ ମେଁନି ସାକାର୍କେ ତିରିସ୍ଟା ରୁପା ଡାବୁ ବିଏ, ଆରି ଅରେଃକେ ବ୍ରି ଏତେ ଟୁଚେ ଆଗୁଏ ଆର୍ଏ ।
33 ଆରି ଜା ଜଦି ମେଃଡିଗ୍ କୁଇଁସାଲ୍ ଗଚେ ପିତୁର୍ ପାକା ତୁରାଃ ଆତେଲା ବାରି କୁଇଁସାଲ୍ ଗଚେ ମେଁ ପିତୁର ପାକା ଆଡ଼ୁକା ଆରାଡିଂଲା, ଜଦି ଆତ୍ବିତ୍ରେ ମେଃଡିଗ୍ ଅରେଃ ଣ୍ଡୁଲା ଗଦ ଲଃଲା 34 ଆତେନ୍ କୁଇଁସାଲ୍ନେ ମାଲିକ୍ ଆତେନ୍ ଡାବୁ ବିଃ ପଡ଼େଏ; ମେଁ ମେଙ୍ଗ୍ନେ ଆଣ୍ଡାଣ୍ଡେକେ ରୁପାନେ ଡାବୁ ବିଃନେ ପଡ଼େଏ, ମାତର୍ ଆତେନ୍ ଗୁଏକ୍ନେ ପଶୁ ମେଁନେ ଡିଂଏ । 35 ଆରି ମୁଇଂଜାନେ ଅରେଃ ବାରି ମୁଇଂଜାନେ ଅରେଃକେ ପଃଲା ମେଁ ଜଦି ଗୁଏଃଏ, ତେଲା ମେଇଂ ମ୍ୱ୍ରଲେକ୍ନେ ଅରେଃକେ ସଚେ ଆତେନ୍ ଡାବୁକେ ମ୍ୱାର୍ ବାଗ୍ ଆଡିଂଏ; ବାରି ଗୁଏକ୍ନେ ଅରେଃକେ ଡିଗ୍ ମ୍ୱାର୍ ବାଗ୍ ଆଡିଂଚେ ରାଙ୍ଗ୍ୱେଆର୍ଏ । 36 ମାତର୍ ଅରେଃ ପଃନେ ମ୍ୟାଚେ ଜଦି ମେଁନେ ସାକାର୍ ଆମେକେ ସାବ୍ଦାନ୍ରେ ଆବ, ତେଲା ଆତେନ୍ ଅରେଃ ବାଦୁଲ୍ରେ ଅରେଃ ବିଃନେ ପଡ଼େଏ । ମାତର୍ ଗୁଏକ୍ନେ ଅରେଃ ମେଁନେ ଡିଂଏ ।