3 ଆତେନ୍ ବେଲା ଉଡ଼ି ରେମୁଆଁ ମେଁ ଡାଗ୍ରା ମୁଇଙ୍ଗ୍ ପକ୍ଷାଗାତ୍ ଡିଙ୍ଗ୍ଲେଃକ୍ନେ ରେମୁଆଁକେ ଡୁଂପାଙ୍ଗ୍ଆର୍କେ । ରଗିକେ ଅଁଣ୍ଡ୍ରୁଆ ରେମୁଆଁ ଡୁଂ ରାଙ୍ଗ୍ପାଙ୍ଗ୍ଆର୍କେ । 4 ରେମୁଆଁ ଜାବର୍ ଗହଲି ଡିଙ୍ଗ୍ୱେଲେଃଲା ମେଁଇଙ୍ଗ୍ ରଗିକେ ଜିସୁନେ ଡାଗ୍ରା ଡୁଂପାଙ୍ଗ୍ ଆୟାଆର୍କେ ଣ୍ଡୁ । ତେସା ମେଁଇଙ୍ଗ୍ ଜିସୁ ଲେକ୍ନେ ଡୁଆନେ ବ୍ଲେସାଂ ଆପ୍ଲଗ୍ଚେ ଆରି କଟ୍ନ୍ନିଆ ଡୁଲେଗ୍ଲେଃକ୍ନେ ପକ୍ଷାଘାତ ରଗିକେ ଆତେନ୍ ପ୍ଲଗ୍ ପାକା ଜିସୁ ଲେଃକ୍ନେ ଟାନ୍ଅରିଆ ବୁନ୍ଦେ ଆଃଜାର୍ ବିଆର୍କେ । 5 ଜିସୁ କେକେ ଜେ, ଆତେନ୍ ରେମୁଆଁଇଂନେ ଜାବର୍ ବିସ୍ବାସ୍ ଲେଃକେ । ତେଲା ଜିସୁ ପକ୍ଷାଗାତ୍ ରେମୁଆଁକେ ବାସଙ୍ଗ୍କେ, "ଅ ଗଡ଼େଅ, ନାଁନେ ପାପ୍ଇଂ କେମା ଆଃଡିଙ୍ଗ୍ ମ୍ବିଃଗେ ।"
6 ଆତ୍ଅରିଆ କଲେଃଆର୍କ୍ନେ ଉଃଡ଼ିରୁଆ ଦର୍ମ ଗୁରୁ ଆକେନ୍ ଅଁଚେ ମନେ ମନେ ବାଃଲିର୍ ବାତା ଆର୍କେ । 7 "ଆକେନ୍ ରେମୁଆଁ ଦେକ୍ରକମ୍ ବାଲିର୍ବାତା ମେଃନ୍ସା ଡିଙ୍ଗ୍କେ ? ମେଁ ଇସ୍ପର୍ନେ ବିରଦ୍ରେ ଦସ୍ ଡିଙ୍ଗ୍ଆର୍କେ ! ଇସ୍ପର୍କେ ଆନ୍ତାର୍ଲା ପାପ୍ କେମା ଡିଂନେ ବିନ୍ ଜାଡିଗ୍ ଆୟାଆର୍ ଣ୍ଡୁ ?"
8 ଦର୍ମ ଗୁରୁଇଂ ମେଁନେ ସାମୁଆଁରେ ବାବେଡିଙ୍ଗ୍କେ ଡାଗ୍ଚେ ଜିସୁ ଆତ୍ମାବାନ୍ ମ୍ୟା ଜଗ୍ତ୍ଲାଗ୍କେ । ତେଲା ଜିସୁ ଆମେଇଂକେ ବାଲିର୍କେ, "ପେ ସାପାରେ ବିତ୍ରେ ଏନ୍ ସାପା ସାମୁଆଁ ମେଃନ୍ସା ବାଲିର୍ବାତା ଡିଂପେଡିଂକେ ।" 9 ଏନ୍ ପକ୍ଷାଗାତ୍ ରଗ୍କେ ନାନେ ପାପ୍ ସାପା କେମା ଡିଂମ୍ୱିଗେ ଡାଗ୍ଚେ ବାସଙ୍ଗ୍ନେ ସଅଜ୍ ଲେଃ ତଡ଼ିଆ ନାନେ କଟ୍ ସାଚେ ୱେଲା ଡାଗ୍ନେ ସଅଜ୍ ? 10 ଡାଗ୍ଲା ମଞ୍ଚ୍ପୁର୍ନେ ପାପ୍ ଲିବିସଃ ଡିଙ୍ଗ୍ନେସା ରେମୁଆଁ ଉଙ୍ଗ୍ଡେ ଜେ ନେଙ୍ଗ୍ ଆକେନ୍ ନେଙ୍ଗ୍ନେ ଅଦିକାର୍ ଲେଃକେ । "ଆକେନ୍ ନେଙ୍ଗ୍ ପାର୍ମାନ୍ ଡିଙ୍ଗ୍ଇଁୟାଏ ।" ଆତ୍ବାନ୍ ଜିସୁ ପକ୍ଷାଘାତ ରଗ୍ ରେମୁଆଁକେ ବାସଙ୍ଗ୍କେ । 11 "ନେଙ୍ଗ୍ ଆନାକେ ବାସଙ୍ଗ୍ ଣ୍ଡିଙ୍ଗ୍କେ ତଡ଼ିଆ ସିଙ୍ଗ୍ଲା ସାଚେ ଆରି ଡୁଆ ୱିଗ୍ଲା ।"
12 ଆତେନ୍ ଦାପ୍ରେ ପକ୍ଷାଘାତ ରେମୁଆଁ ତୁଆଁକେ । ସିଙ୍ଗ୍ଲା ସାଚେ ଆରି ଡୁଆ ବିତ୍ରେବାନ୍ ବାଜାର୍ ତାର୍ଗେ । ସାପା ରେମୁଆଁ ଆମେକେ କେ ଆର୍କେ । ମେଁଇଙ୍ଗ୍ ଇରିଆଃତୁଗ୍ ୱେଆର୍ଗେ ଆରି ଇସ୍ପର୍ନେ ଅସ୍ମାର୍ ସାର୍ଆର୍କେ । ମେଁଇଙ୍ଗ୍ ବାଲିର୍ଆର୍କେ, "ନେ ସାପାରେ ଦେଃକେନ୍ ଇରିଆଃତୁଗ୍ ଗଟ୍ନା ଅଃନାଡିଗ୍ କେ ନେଲେଃଗେ ଣ୍ଡୁ ।"