1 ଆକେନ୍ ସାପା ଗଟ୍ନା ଗଟେକ୍ନେ ପରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତନେ ଅଦିକାର୍ ବେଲା ସରାୟନେ ଉଂଡେ ଏଜ୍ରା ବାବିଲ୍ବାନ୍ ୱେକେ । ଆତେନ୍ ସରାୟ ଅସରୀୟନେ ଉଂଡେ, ଅସରୀୟ ହିଲ୍କିୟନେ ଉଂଡେ ଲେଃଗେ । 2 ହିଲ୍କିୟ ଶଲୁମନେ ଉଂଡେ, ଶଲ୍ଲୁମ୍ ସାଦୋକନେ ଉଂଡେ, ସାଦୋକ୍ ଅହୀଟୂବନେ ଉଂଡେ, 3 ଅହୀଟୂବ ଅମରୀୟନେ ଉଂଡେ, ଅମରୀୟ ଅସରୀୟନେ ଉଂଡେ, ଅସରୀୟ ମରାୟୋତନେ ଉଂଡେ, 4 ମରାୟୋତ୍ ସରହିୟନେ ଉଂଡେ, ସରହିୟ ଉଷିନେ ଉଂଡେ, ଉଷି ବୁକ୍କିନେ ଉଂଡେ, 5 ବୁକ୍କି ଅବୀଶୂୟନେ ଉଂଡେ, ଅବୀଶୂୟ ପୀନହସ୍ନେ ଉଂଡେ, ପୀନହସ୍ ଇଲୀୟାସରନେ ଉଂଡେ, ଇଲୀୟାସର ମ୍ନାଃ ପୁଜାରି ହାରୋଣନେ ଉଂଡେ ।
6 ଆକେନ୍ ଏଜ୍ରା ଇସ୍ରାଏଲ୍ନେ ପର୍ମେସର୍ ମାପ୍ରୁ ବିଃବକ୍ନେ ମୋଶାନେ ନିଅମ୍ନିଆ ଲେକ୍ନେ ସାପା କିଚି ମେଁ ମ୍ୟାଃଲାଏଃଗେ । ମେଁ ମେଃନେ ସାଲ୍ୟାଃଡିଂଗେ ରାଜା ଆମେକେ ଆତେନ୍ ବିଃଡିଂଗେ । ବାରି ମାପ୍ରୁ ପର୍ମେସର୍ନେ ନ୍ତି ମେଁ ଆରାତ୍ରା ଲେଃଗେ । 7 ବାରି ଅର୍ତ୍ତକ୍ଷସ୍ତ ଇଃସାଙ୍ଗ୍ନେ ଗୁ ମୁଆଁ ବେଲା ଇସ୍ରାଏଲ୍ ରେମୁଆଁଇଂନେ ବାରି ପୁଜାରିଇଂନେ ବାରି ଲେବୀୟଇଂନେ ଉଡ଼ିରୁଆ, ବାରି ଅସ୍ମାର୍ ସାର୍ଣ୍ଡ୍ରେ ବାରି ର୍ଣ୍ଣସାଙ୍ଗ୍ ଉର୍ଣ୍ଡ୍ରେ ବାରି ନଥୀନୀୟଇଂ ଯିରୂଶାଲମନିଆ ୱେଆର୍କେ । 8 ଆରି ଏଜ୍ରା ମାଲ୍ ଆର୍କେ କେଲା, ଅର୍ଥାତ୍, ଇଃସାଙ୍ଗ୍ନେ ଆତେନ୍ ଗୁ ମୁଆଁ ବେଲା ଯିରୂଶାଲମନିଆ ୱେଚାଃକେ । 9 ମାତର୍, ମେଁ ପର୍ତୁମ୍ ଆର୍କେନେ ପର୍ତୁମ୍ ଦିନ୍ ବାବିଲ୍ବାନ୍ ୱେନେ ଆରାମ୍ ଡିଂକେ । ବାରି ପର୍ମେସର୍ନେ ମଙ୍ଗଲମୟ ନ୍ତି ମେଁ ଆରାତ୍ରା ଲେଗ୍ସା ମେଁ ମାଲ୍ ଆର୍କେନେ ପର୍ତୁମ୍ ଦିନାକେଲା ଯିରୂଶାଲମନିଆ ୱେଚାକେ । 10 ଆତେନ୍ସା ଏଜ୍ରା ମାପ୍ରୁନେ ବ୍ୟବସ୍ଥା ତୁର୍ଚେ ବାରି ପାଲନ୍ ଡିଂନେସା, ବାରି ଇସ୍ରାଏଲ୍ ବିତ୍ରେ ନିଅମ୍ ବାରି ସାସନ୍ ଡିଂନେ ବୁଦି ବିନ୍ସା ନେଙ୍ଗ୍ନେ ମନ୍ ଇକ୍ଚା ଡିଙ୍ଗ୍ଲେଗେ ।
