1 ଜଦି ଅଃନା ଅରେଃ ଣ୍ଡୁଲା ମେଣ୍ଡା ଡଙ୍ଗାଚେ ବାଗୁଏଃଏ ଣ୍ଡୁଲା ସଏ, ତେଲା ମେଁ ମୁଇଂ ଅରେଃ ବାଦୁଲ୍ ମାଲିକିଲିଗ୍ ଅରେଃ ଆରି ମୁଇଂ ମେଣ୍ଡା ବାଦୁଲ୍ ଅଁକିଲିଗ୍ ଗିମିଃ ବିଏ । 2 ଆରି ଡଙ୍ଗାରେ ଡଙ୍ଗା ଡିଂକେଲା ଦାରାପଡ଼େଲା, ଅଃନା ଜଦି ଜା ଆମେକେ ବଗ୍ ବଗ୍ଚେ ମାରିଆଃ ବାଗୁଏବିଏ, ତେଲା ମେଁ ବଗ୍କ୍ନେସା ଜାଡିଗ୍ ଦାଇ ଆଡିଂ ଣ୍ଡୁ । 3 ମାତର୍ ଅଃନା ସ୍ନି ତାର୍ଡିଂକ୍ନେ ବେଲା ଆମେକେ ବାଗୁଏଃଏ, ତେଲା ମେଁ ବଗ୍କ୍ନେସା ଦାଇ ଡିଂଏ; ଆରି ଡଙ୍ଗାକ୍ନେ ଜିନିସ୍ ସୁଜେନେ ଡଙ୍ଗାରେନେ କାମ୍; ଅଃନା ଜଦି ମେଁନେ ମେଃଡିଗ୍ ଆଲେ ଣ୍ଡୁ, ତେଲା ଡଙ୍ଗାକ୍ନେ ନ୍ସା ମେଁ ସଏ । 4 ଅରେଃ କି ଗଦ ଉଂଡେକେ କି ମେଣ୍ଡାଇଙ୍ଗ୍ ଡଙ୍ଗାକ୍ନେ ଜିନିସ୍ ଜଦି ଡଙ୍ଗାରେନେ ନ୍ତିନିଆ ମ୍ବ୍ରକ୍ନେ ମିଲେଏ, ତେଲା ମେଁ ଆତେନ୍ ମ୍ୱାର୍ ଗୁନ୍ ବିଏ ।
5 ଆରି ଜା ଜଦି ବିନ୍ରେନେ ଲିଜନ୍ନିଆ ଆରି ଅଙ୍ଗୁର୍ ଡୁଗ୍ଡିନିଆ ଅରେଃ ଚଙ୍ଗାଃଆର୍ଏ, ଣ୍ଡୁଲା ନିଜର୍ନେ ପସୁକେ ଆନ୍ତାର୍ବିଲା ଜଦି ଅଃନା ମେଁ ବିନ୍ରେନେ ଲିଜନ୍ନିଆ ଚଙ୍ଗାଏ, ତେଲା ଆତେନ୍ ରେମୁଆଁ ଆତେନ୍ ବାଦୁଲ୍ ଆମେକେ ନିଜର୍ ଲିଜନ୍ନିଆ ମାଣ୍ଡା କିଆ ଆରି ନିଜର୍ନେ ଅଙ୍ଗୁର୍ ଡୁଗ୍ଡିନିଆ ମାଣ୍ଡା ଚୁଚୁ ବିଏ ।
6 ଆରି ସୁଆ ଡୁଆଚେ ଜଦି ଗ୍ରେ ଲାଟାନିଆ ଡୁଆଚେ ତ୍ରିଆ କି ଗ୍ଲିକ୍ନେ କିଆ କି ଲିଜ ଗିଚାର୍ଏ, ତେଲା ଆତେନ୍ ସୁଆ ଆଡୁଆବକ୍ନେ ରେମୁଆଁ ଡିଲାଡିଗ୍ ଆତେନ୍ ଗିଃକ୍ନେ ଆତ୍ଲା ମୁଲ୍ୟ ବିଃପଡ଼େଏ ।