11 ଇଃସାଙ୍ଗ୍ ଅର୍ତ୍ତକ୍ଷସ୍ତ ଏଜ୍ରା ପୁଜାରିକେ ମୁଇଂ ନିଅମ୍ ବିଃବଗେ । ଇସ୍ରାଏଲ୍ ବିସଏରେ ଏଜ୍ରା ମାପ୍ରୁନେ ଆଜ୍ଞାରେ ଗୁଆର୍ଣ୍ଡ୍ରେ ବାରି ଗ୍ର ଲେଃଗେ । ଆକେନ୍ ଡିଂଡିଂକେ ଆତେନ୍ ଉଲିଆନେ ଗ୍ନୁଆର୍ ଆଣ୍ଡିନେ ଅର୍ତ୍ତକ୍ଷସ୍ତ ଏଜ୍ରାକେ ବିଃବଗେ ।
12 ରାଜାନେ ରାଜା ଅର୍ତ୍ତକ୍ଷସ୍ତବାନ୍, ସର୍ଗନେ ପର୍ମେସର୍ନେ ନିଅମ୍ନେ ଗ୍ର, ଆରି ପୁଜାରି ଏଜ୍ରାକେ, ସାର୍ଲ ଆମ୍ୟାନେଡିଙ୍ଗ୍କେ ।
13 ନେଙ୍ଗ୍ ଆଦେସ୍ ଡିଂଣ୍ଡିଙ୍ଗ୍କେ ଜେ, ନେଙ୍ଗ୍ ରାଇଜ ଡାଗ୍ରା ଲେଃକ୍ନେ ଇସ୍ରାଏଲ୍ନେ ବିତ୍ରେବାନ୍ ଉଡ଼ିରୁଆ, ବାରି ମେଙ୍ଗ୍ନେ ପୁଜାରି ବାରି ଲେବୀୟଇଂ ଯିରୂଶାଲମନ୍ନିଆ ନିଜର୍ ଇକ୍ଚାରେ ୱେନ୍ସା ମନ୍ ଡିଂଆର୍ଏ, ମେଇଂ ପେ ଏତେ ୱେଆର୍ଲେ । 14 ମେଃଡାଗ୍ଲା ନାଁନେ ନ୍ତିଅରିଆ ଲେଃକ୍ନେ ନାଁନେ ପର୍ମେସର୍ନେ ନିଅମ୍ ଅନୁସାରେ ଯିହୁଦା ଆରି ଯିରୂଶାଲମ୍ନେ ସାମୁଆଁ ତୁତୁର୍ଚେଃ ମ୍ୟାଃନ୍ସାଃ, 15 ବାରି ଯିରୂଶାଲମନ୍ନିଆ ଜାନେ ଡୁଆ ଲେଃକେ, ଇସ୍ରାଏଲ୍ନେ ଆତେନ୍ ପର୍ମେସର୍ନେ ମ୍ନିରେ ରାଜା ବାରି ମେଁନେ ମନ୍ତ୍ରୀଇଂ ନିଜର୍ ଇକ୍ଚାରେ ବିଃବକ୍ନେ ସୁନା ବାରି ରୁପାକେ ପେ ଏଃତେ ଡୁଂପେୱେଏ । 16 ଆରି ବାବିଲନେ ସାପା ପ୍ରଦେସ୍ନ୍ନିଆ ପେ ଉଃଡ଼ି ସୁନା ବାରି ରୁପା ପେବାଏ । ବାରି ରେମୁଆଁଇଂ ବାରି ପୁଜାରିଇଂ ମେଙ୍ଗ୍ନେ ପର୍ମେସର୍ ଯିରୂଶାଲମ ଡାଗ୍ରା ଲେଃକ୍ନେ ଡୁଆ ଆତ୍ଲା ନିଜର୍ ଇକ୍ଚାରେ ମେଃନି ବିଃଆର୍ଏ, ଆତେନ୍ ସାପା ନିଜର୍ ଇକ୍ଚାରେ ବିଃବକ୍ନେ ଉପହାର୍ ରାଙ୍ଗ୍ୱିଗ୍ ନ୍ସାଃ ପେ ଇଃସାଙ୍ଗ୍ ବାରି ମେଁନେ ଗୁକ୍ଲିଗ୍ ମନ୍ତ୍ରୀବାନ୍ ପାଙ୍ଗ୍ପେଲେଃକେ ।