7 ଆରି, ଜା ନିଜର୍ ଡୁଆଡାଗ୍ରାଣ୍ଡ୍ରେକେ ଡାବୁ ଣ୍ଡୁଲା ଆରି ମେଃଡିଗ୍ ଜିନିସ୍ ବନ୍ସା ବିଲା, ଆତେନ୍ ଜଦି ଜା ଆତେନ୍ ରେମୁଆଁନେ ଡୁଆବାନ୍ ଡଙ୍ଗାଏ ଆରି ଆତେନ୍ ଡଙ୍ଗାରେ ଦାରା ପଡ଼େଏ ତେଲା ମେଁ ଆତେନ୍ ଆତ୍ଲା ମ୍ୱାର୍ ଗୁନ୍ ବିଏ । 8 ଅଃନା ଜଦି ଡଙ୍ଗାରେ ଦାରା ଆପଡ଼େ, ତେଲା ଡୁଆନେ ଆଣ୍ଡାଣ୍ଡେ ଡୁଆଡାଗ୍ରାଣ୍ଡ୍ରେନେ ଜିନିସ୍ନ୍ନିଆ ନ୍ତି ଆମିସୁ ବକ୍ଲେ ଣ୍ଡୁ, ଆକେନ୍ ମ୍ୟାନ୍ସା ମେଁ ପର୍ମେସର୍ନେ ସେଃମଁ ତୁଆଁଏ ।
9 ବାରି ସାପା ରକମ୍ନେ ପାପ୍ ବିସଏରେ, ବାରି ଅରେଃ ଣ୍ଡୁଲା ଗଦ ଉଂଡେ ଣ୍ଡୁଲା ମେଣ୍ଡା ଣ୍ଡୁଲା ପାଟାଇ, ଜା ମେଃଡିଗ୍ ବକ୍ନେ ଜିନିସ୍ ବିସଏରେ ଜଦି ଜା ବାସଙ୍ଗ୍ଏ, ଆକେନ୍ ଆତାନ୍ ଜିନିସ୍, ତେଲା ମ୍ୱାର୍ ପାକାନେ ସାମୁଆଁ ପର୍ମେସର୍ନେ ସେଃମଁ ତୁଆଁଏ; ଆତ୍ବା ପର୍ମେସର୍ ଆନାକେ ଦସି ସାଏ, ମେଁ ନିଜର୍ନେ ଡୁଆଡାଗ୍ରାଣ୍ଡ୍ରେକେ ମ୍ୱାର୍ ଗୁନ୍ ବିଏ ।
10 ଜା ଡୁଆଡାଗ୍ରାଣ୍ଡ୍ରେ ଡାଗ୍ରା ମେଁନେ ଗଦ, ଣ୍ଡୁଲା, ଅରେଃ, ଣ୍ଡୁଲା ମେଣ୍ଡା, ଣ୍ଡୁଲା ମେଃଡିଗ୍ ପଶୁ ଲାଲନ୍ ପାଲନ୍ ଡିଂନ୍ସା ବଏ ବାରି ଜଦି ଜା ଡିଗ୍ ମାକେଲା ଆତାନ୍ ପଶୁ ଗୁଏୱେଏ, ଣ୍ଡୁଲା ଞ୍ଚ ପାକ୍ଚି ୱେଏ ଣ୍ଡୁଲା ନୁଆଁ ବିଆର୍ଏ । 11 ତେଲା ମେଁ ଡୁଆଡାଗ୍ରାଣ୍ଡ୍ରେନେ ଜିନିସ୍ନ୍ନିଆ ନ୍ତି ଆମିସୁବକ୍ଲେ ଣ୍ଡୁ, ଆକେନ୍ ବିସଏରେ ମ୍ୱାୟା ବିତ୍ରେ ମାପ୍ରୁନିଆ ପାର୍ମାନ୍ ଡିଂଏ; ପସୁନେ ସାକାର୍ ଆତେନ୍ ପାର୍ମାନ୍ ଗ୍ରଅନ୍ ଡିଂଆର୍ଏ, ବାରି ମେଁ ଆତେନ୍ ଆସୁଜେ ଣ୍ଡୁ । 12 ମାତର୍ ଅଃନା ଜଦି ମେଡାଗ୍ରା ବାନ୍ ଡଙ୍ଗା ଡିଂୱେଏ; ତେଲା ମେଁ ମେଁନେ ସାକାର୍କେ ମେଁନେ ଡାବୁ ବିଏ । 13 ଜଦି ଆତେନ୍ ପସୁକେ ଗୁଏଃଏ, ତେଲା ଆମେକେ ମେଁ ପାର୍ମାନ୍ ବିନ୍ସା ଆତେନ୍ ଡୁଂପାଂଲେ; ମେଁ ଆତେନ୍ ବଗ୍କ୍ନେ ପସୁନେ ଉଡ଼ି ଡାବୁ ଡିଂଏ ଆତେନ୍ ଆବି ଣ୍ଡୁ ।
14 ଆରି ଜା ଜଦି ନିଜର୍ନେ ଡୁଆଡାଗ୍ରାଣ୍ଡ୍ରେନେ ପସୁକେ ସାଲିଆ ରାଂଡଏ ଆରି ମେଁନେ ସାକାର୍ ମେଁ ଏତେ ମାଲେଚେ ମେଁ ଚଟାମେଟା ଡିଂୱେଏ ଣ୍ଡୁଲା ଗୁଏୱେଏ, ତେଲା ମେଁ ଡିଲାଡିଗ୍ ଆତେନ୍ ଆତ୍ଲା ଡାବୁ ବିଃନେ ପଡ଼େଏ । 15 ମାତର୍ ଜଦି ମେଁନେ ସାକାର୍ ମେଁ ଡାଗ୍ରା ଲେଃଏ, ତେଲା ଆତେନ୍ ଆତ୍ଲା ଡାବୁ ଆବି ଣ୍ଡୁ; ଜଦି ମେଁ ବାକା ପଶୁ ଡିଂଲେଏ, ତେଲା ଆତେନ୍ ବାକା ପଶୁ ଇସାବ୍ରେ ପାଂଏ ।
16 ବାରି, ଜା ଜଦି ସେଲା ଆଡିଂକ୍ନେ ସେଲାକେ ଆପୁସ୍କେଚେ ମେଁ ଏତେ ଡୁଲେଗ୍ଏ, ତେଲା ମେଁ ଆମେକେ ଆତେନ୍ ସେଲାକେ ସୁନା ବିଚେ ଡିଲାଡିଗ୍ ବିଏ ପଡ଼େଏ । 17 ଜଦି ବାଡ଼େ ମେଁ ଏତେ ନିଜର୍ ସେଲାମ୍ବଃଅକେ ବିଏ ଡିଂନ୍ସା ରାଜି ଆଡିଂ, ତେଲା ଆତେନ୍ ସେଲା ଡାବୁ ବିଃନେ ପଡ଼େଏ ବାରି ନିଅମ୍ ଇସାବ୍ରେ ରୁପା ସମାନ୍ ତୁଲେଚେ ବିଏ ।
18 ପେ ମୁଃଡ଼ି ସେଲାମ୍ବୁଏଃକେ ଡିଗ୍ ବୁଃକୁଗ୍ଡ଼େଗ୍ ଆଃସିକେ ନ୍ସା ଆଦେସ୍ ଆବିଗ୍ପାଃ । ଜଦି ଜା ଦେକ୍ରକମ୍ କାମ୍ ଡିଂଏ ଆମେକେ ପେ ଜିବନ୍ ପେବ ଣ୍ଡୁ ।
19 ମୁଃଡ଼ି ରେମୁଆଁ ଜଦି ପଶୁ ଏତେ ଡୁଲେଗ୍ଏ । ତେଲା ଆମେକେ ଗୁଏନେ ଡଣ୍ଡ୍ ପେବିଏ ।
20 ମୁଡ଼ି ରେମୁଆଁ ମାପ୍ରୁକେ ଆନ୍ତାର୍ଚେ ମେଃଡିଗ୍ ଦେବ୍ତା ଡାଗ୍ରା ବଲିଦାନ୍ ଡିଂଏ, ମେଁ ପୁରାପୁରି ବାବ୍ରେ ବିନାସ୍ ଡିଂଏ ।
21 ପେ ବିଦେଶି ଆଡ଼ାତ୍ରା ଅନ୍ୟାୟ୍ ଆରି ମେଙ୍ଗ୍ନେ ଆଡ଼ାତ୍ରା କରାପ୍ ବେବଆର୍ ପେଡିଂ ଣ୍ଡୁ, ମେଃଡାଗ୍ଲା ପେ ମିସର୍ ଦେସ୍ନିଆ ବିଦେସ୍ ରେମୁଆଁ ଡିଂଚେ ପେଲେଃଗେ । 22 ପେ ମେଃଡିଗ୍ ଗୁଏସାଂକୁଏକେ ଣ୍ଡୁଲା ଅରେଉଂକେ କସ୍ଟ ପେବି ଣ୍ଡୁ । 23 ପେ ଜଦି ଆମେଇଂକେ ମେଃଡିଗ୍ ରକମ୍ରେ କସ୍ଟ ବିଲା ମେଇଂ ଜଦି ଅଃନା ଆନେକେ ମିନି ସାଚେ ୱାଏ ତେଲା ନେ ଡିଲାଡିଗ୍ ମେଙ୍ଗ୍ନେ ସାମୁଆଁକେ ନେଅଁଏ । 24 ବାରି ଜଦି ନେଙ୍ଗ୍ ରିସା ଣ୍ଡିଙ୍ଗ୍ଲା, ନେ ଆପେକେ କାଣ୍ଡା ଏତେ ନେସିଃଏ, ତେଲା ପେନେ ସେଲାମ୍ବୁଏଃ ଗୁଏସାଂକୁଏ ଡିଙ୍ଗ୍ଆର୍ଏ ଆରି ଉଂଡେଇଂ ଅରେଉଂ ଡିଙ୍ଗ୍ଆର୍ଏ ।