17 ଆତେନ୍ସା ପେ ଆକେନ୍ ଡାବୁ ଏତେ ଅରେଃ, ମେଣ୍ଡା, ଉଂମେଣ୍ଡା ବାରି ମେଁ ଏଃତେ ଆର୍ମେପେବକ୍ନେ କାଦି ବାରି ଉଗ୍ନେ ପୁଜା ତାଲି ସଃଚେ ପେନି ପର୍ମେସର୍ନେ ଯିରୂଶାଲମ ଡାଗ୍ରା ଲେଃକ୍ନେ ଡୁଆନିଆ ବଲି ଡିଙ୍ଗ୍ନେ ବେଦି ଆଡ଼ାତ୍ରା ବିଃପା । 18 ଆରି ବାକି ସାପା ରୁପା ଆରି ସୁନା ଏତେ ଆପେକେ ବାରି ପେନେ ବୟାଁଇଂକେ ମେଃ ଡିଂନେସା ନିମାଣ୍ଡା ଲାଗେଏ, ଆତେନ୍ ପେ ପେନି ପର୍ମେସର୍ନେ ଇକ୍ଚାରେ ପେଡିଂଏ । 19 ବାରି, ପେ ପର୍ମେସର୍ ଡୁଆନେ ସେବା ଡିଂନ୍ସାଃ ଆଣ୍ଡିନେ ସାପା ତାଲି ମୁତା ଆପେକେ ବିଃବକେ, ଆତେନ୍ସାପା ପେ ଯିରୂଶାଲମ୍ନେ ପର୍ମେସର୍ନେ ସାମ୍ନେ ଅପେଃ ବିଃପା । 20 ବାରି ପେନି ପର୍ମେସର୍ନେ ଡୁଆ ଆତ୍ଲା ଜା ସାପା ଦର୍କାର୍ ବାରି ମେଁନେ କିଚି ଆପେକେ ବିନ୍ସା ପଡ଼େଏ, ଆତେନ୍ ଇଃସାଙ୍ଗ୍ନେ ଡୁଆବାନ୍ ବିଃପା ।
21 ଆରି ସର୍ଗନେ ପର୍ମେସର୍ନେ ନିଅମ୍ନେ ଗ୍ର ଏଜ୍ରା ପୁଜାରି ପେବାନ୍ ମେଁ ମେଁନେ ଚାଏଁଏ । 22 ଆତେନ୍ସାପା ମୁଇଂ ଶହ କେଜି ରୁପା ଆରି ମୁଇଂ ଶହ ମାନ୍ ଗହମ ଆରି ମୁଇଂ ଶହ ମାନ୍ ଅଙ୍ଗୁର୍ରସ୍ ଆରି ମୁଇଂ ଶହ ମାନ୍ ଞ୍ଚୁ ଆରି ଗ୍ଲୁଏ ବିତିଗ୍ ଜତନ୍ ବାବ୍ରେ ବିଃନ୍ସା ନେ ଅର୍ତ୍ତକ୍ଷସ୍ତ ଇଃସାଙ୍ଗ୍ ଲଣ୍ଡିଆ ଇନୁମେତା ଲେକ୍ନେ ଗ୍ରରେକେ ଆଦେସ୍ ଡିଂନେଡିଂକେ । 23 ସର୍ଗେନେ ପର୍ମେସର୍ନେ ବାନ୍ ମେଁ ମେଃନେ ଆଦେସ୍ ବିଃବକେ, ଆତେନ୍ସାପା ସର୍ଗନେ ପର୍ମେସର୍ନେ ଡୁଆ ଆତ୍ଲା ନିମାଣ୍ଡାଃ ବାବ୍ରେ ଡିଂଆର୍ଲେ । ମାତର୍ ରାଜା ବାରି ମେଁନେ ଉଂଡେଇଂନେ ରାଜ୍ୟ ବିରୁଦ୍ରେ ମେଁସା ରିସା ଡିଙ୍ଗ୍ଏ ? 24 ବାରି ପୁଜାରିଇଂନେ ବାରି ଲେବୀୟଇଂନେ, ଅସ୍ମାର୍ ସାର୍ଣ୍ଡ୍ରେନେ, ର୍ଣ୍ଣସାଙ୍ଗ୍ ଉର୍ଣ୍ଡ୍ରେନେ, ସେବା ଡିଙ୍ଗ୍ଣ୍ଡ୍ରେ ବାରି ପର୍ମେସର୍ନେ ଆକେନ୍ ଡୁଆନେ ସେବା ଡିଂଣ୍ଡ୍ରେଇଂନେ ଜା ଆଡ଼ାତ୍ରା ଡିଗ୍ ସିସ୍ତୁ ସାଲ୍ୟାଃନେ, ସର୍କାର୍କେ ସିସ୍ତୁ ବିଃନେ ବାରି ଚାନ୍ଦା ସାଲିଆନେ ନିଅମ୍ ବିରୁଦ୍ ଡିଂଏ ଡାଗ୍ଚେ ନେ ଆପେକେ ଆଃମ୍ୟାଃନେଡିଂ ।
25 ଆରି ଅ ଏଜ୍ରା, ନାନେ ପର୍ମେସର୍ନେ ବିସଏନେ ଆଣ୍ଡିନେ ବୁଦି ନା ଅରିଆ ଲେଃକେ, ଆତେନ୍ ଇସାବ୍ରେ ଲଣ୍ଡିଆ ଇନୁମେତା ଲେଃକ୍ନେ ସାପା ରେମୁଆଁଇଂନେ ବିଚାର୍ ଡିଂନ୍ସାଃ ଜାଣ୍ଡେଇଂ ନାନେ ପର୍ମେସର୍ନେ ନିଅମ୍ ମ୍ୟାଃଲେଃଆର୍କେ, ଦେକ୍ରକମ୍ ସାସନ୍ ଡିଂଣ୍ଡ୍ରେ ବାରି ବିଚାର୍ ଡିଂଣ୍ଡ୍ରେଇଂକେ ୱାପା । ବାରି ଜା ଆତେନ୍ ଆମିୟାଁ, ଆମେକେ ପେ ଆଃସିକେପା । 26 ଆରି ଜାଡିଗ୍ ପେନି ପର୍ମେସର୍ନେ ନିଅମ୍ ବାରି ଇଃସାଙ୍ଗ୍ନେ ନିଅମ୍ ପାଲନ୍ ଡିଂ ନ୍ସାଃ ରାଜି ଆଡିଂ, ମେଇଂ ଡିଲାଡିଗ୍ ଡଣ୍ଡ୍ ବାଆର୍ଏ । ଆତେନ୍ ଡଣ୍ଡ୍ ମେଁନେ ଦସ୍ ଇସାବ୍ରେ ବିଏ । ଆତେନ୍ ଗୁଏନେ ଦଣ୍ଡ୍ ଡିଂୟାଏ, ଦେସ୍ବାନ୍ ଆଃତାର୍ ବିଃନେ ଡଣ୍ଡ୍ ଡିଂୟାଏ, ଆମେକେ ଡାବୁ ବିଃନେ ଡଣ୍ଡ୍ ଡିଂୟାଏ ବାରି ବନ୍ଦି ଆଃଡିଂନେ ଡଣ୍ଡ୍ ଡିଗ୍ ବିଃଆର୍ଏ । ଆମେକେ ନିମାଣ୍ଡା ବାବ୍ରେ ସାସନ୍ ଡିଂଆର୍ଏ ।
27 ମାପ୍ରୁ, ନେ ନ୍ତାଇଂନେ ପର୍ମେସର୍କେ ଦନ୍ୟବାଦ୍ ଡିଂପା । ଯିରୂଶାଲମ ଡାଗ୍ରା ଲେକ୍ନେ ମାପ୍ରୁନେ ଡୁଆକେ ସନ୍ମାନ୍ ଡିଂ ନ୍ସା ରାଜାନେ ମନ୍ବିତ୍ରେ ପର୍ମେସର୍ ଦେକ୍ରକମ୍ ବାବନା ବିଃବକେ । 28 ବାରି, ମେଁ ଇଃସାଙ୍ଗ୍ନେ ବାରି ମେଁନେ ମନ୍ତ୍ରୀଇଂନେ ବାରି ଇଃସାଙ୍ଗ୍ନେ ସକ୍ତିଶାଲି ମୁକିଆ ସାପାରେନେ ସାମ୍ନେ ନେଙ୍ଗ୍ ଆଡ଼ାତ୍ରା ଜାବର୍ ଦୟା ଆଃସୁଏବକେ, ମେଁ ଧନ୍ୟ ଡିଂଲେ । ମେଁ ଡାଗ୍ଲା ମାପ୍ରୁନେ ନ୍ତି ନେଙ୍ଗ୍ ଆରାତ୍ରା ଲେଗ୍ସା ନେଙ୍ଗ୍ ସକ୍ତିସାଲି ଣ୍ଡିଂକେ । ଦେକ୍ରକମ୍ ନେଙ୍ଗ୍ ଇସ୍ରାଏଲ୍ନେ ରେମୁଆଁଇଂନେ ମୁକିଆଇଂକେ ନେଙ୍ଗ୍ ଏତେ ୱେନ୍ସା ମୁଇଂତୁଗ୍ ଣ୍ଡ୍ରାସିଙ୍ଗ୍କେ ।