25 ପେ ଜଦି ନେ ରେମୁଆଁଇଂନେ ବିତ୍ରେ ପେ ଡୁଆଡାଗ୍ରାଣ୍ଡ୍ରେକେ ବାରି ମେଃଡିଗ୍ ଅର୍କିତ୍ ରେମୁଆଁକେ ରୁନ୍ ପେବିଏ, ତେଲା ମେଁ ଆଡ଼ାତ୍ରା ମ୍ନା ରେମୁଆଁ ରକମ୍ ପେରାସୁଏ ଣ୍ଡୁ ଆରି ମେଁବାନ୍ କଲନ୍ତର୍ ଡୁଂପେଡ ଣ୍ଡୁ । 26 ଅଃନା ପେ ପେ ଡୁଆଡାଗ୍ରାଣ୍ଡ୍ରେକେ ସକାପାଟାଇ ବାନ୍ଦା ପେବଏ, ତେଲା ପେ ସ୍ନି ଲଗ୍ନେ ସେନୁଗ୍ ଆତେନ୍ ଆମେକେ ଆଃଆଣ୍ଡେ ପେବିଏ । 27 ମେଃଡାଗ୍ଲା ଆତେନ୍ ମେଁନେ ମୁଇଂ ମାତର୍ କୁକୁଇନେ ସକାପାଟାଇ ଆରି ଗାଗ୍ଡ଼େକେ ଡିଡାନେ ସକାପାଟାଇ, ମେଁ ଆଣ୍ଡିଅରିଆ ଡୁଲେଗ୍ଏ ? ବାରି ମେଁ ଅଃନା ଆନେକେ ମିନି ସାଚେ ୱାଏ; ତେଲା ନେ ନେଅଁଏ, ମେଃଡାଗ୍ଲା ନେ ଦୟାବାନ୍ ।
28 ପେ ପେନେ ପର୍ମେସର୍ନେ ସାମୁଆଁକେ ଅମାନି ଆଡିଂଗ୍ପା, ବାରି ପେନେ ରେମୁଆଁଇଂନେ ନେତାକେ ଅବିସାପ୍ ପେବି ଣ୍ଡୁ ।
29 ପେ ପେନେ କିଆ ପେୱେଃକ୍ନେବାନ୍ ଆରି ଚୁଚୁନେ ରସ୍ବାନ୍ ଅପେଃନେସା ପେରାଃତଙ୍ଗାର୍ ଣ୍ଡୁ । ପେ ପେନେ ପର୍ତୁମ୍ ଜନମ୍ ଡିଂକ୍ନେ ଗଡ଼େଇଂକେ ଆନେକେ ପେବିଏ । 30 ବାରି ପେନେ ଅରେଃ ଆରି ଗିମିଃଇଙ୍ଗ୍କେ ଦେତ୍ରକମ୍ ପେଡିଂଏ; ମେଁ ଗୁ ଦିନା ଜାକ ମେଁନେ ଇୟାଙ୍ଗ୍ଡେ ଏତେ ଲେଃଏ, ତ୍ମା ଦିନା ପେ ଆତେନ୍ ଆନେକେ ପେବିଏ ।
31 ବାରି ପେ ନେ ମ୍ନିରେ ପବିତ୍ର ରେମୁଆଁ ପେଡିଂଏ; ଆତେନ୍ସା କଣ୍ଡାନେ ପସୁବାନ୍ ଲିଜନ୍ନିଆ ଆଃ ଆଃଲଃବକ୍ନେ ଚିଲି ପେଚଙ୍ଗ୍ ଣ୍ଡୁ; ପେ ଆତେନ୍ଇଂକେ ଗୁସୁଃଇଂନେ ସେଃମଁ ତ୍ଲାଗ୍ ପେବିଏ ।